ସିବିଆଇ ଅଫିସ୍ ସାମ୍ନାରେ ଅସୁସ୍ଥ ହୋଇଗଲେ ନରସିଂହ, ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଆଜି ଭୁବନେଶ୍ୱରରେ ସିବିଆଇ ଅଫିସ ସାମ୍ନାରେ ଏକ ଖୋଲା ଜିପ୍‌ରେ ଭାଷଣ ଦେବା ବେଳେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହଠାତ୍ ସେ‌ ତଳେ ବସିପଡ଼ିଥିଲେ । ତୁରନ୍ତ ତାଙ୍କୁ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର‌ ଥିବା କହିଛନ୍ତି ଡାକ୍ତର। ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହେଉଥିବା ବେଳେ ବିଭିନ୍ନ […]

nnnn

nnnn

Niharika Rout
  • Published: Monday, 28 December 2020
  • Updated: 28 December 2020, 02:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଆଜି ଭୁବନେଶ୍ୱରରେ ସିବିଆଇ ଅଫିସ ସାମ୍ନାରେ ଏକ ଖୋଲା ଜିପ୍‌ରେ ଭାଷଣ ଦେବା ବେଳେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହଠାତ୍ ସେ‌ ତଳେ ବସିପଡ଼ିଥିଲେ । ତୁରନ୍ତ ତାଙ୍କୁ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର‌ ଥିବା କହିଛନ୍ତି ଡାକ୍ତର।

ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହେଉଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସକାଳ ୯ଟାରେ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ସମ୍ମୁଖରେ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ସେଠାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯାଇ ନଥିଲେ। କିନ୍ତୁ ଏହାପରେ ପୂର୍ବାହ୍ନ ୧୧ଟାରେ ଆୟୋଜିତ ତ୍ରିରଙ୍ଗା ରାଲିରେ ସାମିଲ ହୋଇଥିଲେ। ଏହି ରାଲି ଡିଏଭି ସ୍କୁଲରୁ ବାହାରି ସିବିଆଇ ଅଫିସ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ସିବିଆଇ ଅଫିସ ଘେରାଉ କାର୍ଯ୍ୟକ୍ରମ ରହିଥିଲା। ଏହାପୂର୍ବରୁ ସିବିଆଇ ଅଫିସ ସମ୍ମୁଖରେ ଏକ ଖୋଲା ଜିପ୍‌ରେ ପ୍ରଥମେ ପିସିସି ସଭାପତି ନିରଞ୍ଜନ ମିଶ୍ର ଉଦ୍‌ବୋଧନ ଦେଇ ସିବିଆଇର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହାପରେ ନରସିଂହ ମିଶ୍ର ସିବିଆଇ ସହିତ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ମାତ୍ର ଭାଷଣ ଶେଷ କରୁ କରୁ ହଠାତ୍‌ ଉକ୍ତ ଜିପ୍‌ ଉପରେ ହିଁ ଅସୁସ୍ଥ ହୋଇପଡ଼ିଲେ ନରସିଂହ।

ନରସିଂହ ମିଶ୍ର ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପ୍ରଶାନ୍ତ ସାହୁ। ଡାକ୍ତର ସାହୁ କହିଛନ୍ତି,  ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ କଥାବାର୍ତ୍ତା କରୁଛନ୍ତି। ତାଙ୍କ ବ୍ଲଡସୁଗାର ସଂପୂର୍ଣ୍ଣ ନର୍ମାଲ ଅଛି ଓ କିଛି ବିପଦ ସୂଚନା ନାହିଁ। ହେଲେ ସେ କ’ଣ ପାଇଁ ଅଚେତ ହେଲେ, ଜାଣିବାକୁ ଅବଜର୍ଭେସନରେ ରଖାଯାଇଛି। ସମସ୍ତ ବିଷୟ ଅନୁଧ୍ୟାନ କଲାପରେ ତାଙ୍କୁ ଡିସଚାର୍ଜ କରାଯିବ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୂଚନାଅନୁଯାୟୀ,  ନରସିଂହ ମିଶ୍ର ଜଣେ ଉଚ୍ଚ ମଧୁମେହ ରୋଗୀ। ଦୀର୍ଘବାଟ ଯାତ୍ରା କରି ସେ ଆଜି ବଲାଙ୍ଗିରରୁ ଆସିଥିଲେ। ଯାତ୍ରା ଜନିତ କ୍ଲାନ୍ତି ଯୋଗୁଁ ଏମିତି ହୋଇଥାଇପାରେ। ଏବେ ସେ ହସ୍ପିଟାଲରେ ଅଛନ୍ତି ଏବଂ ଠିକ୍ ଅଛନ୍ତି।

ନରସିଂହ ମିଶ୍ରଙ୍କ ପରିବାର ଲୋକଙ୍କ ସହ କଥା ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏଥିସହ ନରସିଂହଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story