ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ନବଗଠିତ ରଣପୁର ଏନଏସିରେ ମଙ୍ଗଳବାର ଅନୁଷ୍ଠିତ ନିର୍ବାଚନରେ ବିଜେଡିର ବାଜିମାତ୍ ହୋଇଛି। ଏହି ଏନଏସିର ମୋଟ ୧୫ଟି ଆସନରୁ ୧୩ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଗୋଟିଏ ଆସନରେ କଂଗ୍ରେସ ବିଜୟୀ ହୋଇଥିବାବେଳେ ଆଉ ଗୋଟିଏ ୱାର୍ଡ ଯାଇଛି ସ୍ୱାଧୀନ ପ୍ରାର୍ଥୀଙ୍କ ହାତକୁ। ବିଜେପିକୁ ନିରାଶ ହେବାକୁ ପଡିଛି। ଦଳକୁ ଗୋଟିଏ ବି ଆସନ ମିଳିପାରିନିାହିଁ। ପୂରା ଫଳାଫଳ ଆସିବା ପରେ ରଣପୁରର ବିଜେଡି କର୍ମୀମାନେ ଉତ୍ସବ ମନାଇଛନ୍ତି।
ଗତକାଲି ସକାଳ ୮ଟାରୁ ଅପରାହ୍ଣ ୫ଟ। ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା। ମୋଟ ୯,୯୬୯ ଜଣଙ୍କ ଭୋଟର ମଧ୍ୟରୁ ୮୦.୦୧ ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ୧୫ଟି ୱାର୍ଡ ପାଇଁ ମୋଟ ୫୫ ଜଣ ପ୍ରାର୍ଥୀ ଛିଡା ହୋଇଥିଲେ।
ରଣପୁର ଏନଏସି ପାଇଁ ଗତ ଏପ୍ରିଲ ୭ ତାରିଖରେ ନିର୍ବାଚନ ହେବାର ଥିଲା । କିନ୍ତୁ ଆସନ ସଂରକ୍ଷଣ ଜନିତ ସମସ୍ୟା ଯୋଗୁଁ ଏହି ନିର୍ବଚନକୁ ସ୍ଥଗିତ ରଖାଯାଇଥିଲା । ଆଉ ମେ’ ୫ରେ ନିର୍ବାଚନ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ପୁଣି ପାଣ୍ଡିଆନଙ୍କ ପାଇଁ ଢାଲ ହେଲେ ନବୀନ: ବିଜେଡିରେ ଅରାଜକତା, ମେଳିକୁ ମିଳିଲା ବଳ, ବିଭାଜନ ଆସନ୍ନ
ପାଣ୍ଡିଆନଙ୍କୁ ନେଇ ଦଳରେ ବଢ଼ୁଥିବା ଅସନ୍ତୋଷ ଓ ମେଳିକୁ ଦେଖି ଆଜି ସନ୍ଧ୍ୟାରେ ନବୀନ ନାଟକୀୟ ଢଙ୍ଗରେ ଦୁଇଟି ଜାତୀୟ ନ୍ୟୁଜ ଏଜେନ୍ସୀକୁ ଡକାଇ ବୟାନ ଦେଇଛନ୍ତି ।

Politics
କେବେ ଓଡ଼ିଶା ପାଇବ ବକେୟା ଟିକସ?
ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ କାର୍ଯ୍ୟକାରୀ ହେଲେ ନାଲକୋ ଭଳି ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକୁ ବିଭିନ୍ନ ଖଣି-ଭିତ୍ତିକ ରାଜ୍ୟକୁ 70 ହଜାର କୋଟି ଟଙ୍କା ଓ ଘରୋଇ କମ୍ପାନୀଗୁଡ଼ିକୁ 80 ହଜାର କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ଆକଳନ କରାଯାଇଛି।

Special
ଚିନ୍ତାରେ ଚିନ୍ତାମଣିପୁର ଗ୍ରାମବାସୀ
୨୫ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ରାଜ୍ୟରେ ସରକାର କରିଥିଲା। କିନ୍ତୁ ତା’ ମଧ୍ୟରେ କଟକ ଜିଲ୍ଲାରେ ଥିବା ଚିନ୍ତାମଣିପୁର ଗାଁ ଲୋକଙ୍କ ସମସ୍ୟା ଦୂର ହୋଇପାରିଲା ନାହିଁ।

Politics
ଚରମରେ ପହଂଚିଲାଣି ବିଜେଡି ବିଶୃଙ୍ଖଳା : ନବୀନ ବିନ୍ଦାସ, ପୁଣି ବବି ଦେଖାଇଲେଣି ମାମଲାତି
ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଆତ୍ମଘୋଷିତ କ୍ରୀତଦାସ ପ୍ରଣବପ୍ରକାଶ ଦାସ ଓରଫ ବବି ଆଜି ଦୀର୍ଘଦିନ ପରେ ପୁଣିଥରେ ନବୀନ ନିବାସରେ ନିଜର ମାମଲାତି ଦେଖାଇବା ଆରମ୍ଭ କରିଛନ୍ତି।

Guest Column
ଏକ ରାଜନୈତିକ ବିପର୍ଯ୍ୟୟ ଓ ଉତ୍ତୀର୍ଣ୍ଣ ହେବାର ସଂକଳ୍ପ
କେବଳ ଗୋଟିଏ ବିକଳ୍ପ ଭାବେ ଅନ୍ୟ ଏକ ରାଜନୈତିକ ଦଳ ମୁଣ୍ଡ ଟେକି ଉଠିଲେ ହୁଏତ ବିଜେଡିର ବିଦ୍ରୋହୀମାନେ ସେଥିରେ ସାମିଲ ହୋଇ ଆଗକୁ ପାଦ ବଢ଼ାଇବାର ବିଚାର କରିପାରନ୍ତେ।