ପାଣି ପାଇଁ ଡହଳବିକଳ: ଗରାମାଠିଆ ଧରି ରାସ୍ତାକୁ ଓହ୍ଲାଇଲେ ମହିଳା

ଯାଜପୁର: ଯାଜପୁର ଜିଲ୍ଲା ରଗଡିପାଳ ଗାଁର ମହିଳାମାନେ ପିଇବା ପାଣି ଯୋଗାଣ ଦାବିରେ ଗରାମାଠିଆ ଧରି ରାସ୍ତା ଅବରୋଧ କରିଥିଲେ। ଗାଁରେ ଥିବା ଏକମାତ୍ର ନଳକୂଅରୁ ଠିକ୍ ଭାବେ ପାଣି ବାହାରୁ ନ ଥିବାରୁ ଲୋକେ ହଇରାଣ ହେଉଛନ୍ତି।

ପୂର୍ବରୁ ଏ ନେଇ ଧର୍ମଶାଳା ବିଡିଓଙ୍କୁ ଗାଁଲୋକେ ଜଣାଇଥିଲେ ବି କିଛି ପଦକ୍ଷେପ ନ ନିଆଯିବାରୁ ଶେଷରେ ମହିଳାମାନେ ରାସ୍ତାକୁ ଓହ୍ଲାଇଥିଲେ।