ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ଓ କୋଭିଡ୍ ପରିଚାଳନାରେ ଡାକ୍ତରୀ ଛାତ୍ରଙ୍କୁ ନିୟୋଜିତ କରିଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
କଟକ ସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ୬ ଜଣ ଇଣ୍ଟର୍ନଙ୍କୁ ୧୦୪ କଲ୍ ସେଣ୍ଟରରେ ନିୟୋଜିତ କରାଯାଇଛି। ସେମାନେ ଭୁବନେଶ୍ୱର ସ୍ଥିତ ଇଡକୋ ଟାଓ୍ୱାରରେ ଖୋଲା ଯାଇଥିବା ଏହି ୧୦୪ କଲ୍ ସେଣ୍ଟରରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ।
ଏହି ୬ ଡାକ୍ତର ହେଉଛନ୍ତି, ଅରୁନ୍ଧତୀ ଆଚାର୍ଯ୍ୟ, ଦିବ୍ୟ ପ୍ରକାଶ ଆଚାର୍ଯ୍ୟ, ସୌରଭ ଆଚାର୍ଯ୍ୟ, ସୁମନ ସ୍ମିଥ୍ ଅଧିକାରୀ, ପବନ ଅଗ୍ରୱାଲ୍ ଓ ଅନମୋଲ୍ ଅଗ୍ରଓ୍ୱାଲ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାର ୧୪ ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ମେ’ ୫ ତାରିଖ ସକାଳୁ ଏହା କାର୍ଯ୍ୟକାରୀ ହେବ ଏବଂ ୧୯ ତାରିଖ ସକାଳେ ଶେଷ ହେବ।
..
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ସନ୍ଦେହ ଘେରରେ ଘର ମାଲିକ!
ବିଶୋଇ ଥାନା ଅଞ୍ଚଳର ବୁଦ୍ଧାଦିତ୍ୟ ନାୟକ ଦୀର୍ଘ ବର୍ଷ ଧରି ମେସରେ ରହି ପାଠ ପଢୁଥିଲେ। ଆଜି ମେସ୍ର ସିଡି ଘରରେ ବେକରେ ରଶି ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ପରେ ଘର ମାଲିକ ବାରିପଦା ସଦର ଥାନାକୁ ଖବର ଦେଇଥିଲେ।
Miscellaneous
ଲାଗିଛି ଡୋରି ଯିବି ମୁଁ ପୁରୀ... ପାଦରେ ଚାରି ଧାମ୍ ଯାତ୍ରାରେ ୟୁପି ଯୁବକ
ଅଯୋଧ୍ୟାରୁ କାଶି ବିଶ୍ୱନାଥ ଯାଇଥିଲେ ମିଥିଲେଶ। ବାବାଙ୍କୁ ଦର୍ଶନ କରିବା ପରେ ସେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୫୩ ଦିନ ହେଲା ପାଦରେ ଚାଲୁଛନ୍ତି। ପିଠିରେ ଝୁଲୁଥିବା ବ୍ୟାଗରେ ତ୍ରିରଙ୍ଗା ଓ ସନାତନ ପତାକୁ ଉଡାଇ ଚାଲିଛନ୍ତି।
Politics
ଡିସେମ୍ବରରେ ମିଳିବ ନାହିଁ ସୁଭଦ୍ରା ଟଙ୍କା; ଯାଞ୍ଚ ପରେ ପାଇବେ ହିତାଧିକାରୀ
୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ୪ର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ।
Accident
ମା’ ଓ ୨ ପୁଅଙ୍କ ଉପରେ ମାଡ଼ିଗଲା କାର୍
ଦୁର୍ଘଟଣାପରେ ପୁଲିସ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉ଼ଚରା କରୁଛି ଓ ଘଟଣାର ତଦନ୍ତ କରୁଛି।
Accident
ଜଳିଗଲା ଧାନ ଗଦା, ୬ ଏକର ଜମିର ଧାନ ଫସଲ ଭସ୍ମ
ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ବେଳକୁ ସେତେବଳେକୁ ସବୁ ପୋଡ଼ି ନଷ୍ଟ ହୋଇଯାଇଥିଲା।