Advertisment

୧୦୮ ଶ୍ଳୋକ ଉଚ୍ଚାରଣ କରି ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ’ରେ ସ୍ଥାନ ପାଇଲେ ଶ୍ରେୟାଂଶୀ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ବୟସ ମାତ୍ର ୭ ବର୍ଷ। ହେଲେ ଅନର୍ଗଳ ଗାଉଛନ୍ତି ବୈଦିକ ମନ୍ତ୍ର। ହୋମ ଯଜ୍ଞ ମଧ୍ୟ କରୁଛନ୍ତି ଜେଜେଙ୍କ ସହ। ଗୀତ ବୋଲୁଛନ୍ତି ଓ ଓଡିଶୀ ନୃତ୍ୟ ମଧ୍ୟ କରୁଛନ୍ତି। ଏଭଳି ଜଣେ ବିସ୍ମୟ ବାଳିକା ହେଉଛନ୍ତି ଜଗତସିଂହପୁର ଜିଲ୍ଲା ତରଡାପଡା ଗ୍ରାମର ଡି ସାଇ ଶ୍ରେୟାଂଶୀ। ଏତେ ଛୋଟ ବୟସରେ ଏଭଳି ବିରଳ ପ୍ରତିଭା ପାଇଁ ଶ୍ରେୟାଂଶୀ ଅନେକ ପୁରସ୍କାର ପାଇଥିଛନ୍ତି। ତେବେ ଗତ ସେପ୍ଟେମ୍ବର ୨୨ ତାରିଖରେ ଶ୍ରେୟାଂଶୀ […]

author-image
Ranjit Kumar Jena
୧୦୮ ଶ୍ଳୋକ ଉଚ୍ଚାରଣ କରି ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ’ରେ ସ୍ଥାନ ପାଇଲେ ଶ୍ରେୟାଂଶୀ

sreyanshi

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ବୟସ ମାତ୍ର ୭ ବର୍ଷ। ହେଲେ ଅନର୍ଗଳ ଗାଉଛନ୍ତି ବୈଦିକ ମନ୍ତ୍ର। ହୋମ ଯଜ୍ଞ ମଧ୍ୟ କରୁଛନ୍ତି ଜେଜେଙ୍କ ସହ। ଗୀତ ବୋଲୁଛନ୍ତି ଓ ଓଡିଶୀ ନୃତ୍ୟ ମଧ୍ୟ କରୁଛନ୍ତି। ଏଭଳି ଜଣେ ବିସ୍ମୟ ବାଳିକା ହେଉଛନ୍ତି ଜଗତସିଂହପୁର ଜିଲ୍ଲା ତରଡାପଡା ଗ୍ରାମର ଡି ସାଇ ଶ୍ରେୟାଂଶୀ।

Advertisment

ଏତେ ଛୋଟ ବୟସରେ ଏଭଳି ବିରଳ ପ୍ରତିଭା ପାଇଁ ଶ୍ରେୟାଂଶୀ ଅନେକ ପୁରସ୍କାର ପାଇଥିଛନ୍ତି। ତେବେ ଗତ ସେପ୍ଟେମ୍ବର ୨୨ ତାରିଖରେ ଶ୍ରେୟାଂଶୀ ମାତ୍ର ୨୪ ମିନିଟ୍ ୫୦ ସେକେଣ୍ଡରେ ୧୦୮ ବୈଦିକ ଶ୍ଳୋକ ଉଚ୍ଚାରଣ କରି ଇଣ୍ଡିଆନ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି।

ପ୍ରାୟ ୨ ବର୍ଷ ବୟସରୁ ଶ୍ରେୟାଂଶୀଙ୍କର ପ୍ରତିଭା ବିଷୟରେ ଜାଣିପାରିଥିଲେ ତାଙ୍କ ଜେଜେ ରଶ୍ମୀରଞ୍ଜନ ମିଶ୍ର। ନାଚ, ଗୀତ ଓ ଅଭିନୟ ପ୍ରଭୃତି ପ୍ରତି ନାତୁଣୀର ଆଗ୍ରହ ଦେଖି ରଶ୍ମରଞ୍ଜନ ଏହିସବୁ ବିଷୟରେ ଶିକ୍ଷାଦାନର ବ୍ୟବସ୍ଥା କରାଇଥିଲେ। ତେବେ ଘରେ ନିୟମିତ ଭାବେ ହେଉଥିବା ବୈଦିକ ଯଜ୍ଞ ନିକଟରେ ବସି ବସି ଶ୍ରେୟାଂଶୀ ଶ୍ଳୋକ ଉଚ୍ଚାରଣ କରିବା ଶିଖି ଯାଇଥିଲେ। ତାଙ୍କର ଏଭଳି ଆଗ୍ରହ ଦେଖି ଜେଜେ ଏବଂ ପିତା ମାତା ଶ୍ରେୟାଂଶୀଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିଥିଲେ।

Advertisment

ଖୁବ୍ କମ୍ ଦିନରେ ଅତି ସ୍ପଷ୍ଟ ଭାବେ ବୈଦିକ ମନ୍ତ୍ର ଓ ଶ୍ଳୋକ ଉଚ୍ଚାରଣ କରିବା ସହିତ କଣ୍ଠସ୍ଥ କରି ଦେଇଥିଲେ ଏହି ବିସ୍ମୟୀ ବାଳିକା ଶ୍ରେୟାଂଶୀ। ବିବି ବୋଲି ଡାକୁଥିବା ଜେଜେ ରଶ୍ମୀରଞ୍ଜନ ତାଙ୍କ ପ୍ରେରଣାର ଉତ୍ସ ବୋଲି କହିବା ସହିତ ଆଗକୁ ଅଧିକ ରେକର୍ଡର ଅଧିକାରୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି ବୋଲି କହିଛନ୍ତି ଶ୍ରେୟାଂଶୀ।

ସେହିପରି ଶ୍ରେୟାଂଶୀଙ୍କ ପ୍ରତିଭା ଓ ବିରଳ କୃତିତ୍ୱ ପାଇଁ ତାଙ୍କ ପିତା ସୁରଜ ପଣ୍ଡା, ମାତା ସସ୍ମିତା ମିଶ୍ରଙ୍କ ସମେତ ପୂରା ପରିବାର ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କ ଭିତରେ ଥିବା ପ୍ରତିଭାର ବିକାଶ ପାଇଁ ସମସ୍ତ ସହଯୋଗ କରିବା ସହିତ ଆଗକୁ ସେ ଯେଉଁ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିବାକୁ ଚାହିଁବେ, ପରିବାର ତରଫରୁ ସଂପୂର୍ଣ୍ଣ ସହଯୋଗ ରହିବ ବୋଲି କହିଛନ୍ତି ମାତା, ପିତା ଓ ଜେଜେ।