ବଧୁହତ୍ୟା ଅଭିଯୋଗ: ଡେରିରେ ଯିବାରୁ ପୋଲିସକୁ ଛାଡ଼ିଲେନି ଲୋକେ

କେନ୍ଦ୍ରାପଡ଼ା: ଅଖାରେ ବନ୍ଧା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାରକୁ ନେଇ କେନ୍ଦ୍ରାପଡ଼ା ହିନ୍ଦୁଳିଆ ଗାଁରେ  ଉତ୍ତେଜନା ଦେଖାଦେଇଛି । ହତ୍ୟା ଅଭିଯୁକ୍ତଙ୍କୁ ଆଣିବାକୁ ଯାଇଥିବା ପୋଲିସ ଗାଡିକୁ ଗାଁରେ ଅଟକ ରଖିଯାଇଥିଲା। ପରେ  ପୋଲିସ୍ ୪ଜଣଙ୍କ ନାଁରେ ମାମଲା ରୁଜୁ କରିବା ପରେ ଅଟକ ପୋଲିସ୍ ଅଧିକାରୀଙ୍କୁ ଗାଁଲୋକେ  ଛାଡିଦେଇଛନ୍ତି । ତେବେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ୨ ସେକ୍ସନ ଫୋର୍ସ ମୁତୟନ କରାଯାଇଛି।

ମୃତ  ମହିଳାଙ୍କ ଶାଶୁ, ଶ୍ୱଶୁର ଓ ନଣନ୍ଦଙ୍କୁ ମାଡ ମାରି ଗ୍ରାମବାସୀ ପୋଲିସ ଜିମା ଦେଇଥିଲେ। ମାର୍ଶାଘାଇ ଥାନା  ହିନ୍ଦୁଳିଆ ଗାଁ ମୁଣ୍ଡରେ ମାମିନା ମଲ୍ଲିକ ନାମକ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ଏକ ଅଖା ଭିତରେ ବନ୍ଧା  ହୋଇ ପଡିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ।  ମାମିନାଙ୍କୁ ,ତାଙ୍କ ଶାଶୁ ଘର ଲୋକେ ହତ୍ୟା କରିଥିବା  ଅଭିଯୋଗ କରି ଗ୍ରାମବାସୀ ମୃତକଙ୍କ ଶାଶୁ, ଶ୍ୱଶୁର ଓ ନଣନ୍ଦଙ୍କୁ ମାଡ ମାରି ଥାନାରେ ଜିମା ଦେଇଥିଲେ।  ତେବେ  ଘଟଣାର ମୁଖ୍ୟ ଆସାମୀ ମାମିନାଙ୍କ ସ୍ୱାମୀ ଫେରାର ଅଛନ୍ତି।