ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ନବଗଠିତ ରଣପୁର ଏନଏସି ପାଇଁ ଆଜି ଶେଷ ହୋଇଛି ମତଦାନ। ୮୦ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ମଙ୍ଗଳବାର ସକାଳ ୮ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଥିଲା। ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହୋଇଥିଲା। ଅପରାହ୍ନ ୨ଟା ସୁଦ୍ଧା ୫୦% ଭୋଟିଂ ହୋଇଥିଲା। ଆସନ୍ତାକାଲି ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।
ଏହି ଏନଏସିରେ ୧୫ଟି ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ମୋଟ ୫୫ ଜଣ ପ୍ରାର୍ଥୀ ହୋଇଛନ୍ତି। ଏଥିରୁ ଉଭୟ ବିଜେଡି ଓ ବିଜେପିର୧୫ ଜଣ ଲେଖାଏଁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ଛିଡ଼ା କରିଛି ୧୪ ଜଣଙ୍କୁ। ଆଜି ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୯,୯୬୯ ଜଣ ଭୋଟର୍।
ନବଗଠିତ ରଣପୁର ଏନଏସି ପାଇଁ ଏପ୍ରିଲ ୭ରେ ନିର୍ବାଚନ ହେବାର ଥିଲା । କିନ୍ତୁ ସଂରକ୍ଷଣ ଜନିତ ତ୍ରୁଟି ଯୋଗୁ ଏହାକୁ ମେ’ ୫କୁ ଘୁଞ୍ଚାଇ ଦିଆଯାଇଥିଲା । ଏହି ନିର୍ବାଚନ ପାଇଁ ଗତ ରବିବାର ପ୍ରଚାର କାର୍ଯ୍ୟ ଶେଷ ହୋଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ନବୀନ କିଂକର୍ତ୍ତବ୍ୟବିମୂଢ଼: କମିଟିରେ ପାଣ୍ଡିଆନମାର୍କାଙ୍କ ଦବଦବା, ଖଣି ଜିଲ୍ଲାରେ ବବିଙ୍କ ଅନୁଗତ
୧୭ତାରିଖ ସୁଦ୍ଧା ୮୧ଜଣିଆ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଘୋଷଣା ହେବ ଓ ୧୯ରେ ରାଜ୍ୟ ପରିଷଦର ସ୍ୱତନ୍ତ୍ର ବୈଠକ ବସି ନବୀନଙ୍କୁ ନବମ ଥର ସଭାପତି ପଦରେ ଅବସ୍ଥାପିତ କରାଯିବ ବୋଲି ସୂଚନା ମିଳିଛି ।

Politics
ବିସ୍ଫୋରକ ସ୍ଥିତିରେ ବିଜେଡି: ପୁରୁଖାଙ୍କୁ ନାଲିଆଖି ଦେଖାଇ ସୁଜାତାଙ୍କ ହାତରେ ସଂଗଠନ ଟେକିଦେବେ କି ନବୀନ?
ଦଳର ୨୪ବର୍ଷ ଶାସନର ଅପ୍ରତ୍ୟାଶିତ ଅନ୍ତର ପ୍ରମୁଖ କାରଣ ସାଜିଥିବା ପାଣ୍ଡିଆନଙ୍କୁ ଦୀର୍ଘ ୧୦ମାସ ଧରି ନବୀନ ନିଜ ପାଖରୁ କାହିଁକି ଦୂରେଇପାରୁନାହାନ୍ତି ଓ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେବାକୁ ଯାଇ କିଭଳି ମିଛ କହିବାକୁ ପଛାଉନାହାନ୍ତି ତାହା ଦଳୀୟ ମହଲରେ ନାନାଦି ଚର୍ଚ୍ଚାକୁ ଖୋରାକ ଯୋଗାଇଥିବାବେଳେ ଦଳୀୟ ସଂଗଠନରେ ପାଣ୍ଡିଆନମାର୍କା ନେତାମାନଙ୍କ ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

Special
ପାଣି ସମସ୍ୟା, ବାହା ହୋଇପାରୁନାହାନ୍ତି ଗାଁ ଯୁବକ
ବଡ଼ବାର୍ଲି ଗାଁରେ ୨୧୮ଟି ଘର ଅଛି। ଗାଁର ମୋଟ ଜନସଂଖ୍ୟା ୧୦୦୦ରୁ ଅଧିକ। ସେମାନେ ଆଦିବାସୀ ଓ ଦଳିତ। ପାହାଡ଼, ଜଙ୍ଗଲ ଘେରା ଏହି ଗାଁକୁ ରାସ୍ତା ଯାଇଛି। ବିଜୁଳି ବି ପହଞ୍ଚି ପାରିଛି। କିନ୍ତୁ ଜଳ ବ୍ୟବସ୍ଥା ହୋଇପାରିନାହିଁ।

Politics
ପୁଣି ପାଣ୍ଡିଆନଙ୍କ ପାଇଁ ଢାଲ ହେଲେ ନବୀନ: ବିଜେଡିରେ ଅରାଜକତା, ମେଳିକୁ ମିଳିଲା ବଳ, ବିଭାଜନ ଆସନ୍ନ
ପାଣ୍ଡିଆନଙ୍କୁ ନେଇ ଦଳରେ ବଢ଼ୁଥିବା ଅସନ୍ତୋଷ ଓ ମେଳିକୁ ଦେଖି ଆଜି ସନ୍ଧ୍ୟାରେ ନବୀନ ନାଟକୀୟ ଢଙ୍ଗରେ ଦୁଇଟି ଜାତୀୟ ନ୍ୟୁଜ ଏଜେନ୍ସୀକୁ ଡକାଇ ବୟାନ ଦେଇଛନ୍ତି ।

Politics
କେବେ ଓଡ଼ିଶା ପାଇବ ବକେୟା ଟିକସ?
ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ କାର୍ଯ୍ୟକାରୀ ହେଲେ ନାଲକୋ ଭଳି ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକୁ ବିଭିନ୍ନ ଖଣି-ଭିତ୍ତିକ ରାଜ୍ୟକୁ 70 ହଜାର କୋଟି ଟଙ୍କା ଓ ଘରୋଇ କମ୍ପାନୀଗୁଡ଼ିକୁ 80 ହଜାର କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ଆକଳନ କରାଯାଇଛି।