ଆଜିଠାରୁ ହୋଇପାରେ କୁଆପଥର ସହ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ରାଜ୍ୟର କିଛି ସ୍ଥାନରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ଗୁରୁଚାପ ସାଙ୍ଗକୁ ଟ୍ରାପ୍ ଲାଇନ୍ ଯାଇଥିବାରୁ ଏହାର  ପ୍ରଭାବରେ ବର୍ଷା ହୋଇପାରେ। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏଭଳି  ପୂର୍ବାନୁମାନ କରାଯାଇଛି।

ଆଜି ଏବଂ ଆସନ୍ତାକାଲି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।  ଆସନ୍ତାକାଲି ଏବଂ ୧୪  ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। ଏହି  ସମୟରେ ଆକାଶ ମେଘୁଆ ରହିବ। ୧୫ ତାରିଖଠାରୁ ପାଗରେ ପରିବର୍ତ୍ତନ ହେବା ସହ ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।