Advertisment

ଯୁକ୍ତ ଦୁଇ ସାହିତ୍ୟ ପରୀକ୍ଷାର ୧୨ ଖାତା ଗାଏବ, ଚିଠି ପରେ ତନାଘନା

ଶ୍ରୀମା ମହିଳା ମହାବିଦ୍ୟାଳୟ ସେଣ୍ଟରରେ ରୁମ୍‌ ନମ୍ୱର ୯ରେ ୨୪ ଜଣ ଛାତ୍ରୀ ପରୀକ୍ଷା ଦେଉଥିଲେ। ସେଥିରେ ଶ୍ରୀମା କଲେଜର ୧୨ ଓ ଝାନସିରାଣୀ କଲେଜର ୧୨ ଜଣ ଛାତ୍ରୀ ଥିଲେ। ପରୀକ୍ଷା ସରିବା ପରେ ଖାତା ପ୍ୟାକେଟ୍‌କୁ ସିଲ୍‌ କରାଯାଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Baripada

Baripada

ଯୁକ୍ତ ଦୁଇ ସାହିତ୍ୟ ପରୀକ୍ଷାର ୧୨ଟି ଉତ୍ତର ଖାତା ଗାଏବ ହୋଇଯାଇଛି। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ଛତ୍ରପୁର ସରକାରୀ ବିଜ୍ଞାନ କଲେଜରୁ ଚିଠି ଆସିବା ପରେ ଶ୍ରୀମା କଲେଜ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ତେବେ ପ୍ରଶ୍ନ ଉଠୁଛି, ଖାତା ଦେଖା ତାରିଖ ଧାର୍ଯ୍ୟ ହୋଇନଥିବା ବେଳେ ପରୀକ୍ଷା ଖାତା ପ୍ୟାକେଟ୍‌ ଖୋଲିଲେ କେମିତି? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି।

Advertisment

ଶ୍ରୀମା ମହିଳା ମହାବିଦ୍ୟାଳୟ ସେଣ୍ଟରରେ ରୁମ୍‌ ନମ୍ୱର ୯ରେ ୨୪ ଜଣ ଛାତ୍ରୀ ପରୀକ୍ଷା ଦେଉଥିଲେ। ସେଥିରେ ଶ୍ରୀମା କଲେଜର ୧୨ ଓ ଝାନସିରାଣୀ କଲେଜର ୧୨ ଜଣ ଛାତ୍ରୀ ଥିଲେ। ପରୀକ୍ଷା ସରିବା ପରେ ଖାତା ପ୍ୟାକେଟ୍‌କୁ ସିଲ୍‌ କରାଯାଇଥିଲା। ସେଣ୍ଟର୍ ସୁପରିନଟେଣ୍ଡେଣ୍ଟ, ଏକଜାମିନେସନର ହେଡ୍‌, ଅବଜରର୍ଭାର ଓ ପିଅନଙ୍କ ଉପସ୍ଥିତିରେ ଖାତା ସିଲ୍‌ କରାଯାଇଥିଲା। ତା’ପରେ ବାରିପଦା ଏମ୍‌ପିସି ଜୁନିୟର କଲେଜ୍‌ରେ ହୋଇଥିବା ହବ୍‌କୁ ଖାତା ଯାଇଥିଲା। ସେଠାରୁ ଖାତା ସିଧାସଳଖ ଛତ୍ରପୁର ସରକାରୀ ବିଜ୍ଞାନ କଲେକକୁ ଯାଇଥିଲା।

ତେବେ ମାର୍ଚ୍ଚ ୧୭ ତାରିଖ ଛତ୍ରପୁର ସରକାରୀ ବିଜ୍ଞାନ କଲେଜରୁ ଶ୍ରୀମା କଲେଜକୁ ଏକ ଚିଠି ଆସିଛି। ଯେଉଁଥିରେ ଉଲ୍ଲେଖ ରହିଛି, " Answer book not available in the pocket after due verification from roll no 149KA090-149KA102 MIL ARTS" ଅର୍ଥାତ ୧୨ଟି ଖାତା ଗାୟବ ହୋଇଯାଇଛି। ପୂରା ଗାଇଡ୍‌ଲାଇନ୍‌ରେ ପରୀକ୍ଷା ଖାତା ଭାଲ୍ୟୁଏସନ୍‌ କେନ୍ଦ୍ରକୁ ଯାଇଥିଲା। ଏହା ସତ୍ତ୍ୱେ ପରୀକ୍ଷା ଖାତା ଗାଏବ କେମିତି ହେଲା? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ତାରିଖ ଘୋଷଣା ହୋଇନାହିଁ। ଖାତା ମୂଲ୍ୟାୟନ ପାଇଁ ଜୋନାଲ୍‌ ସୁପରଭାଇଜର ନିଯୁକ୍ତି ହୋଇନାହାନ୍ତି। ତାହାହେଲେ ପରୀକ୍ଷା ଖାତା ପ୍ୟାକେଟ୍‌ ଖୋଲିଲା କିଏ? ପରୀକ୍ଷା ଖାତା ଗାଏବ ହୋଇଛି ବୋଲି ଛତ୍ରପୁର ସରକାରୀ ବିଜ୍ଞାନ କଲେଜ କର୍ତ୍ତୃପକ୍ଷ କେମିତି ଜାଣିଲେ? ଅନ୍ୟ କୌଣସି ଉଦ୍ଦେଶ୍ୟରେ ଖାତା ଗୁଡ଼ିକ ଖୋଲା ଯାଇଥିଲା କି? ଏପରି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ବାରିପଦା ଏମ୍‌ପିସି ଜୁନିୟର କଲେଜର (ହୋବ) ହେଡ୍‌ ଶୁଭଙ୍କର ସାହୁ କହିଛନ୍ତି, ଖାତା ପ୍ୟାକେଟ୍‌ରେ ସିଲ୍‌ ହୋଇକରି ଆସେ। ଆମେ ପୁଣି ପ୍ୟାକେଟ୍‌କୁ ପୋଷ୍ଟାଲ ମାଧ୍ୟମରେ ଭେଲୁଏସନ୍‌ ସେଣ୍ଟରକୁ ପଠାଇ ଦେଇଥାଉ। ତାହାହେଲେ ଆମେ ପ୍ୟାକେଟ୍‌ରେ ଖାତା ନାହିଁ ବୋଲି କେମିତି ଜାଣିବୁ? ଯଦି ଖାତା ଭୁଲ୍‌ରେ କେଉଁଠିକୁ ଯାଇଥିବ, ତାହାହେଲେ ପରେ ନିଶ୍ଚିତ ମିଳିବ।

Baripada