ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଠାରୁ ୭ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଗସ୍ତ ସମ୍ପର୍କରେ ସବିଶେଷ ଜଣାପଡିନଥିଲେ ମଧ୍ୟ ରାଜ୍ୟ ସହ ଜଡିତ କେତେକ ପ୍ରସଙ୍ଗରେ ନବୀନ କିଛି କେନ୍ଦ୍ରମନ୍ତ୍ରୀ ଭେଟିବାର ସମ୍ଭାବନା ରହିଛି। ଗସ୍ତସାରି ମୁଖ୍ୟମନ୍ତ୍ରୀ ୧୨ ତାରିଖରେ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି। ଏବେ ପାର୍ଲାମେଣ୍ଟ ଚାଲିଥିବାରୁ ନବୀନଙ୍କ ଏହି ଗସ୍ତକୁ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।