ରାସ୍ତାରେ ବିତୁଛି କିଡ୍‌ନୀ ରୋଗୀଙ୍କ ରାତି, ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ଦାବି ଯୁକ୍ତିଯୁକ୍ତ ନୁହେଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସହ୍ୟ ଯନ୍ତ୍ରଣା ହେଉଛି। ତଥାପି ଯନ୍ତ୍ରଣା ସହି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘର ସମ୍ମୁଖ ଖୋଲା ଆକାଶ ତଳେ ବିତୁଛି ଶୀତ, କାକର ରାତି। ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ୫୦ ଜଣ କିଡ୍‌ନୀ ରୋଗୀ ଏଭଳି ବହୁ ଦିନ ଧରି ଧାରଣା ଦେବା ପରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସରକାରୀ ବାସଭବନ ସମ୍ମୁଖ ରାସ୍ତା ଅବରୋଧ କରିଛନ୍ତି। ସେମାନଙ୍କର ଗୋଟିଏ ଦାବି, ଉନ୍ନତମାନର ଔଷଧ ଯୋଗାଇ ଦିଆଯାଉ। ରାସ୍ତା ଅବରୋଧ […]

demand

demand

Niranjan Mishra
  • Published: Saturday, 19 November 2022
  • Updated: 19 November 2022, 09:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସହ୍ୟ ଯନ୍ତ୍ରଣା ହେଉଛି। ତଥାପି ଯନ୍ତ୍ରଣା ସହି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘର ସମ୍ମୁଖ ଖୋଲା ଆକାଶ ତଳେ ବିତୁଛି ଶୀତ, କାକର ରାତି। ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ୫୦ ଜଣ କିଡ୍‌ନୀ ରୋଗୀ ଏଭଳି ବହୁ ଦିନ ଧରି ଧାରଣା ଦେବା ପରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସରକାରୀ ବାସଭବନ ସମ୍ମୁଖ ରାସ୍ତା ଅବରୋଧ କରିଛନ୍ତି। ସେମାନଙ୍କର ଗୋଟିଏ ଦାବି, ଉନ୍ନତମାନର ଔଷଧ ଯୋଗାଇ ଦିଆଯାଉ।

ରାସ୍ତା ଅବରୋଧ ଫଳରେ ରାଜଭବନଠାରୁ ଏଜି ଛକ ପର୍ଯ୍ୟନ୍ତ ଯାତାୟତ ପ୍ରଭାବିତ ହୋଇଛି। ଏମିତିକି ଶୀତ କାକରରେ ପଡି ରାଜରାସ୍ତା ଉପରେ ରୋଷେଇ କରିଛନ୍ତି ରୋଗୀ ଏବଂ ତାଙ୍କ ସମ୍ପର୍କୀୟ। ଉନ୍ନତ ମାନର ଔଷଧ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ସରକାର ଠକିଛନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି।

୯୮ ଦିନ ଲୋୟର ପିଏମ୍‌ଜିରେ ଧାରଣାରେ ବସିବା ପରେ ସରକାର ସେମାନଙ୍କୁ ଅକ୍ଟୋବରରେ ମାସେ ଲାଗି ଉନ୍ନତମାନର ଔଷଧ ଯୋଗାଇ ଦେଇଥିଲେ। ଏହାପରେ ପୁଣି ଖରାପ ମାନର ଔଷଧ ଦିଆଯାଇଥିବା କହିଛନ୍ତି କିଡ୍‌ନୀ ରୋଗୀ। ୧୩ ଦିନ ହେଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଶୀତ କାକରରେ ଧାରଣାରେ ବସିବା ପରେ ବି ସ୍ୱାସ୍ଥ୍ୟମନ୍ତ୍ରୀ ଧରାଛୁଆଁ ଦେଉନଥିବା ଅଭିଯୋଗ ଆଣିଛନ୍ତି।

ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଟେକ୍ନିକାଲ କମିଟିର ସୁପାରିସ ଆଧାରରେ ରାଜ୍ୟ ଔଷଧ ନିଗମ ଔଷଧ କିଣିଥାଏ। ତେଣୁ ନକଲି ଔଷଧର ପ୍ରଶ୍ନ ଉଠୁନି। ଡାକ୍ତରଙ୍କ ପ୍ରେସ୍‌କ୍ରିପସନ୍ ଆଧାରରେ ରୋଗୀଙ୍କୁ ଔଷଧ ଦିଆଯାଉଛି। ହେଲେ କିଡ୍‌ନୀ ରୋଗୀ ଏକ ନିର୍ଦ୍ଦିଷ୍ଟ କମ୍ପାନିର ଔଷଧ ଦେବାକୁ ଦାବି କରୁଛନ୍ତି। ଯାହାକି ଯୁକ୍ତିଯୁକ୍ତ ନୁହେଁ ବରଂ ଏସ୍‌ସିବିରେ ସେମାନଙ୍କ ଚିକିତ୍ସା କରିଥିବା ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos