ରାୟଗଡା: ରାୟଗଡା ଜିଲ୍ଲାର ନାଥମା ଗାଁରେ ଗତକାଲି ଗୁଣିଗାରେଡ଼ି ସନ୍ଦେହରେ ୨ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଆଜି ଉଭୟଙ୍କ ମୃତଦେହକୁ କଲିଙ୍ଗି ଜଙ୍ଗଲରୁ ଉଦ୍ଧାର କରାଯାଇଛି। ମାଟି ତଳୁ ମୁଣ୍ଡବିହୀନ ଅବସ୍ଥାରେ ପୋଲିସ ମୃତ ଦେହ ଦୁଇଟିକୁ ଉଦ୍ଧାର କରିଛି।
ମୃତକ ଦ୍ୱୟ ହେଲେ ନାଥମା ଗାଁର ଆପୁଡୁ ମେଲକା ଓ ଲତା ପୀଡ଼ିକା। ଗାଁର ଜଣେ ମହିଳାଙ୍କ ଦେହ ଖରାପ ହେବା ପରେ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଗାଁର ଗୁଣିଆକୁ ଦେଖାଇଥିଲେ। ଆପୁଡୁ ଓ ଲତାଙ୍କ ଯୋଗୁଁ ଏପରି ହେଉଥିବା ଗୁଣିଆ କହିବା ପରେ ଗାଁ ଲୋକେ ବୈଠକ କରି ଉଭୟଙ୍କୁ ବାନ୍ଧି ହତ୍ୟା କରିଥିଲେ। ଏହା ପରେ ମୃତଦେହ ଦୁଇଟିକୁ ନଦୀରେ ଫିଙ୍ଗି ଦେଇଥିଲେ ବୋଲି ଆପୁଙ୍କ ଝିଅ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ୍ ୪ ଜଣ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଚା' ଖଟିରେ ଦାଦନ ସର୍ଦ୍ଦାର ସହ ଥାନାଧିକାରୀଙ୍କ ଦୋସ୍ତି! ଡିଲ୍ ଚାଲିଥିବା ଅଭିଯୋଗ
ଭିଟାମାଟି ଛାଡ଼ି ଦାଦନ ଯାଉଥିଲେ ଅନେକ ଶ୍ରମିକ। ପାଖରେ ଥିବା ଚା ଦୋକାନରେ ଦାଦନ ସର୍ଦ୍ଦାର ସହ ଖଟି ଜମାଇଥିଲେ ପାଟଣାଗଡ଼ ଥାନାଧିକାରୀ। ଲୋକେ କହୁଛନ୍ତି ଚାଲିଥିଲା ଡିଲ୍।
Crime
ପୁଲିସ ଉପରେ ଗାଡି ଚଢ଼ାଇ ଚମ୍ପଟ ମାରିଲେ ଗଞ୍ଜେଇ ଗ୍ୟାଙ୍ଗ; ଦେଖନ୍ତୁ ଭିଡିଓ
ପୂର୍ବରୁ ସୂଚନା ପାଇ ଗଞ୍ଜେଇ ଗ୍ୟାଙ୍ଗକୁ ଧରିବା ପାଇଁ ଟୋଲ ପ୍ଲାଜାରେ ଅଟକାଇଥିଲା ପୁଲିସ। ଗାଡ଼ି ଚଢ଼ାଇ ଫେରାର୍ ହୋଇଗଲେ ଗଞ୍ଜେଇ ମାଫିଆ।
Crime
ପଡ଼ୋଶୀଙ୍କୁ ହତ୍ୟା କଲେ ବାପ-ପୁଅ, କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲେ
ସୁରେଶଙ୍କ ଝିଅ ଫେରାର ହେବା ପଛରେ ରାମଚନ୍ଦ୍ରଙ୍କ ହାତ ଥିବା ଆଶଙ୍କାରେ ତାଙ୍କୁ ବାପ-ପୁଅ ମାରି ଦେଇଛନ୍ତି।
Crime
ଘର ତିଆରି କରୁଛନ୍ତି କି? ହୁସିଆର୍; ରାଜଧାନୀରେ ବିକ୍ରି ହେଉଛି ଡୁପ୍ଲିକେଟ୍ ସିମେଣ୍ଟ
ବଡ଼ଗଡ଼ ଥାନା ଟଙ୍କପାଣି ସାଇ ମନ୍ଦିର ନିକଟରେ ଏକ ଡୁପ୍ଲିକେଟ୍ ସିମେଣ୍ଟ କାରଖାନା ଚାଲିଥିଲା। ବ୍ୟବହାର ଯୋଗ୍ୟ ନଥିବା ବା ମେଣ୍ଡା ହୋଇଯାଇଥିବା ସିମେଣ୍ଟକୁ ଆଣି ଭାଙ୍ଗି ସେଥିରେ ଧୂଳି ଓ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ତିଆରି କରୁଥିଲେ ସିମେଣ୍ଟ।
Crime
ଥାନା ବିବାଦରୁ ଫସିଲା ମୃତଦେହ, ହୋଇ ପାରୁନି ବ୍ୟବଚ୍ଛେଦ
ଆଜି ସକାଳୁ ପୁନାମା ଗେଟ୍ ପାଖ ରେଳ ଲାଇନରୁ ସ୍ୱରାଜ ବେହେରା ନାମକ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ସ୍ୱରାଜଙ୍କ ଶରୀରରେ ଖଣ୍ଡା ଚୋଟ ଥିବାରୁ ଏହା ହତ୍ୟା ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି।