Advertisment

ସହିଦ୍‌ ଶ୍ରୀନିବାସଙ୍କୁ ଝୁରୁଛି ଜନ୍ମମାଟି

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗର୍ବ ଓ ଗୌରବର ସେହି ଐତିହାସିକ ବିଜୟକୁ ପୂରିବ ୨୦ ବର୍ଷ। ଏଥିପାଇଁ ବୀରତ୍ୱ ଓ ବଳିଦାନର ପର୍ବ ପାଳିବାକୁ ସାରା ଦେଶରେ ପ୍ରସ୍ତୁତି ଚାଲିଛି। ମଝିରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ସହିଦ ଯବାନଙ୍କ ଜନ୍ମଭୂମି ଗଞ୍ଜାମ ଜିଲ୍ଲା ଜଗଦଳପୁର ଗାଁରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଉଛି। ବ୍ରହ୍ମପୁର ନିକଟ ଜଗଦଳପୁର ଗାଁ। ଏଇଠି ଜନ୍ମ ଗ୍ରହଣ କରିଥିଲେ ଶ୍ରୀନିବାସ ପାତ୍ର। ଦେଶମାତୃକାର ସେବା ପାଇଁ ସେ ସେନାରେ ଯୋଗ ଦେଇଥିଲେ। ଛୁଟି […]

author-image
Manoranjan Sial
ଅଦ୍ୟତନ ହୋଇଛି
ସହିଦ୍‌ ଶ୍ରୀନିବାସଙ୍କୁ ଝୁରୁଛି ଜନ୍ମମାଟି

b.pur3

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗର୍ବ ଓ ଗୌରବର ସେହି ଐତିହାସିକ ବିଜୟକୁ ପୂରିବ ୨୦ ବର୍ଷ। ଏଥିପାଇଁ ବୀରତ୍ୱ ଓ ବଳିଦାନର ପର୍ବ ପାଳିବାକୁ ସାରା ଦେଶରେ ପ୍ରସ୍ତୁତି ଚାଲିଛି। ମଝିରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ସହିଦ ଯବାନଙ୍କ ଜନ୍ମଭୂମି ଗଞ୍ଜାମ ଜିଲ୍ଲା ଜଗଦଳପୁର ଗାଁରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଉଛି।

Advertisment

publive-imageବ୍ରହ୍ମପୁର ନିକଟ ଜଗଦଳପୁର ଗାଁ। ଏଇଠି ଜନ୍ମ ଗ୍ରହଣ କରିଥିଲେ ଶ୍ରୀନିବାସ ପାତ୍ର। ଦେଶମାତୃକାର ସେବା ପାଇଁ ସେ ସେନାରେ ଯୋଗ ଦେଇଥିଲେ। ଛୁଟି ମିଳିଲେ ସେ ଜନ୍ମମାଟିକୁ ଧାଇଁ ଆସୁଥିଲେ। ଆଜି ବି ସେ ଦିନର କଥା ମନେ ଅଛି। ୧୯୯୯ ମସିହା ଜୁନ ମାସରେ ଶ୍ରୀନିବାସଙ୍କର ବାହାଘର ହୋଇଥିଲା। ବିବାହର ମାତ୍ର ୬ ଦିନ ପରେ କାଶ୍ମୀରରୁ ଆସିଥିଲା କର୍ତ୍ତବ୍ୟର ଡାକରା। ନବବଧୂକୁ ଘରେ ଛାଡ଼ି ରଣଭୂମିରେ ଝାସ ଦେଇଥିଲେ ଶ୍ରୀନିବାସ। ଆଉ ଘର ଛାଡ଼ିବାର ୭ ଦିନ ପରେ ଜୁଲାଇ ୫ ତାରିଖରେ ଆସିଲା ତାଙ୍କର ସହିଦ ହୋଇଥିବାର ଖବର। ଏହି ଖବର ପ୍ରଚାରିତ ହେବା ପରେ ପୂରା ପରିବାର ଭାଙ୍ଗିପଡ଼ିଥିଲା। ଗାଁରେ ଶୋକର ଛାୟା ଖେଳିଯାଇଥିଲା।

publive-imageଆଜି ଶ୍ରୀନିବାସ ସହିଦ୍‌ ହେବାର ୨୦ ବର୍ଷ ପୂରିଛି। କିନ୍ତୁ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖିନି। ଏବେବି ମନେପକାଇ ଝୁରି ହେଉଛନ୍ତି ତାଙ୍କ ଭାଇ ତ୍ରିଲୋଚନ ପାତ୍ର।

Advertisment

କାର୍ଗିଲ୍‌ ବୀରତ୍ୱ ଓ ବଳିଦାନର ପର୍ବ ପାଳିବା ପାଇଁ ସମଗ୍ର ଦେଶରେ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଜଗଦଳପୁର ଗାଁ ମଧ୍ୟ ସଜେଇ ହେଉଛି। ତାଙ୍କ ପ୍ରତିମୂର୍ତ୍ତି ରଙ୍ଗ କରି ଚଉତରା କାନ୍ଥରେ ଅଙ୍କାଯାଉଛି ଦେଶାତ୍ମବୋଧକ ବାର୍ତ୍ତା। ସତେ ଯେମିତି ଗାଁର ପିଲାଠୁ ବୁଢ଼ା ସମସ୍ତଙ୍କ ଆଖି କହୁଛି ଗର୍ବ ଓ ଗୌରବର କଥା। କାରଣ ଏଇ ମାଟିର ପୁଅ ୨୦ ବର୍ଷ ତଳେ ଦେଶ ପାଇଁ ଦେଇଥିଲେ ଜୀବନର ଭେଟି।

publive-imageସେପଟେ କାର୍ଗିଲ୍ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ଅବସରରେ ସେନା ପକ୍ଷରୁ ବ୍ୟାପକ ଆୟୋଜନ ଚାଲିଛି। କାର୍ଗିଲ୍ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ବୋଫର୍ସ ତୋପର ପ୍ରଦର୍ଶନ ସହ ଦ୍ରାସ୍‌ରେ ହୋଇଛି ପ୍ରତୀକାତ୍ମକ ସମରସଜ୍ଜା। ଦୁର୍ଗମ ପର୍ବତ ଚଢ଼ି ପରାକ୍ରମ ଓ ରଣକୌଶଳ ପ୍ରଦର୍ଶନ କରୁଛନ୍ତି ଭାରତୀୟ ସେନାର କୁଶଳୀ ଯୋଦ୍ଧା।