କଟକ(ଓଡ଼ିଶା ରିପୋର୍ଟର): ଘରୋଇ ଚ୍ୟାନେଲରେ କ୍ରାଇମ ପାଟ୍ରୋଲ ଦେଖି ଲୁଟ୍ ଯୋଜନା କରିବା ପରେ ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟ। ଏହି ଲୁଟ୍ ଘଟଣାରେ ମହିଳାଙ୍କ ସହ ତାଙ୍କ ପ୍ରେମିକ ଓ ଅନ୍ୟ ଜଣେ ନାବାଳକକୁ ଗିରଫ କରିଛି କଟକ ଲାଲବାଗ ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଲେ ପ୍ରିୟଙ୍କା ସାହୁ ଓରଫ ପିଙ୍କି ଏବଂ ତାଙ୍କ ପ୍ରେମିକ ଅରବିନ୍ଦ ନାୟକ।
ପିଙ୍କି ଏକ ଘରୋଇ ଫାଇନାନ୍ସ କମ୍ପାନୀରରେ ଏଜେଣ୍ଟ ଭାବେ କାମ କରୁଥିଲେ। ଟଙ୍କା ଆବଶ୍ୟକ ପଡ଼ିବାରୁ ସେ ନିଜ ପ୍ରେମିକ ସହ ମିଶି ଲୁଟ ଯୋଜନା କରିଥିଲେ। ଗତ ୨ ତାରିଖରେ ପିଙ୍କି ନିଜ ଅଫିସ ସୁପର ଭାଇଜର ସାଦିୟା ଖାତୁନକୁ ଟଙ୍କା ନେବା ପାଇଁ ସୁତାହାଟ ଚର୍ଚ ନିକଟକୁ ଡକାଇଥିଲେ। ସେ ପହଞ୍ଚିବା ପରେ ଦୁଇଜଣ ବ୍ୟକ୍ତି ହଠାତ୍ ବାଇକରେ ଆସି ସଦିୟାଙ୍କ ପାଖରେ ଥିବା ଟଙ୍କା ବ୍ୟାଗ ଲୁଟ କରି ନେଇ ପଳାଇଥିଲେ।
ଏନେଇ ସଦିୟା ଲାଲବାଗ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରିବା ବେଳେ ପିଙ୍କିଙ୍କ ଉପରେ ସନ୍ଦେହ କରି ପଚରାଉଚରା କରିଥିଲା। ପରେ ସେ ଏହି ଲୁଟ ନାଟକ ରଚନା କରିଥିବା କଥା ମାନି ଯାଇଥିଲେ। ତେଣୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ନବୀନ କିଂକର୍ତ୍ତବ୍ୟବିମୂଢ଼: କମିଟିରେ ପାଣ୍ଡିଆନମାର୍କାଙ୍କ ଦବଦବା, ଖଣି ଜିଲ୍ଲାରେ ବବିଙ୍କ ଅନୁଗତ
୧୭ତାରିଖ ସୁଦ୍ଧା ୮୧ଜଣିଆ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଘୋଷଣା ହେବ ଓ ୧୯ରେ ରାଜ୍ୟ ପରିଷଦର ସ୍ୱତନ୍ତ୍ର ବୈଠକ ବସି ନବୀନଙ୍କୁ ନବମ ଥର ସଭାପତି ପଦରେ ଅବସ୍ଥାପିତ କରାଯିବ ବୋଲି ସୂଚନା ମିଳିଛି ।

Politics
ବିସ୍ଫୋରକ ସ୍ଥିତିରେ ବିଜେଡି: ପୁରୁଖାଙ୍କୁ ନାଲିଆଖି ଦେଖାଇ ସୁଜାତାଙ୍କ ହାତରେ ସଂଗଠନ ଟେକିଦେବେ କି ନବୀନ?
ଦଳର ୨୪ବର୍ଷ ଶାସନର ଅପ୍ରତ୍ୟାଶିତ ଅନ୍ତର ପ୍ରମୁଖ କାରଣ ସାଜିଥିବା ପାଣ୍ଡିଆନଙ୍କୁ ଦୀର୍ଘ ୧୦ମାସ ଧରି ନବୀନ ନିଜ ପାଖରୁ କାହିଁକି ଦୂରେଇପାରୁନାହାନ୍ତି ଓ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେବାକୁ ଯାଇ କିଭଳି ମିଛ କହିବାକୁ ପଛାଉନାହାନ୍ତି ତାହା ଦଳୀୟ ମହଲରେ ନାନାଦି ଚର୍ଚ୍ଚାକୁ ଖୋରାକ ଯୋଗାଇଥିବାବେଳେ ଦଳୀୟ ସଂଗଠନରେ ପାଣ୍ଡିଆନମାର୍କା ନେତାମାନଙ୍କ ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

Special
ପାଣି ସମସ୍ୟା, ବାହା ହୋଇପାରୁନାହାନ୍ତି ଗାଁ ଯୁବକ
ବଡ଼ବାର୍ଲି ଗାଁରେ ୨୧୮ଟି ଘର ଅଛି। ଗାଁର ମୋଟ ଜନସଂଖ୍ୟା ୧୦୦୦ରୁ ଅଧିକ। ସେମାନେ ଆଦିବାସୀ ଓ ଦଳିତ। ପାହାଡ଼, ଜଙ୍ଗଲ ଘେରା ଏହି ଗାଁକୁ ରାସ୍ତା ଯାଇଛି। ବିଜୁଳି ବି ପହଞ୍ଚି ପାରିଛି। କିନ୍ତୁ ଜଳ ବ୍ୟବସ୍ଥା ହୋଇପାରିନାହିଁ।

Politics
ପୁଣି ପାଣ୍ଡିଆନଙ୍କ ପାଇଁ ଢାଲ ହେଲେ ନବୀନ: ବିଜେଡିରେ ଅରାଜକତା, ମେଳିକୁ ମିଳିଲା ବଳ, ବିଭାଜନ ଆସନ୍ନ
ପାଣ୍ଡିଆନଙ୍କୁ ନେଇ ଦଳରେ ବଢ଼ୁଥିବା ଅସନ୍ତୋଷ ଓ ମେଳିକୁ ଦେଖି ଆଜି ସନ୍ଧ୍ୟାରେ ନବୀନ ନାଟକୀୟ ଢଙ୍ଗରେ ଦୁଇଟି ଜାତୀୟ ନ୍ୟୁଜ ଏଜେନ୍ସୀକୁ ଡକାଇ ବୟାନ ଦେଇଛନ୍ତି ।

Politics
କେବେ ଓଡ଼ିଶା ପାଇବ ବକେୟା ଟିକସ?
ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ କାର୍ଯ୍ୟକାରୀ ହେଲେ ନାଲକୋ ଭଳି ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକୁ ବିଭିନ୍ନ ଖଣି-ଭିତ୍ତିକ ରାଜ୍ୟକୁ 70 ହଜାର କୋଟି ଟଙ୍କା ଓ ଘରୋଇ କମ୍ପାନୀଗୁଡ଼ିକୁ 80 ହଜାର କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ଆକଳନ କରାଯାଇଛି।