ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଖର୍ଚ୍ଚ ମଞ୍ଜୁର !

ଦେବେନ୍ଦ୍ର ପୃଷ୍ଟି ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଆଦି ୪ଟି ଜିଲ୍ଲାର ଦାଦନ ପ୍ରବଣ ୨୦ ବ୍ଲକର ୪୭୭ ଗ୍ରାମ ପଞ୍ଚାୟତର ଦାଦନ ସମସ୍ୟା ସମାଧାନ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଜାନୁଆରୀ ୧୫ ତାରିଖ ମକର ସଂକ୍ରାନ୍ତିରେ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ସରକାରୀ ସୂଚନା ଅନୁସାରେ ଏହି ପ୍ୟାକେଜରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ କେନ୍ଦ୍ର ସରକାରଙ୍କ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ […]

vote-1

vote-1

Debendra Prusty
  • Published: Wednesday, 15 January 2020
  • Updated: 16 January 2020, 11:20 AM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଆଦି ୪ଟି ଜିଲ୍ଲାର ଦାଦନ ପ୍ରବଣ ୨୦ ବ୍ଲକର ୪୭୭ ଗ୍ରାମ ପଞ୍ଚାୟତର ଦାଦନ ସମସ୍ୟା ସମାଧାନ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଜାନୁଆରୀ ୧୫ ତାରିଖ ମକର ସଂକ୍ରାନ୍ତିରେ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ସରକାରୀ ସୂଚନା ଅନୁସାରେ ଏହି ପ୍ୟାକେଜରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ କେନ୍ଦ୍ର ସରକାରଙ୍କ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନାରେ ସଂପୃକ୍ତ ପଞ୍ଚାୟତଗୁଡ଼ିକର ଶାରୀରିକ କାମ ପାଇଁ ସମର୍ଥ ଶ୍ରମିକମାନଙ୍କୁ ବାର୍ଷିକ ଅନ୍ୟୁନ ୨୦୦ ଦିନର ନିଯୁକ୍ତି ସୁଯୋଗ ମିଳିବ। ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବରୁ ସ୍ଥିରୀକୃତ ସର୍ବନିମ୍ନ ମଜୁରୀ ୨୮୬.୩୦ ଟଙ୍କା ହିସାବରେ ଏହି ୨୦୦ ଦିନ ପାଇଁ ଶ୍ରମିକମାନଙ୍କୁ ମଜୁରୀ ମିଳିବ। ଅର୍ଥାତ ଜଣେ ଜଣେ ଶ୍ରମିକ ବାର୍ଷିକ ପ୍ରାୟ ୫୭ ହଜାର ଟଙ୍କା ପାଇବେ। ଏହା ବାଦ, ପ୍ରତି ବର୍ଷ କାମଧନ୍ଦା ସନ୍ଧାନରେ ଦେଶାନ୍ତରୀ ହେଉଥିବା ଏଭଳି ଶ୍ରମିକମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। ସେମାନଙ୍କର ଦକ୍ଷତା ବିକାଶ ନିମନ୍ତେ ବ୍ୟବସ୍ଥା କରାଯିବ। ସେମାନଙ୍କ ପରିବାରଗୁଡ଼ିକୁ ସ୍ୱୟଂ ସହାୟକ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯିବ। ଗୃହ ଓ ଅନ୍ୟ ନିର୍ମାଣ କାର୍ଯ୍ୟରେ ସଂପୃକ୍ତ ଥିବା ଶ୍ରମିକମାନଙ୍କ ପରିବାରକୁ ବିବାହ ସହାୟତା, ଶିକ୍ଷା ସହାୟତା ଓ ଭତ୍ତା ଆଦି ଦିଆଯିବ। ସେଥିପାଇଁ ସେମାନଙ୍କୁ ଏହି ଉଦ୍ଦେଶ୍ୟରେ ଗଢ଼ା ଯାଇଥିବା ଶ୍ରମିକ କଲ୍ୟାଣ ବୋର୍ଡ଼ରେ ପଞ୍ଜୀକୃତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଏହା ରାଜ୍ୟ ଯୋଜନାର ଅଂଶବିଶେଷ।

କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ଦାଦନ ସମସ୍ୟା ଦୃଷ୍ଟିକୋଣରୁ ଏହି ସ୍ୱତନ୍ତ୍ର ପ୍ୟାକେଜ ନିଶ୍ଚୟ ଏକ ସ୍ୱାଗତଯୋଗ୍ୟ କାର୍ଯ୍ୟକ୍ରମ। ପ୍ରତିବର୍ଷ ଏହି ଜିଲ୍ଲାଗୁଡ଼ିକରୁ ଲକ୍ଷାଧିକ ଲୋକ କାମଧନ୍ଦା ସନ୍ଧାନରେ ଅନ୍ୟ ରାଜ୍ୟକୁ ପଳାଇଥାନ୍ତି। ନିଜ ଅଞ୍ଚଳରେ ସହଜରେ ସୁବିଧାରେ ନିଯୁକ୍ତି ସୁଯୋଗ ମିଳୁଥିଲେ ନିଶ୍ଚୟ କେହି ଭିଟାମାଟି ଓ ପ୍ରିୟପରିଜନଙ୍କୁ ଛାଡ଼ି ଅଜଣା ଜାଗାକୁ କାମ କରିବାକୁ ଯାଆନ୍ତେ ନାହିଁ। ଅନେକ ସମୟରେ ଘରର ବୁଢ଼ା ବାପାମା’ ଓ କୁନିକୁନି ପିଲାଙ୍କୁ ଛାଡ଼ି ସମର୍ଥ ପୁରୁଷ ଓ ମହିଳାମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି। ଅନେକ ସମୟରେ ସେଠାରେ ସେମାନଙ୍କୁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼େ। ଯେଉଁ ହାରରେ ମଜୁରୀ ମିଳିବା କଥା ମିଳେ ନାହିଁ। ଅନେକ ମଜୁରୀ ବକେୟା ରହେ। ରହିବା ପାଇଁ ଘର ମିଳେ ନାହିଁ। ରୋଗ ହେଲେ ଚିକିତ୍ସା ସୁବିଧା ମିଳେ ନାହିଁ। ଦେହ ଖରାପ ଥାଇ କାମକୁ ନଗଲେ ନିର୍ଯାତନା ମିଳେ। ବେଳେବେଳେ ସ୍ୱାମୀ ପାଇଁ ସ୍ତ୍ରୀକୁ ବା ସ୍ତ୍ରୀ ପାଇଁ ସ୍ୱାମୀକୁ ବନ୍ଧକ ରଖାଯାଏ। କେହି ପ୍ରତିବାଦ କଲେ ଶାରୀରିକ ନିର୍ଯାତନା ବଢ଼େ। କାହାର କାହାର ହାତ ଗୋଡ଼ କାଟି ଦିଆଯାଏ। ଓପାସଭୋକରେ ମାଡ଼ଖାଇ କେହି କେହି ବି ଚିକିତ୍ସା ସୁବିଧା ନପାଇ ମୃତ୍ୟୁ ମୁଖରେ ପଡ଼ନ୍ତି। ଏମିତି ଅନେକ ନିର୍ଯାତନାପୂର୍ଣ୍ଣ କାହାଣୀର ଗନ୍ତାଘର ହେଉଛି ଅବିଭକ୍ତ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା। ଏଭଳି ଦେଶାନ୍ତରୀ ଶ୍ରମିକମାନଙ୍କ ପାଇଁ ଏହା ନିଶ୍ଚୟ ଏକ ଆଶାଜନକ ପ୍ୟାକେଜ।

କିନ୍ତୁ ମୁଖ୍ୟମନ୍ତ୍ରୀ କେତେବେଳେ ଏହି ପ୍ୟାକେଜ ଘୋଷଣା କଲେ? ଚାରି ମାସ ତଳୁ ଏହି ଚାରିଟି ଜିଲ୍ଲାର ଦାଦନ ଶ୍ରମିକମାନେ ଘରଦ୍ୱାର ଗାଁଗଣ୍ଡା ଛାଡ଼ି ପ୍ରବାସୀ ହୋଇସାରିଲେଣି। ଦାଦନ ପ୍ରଥା ଅନୁଯାୟୀ ନୂଆଖାଇ ପୂର୍ବରୁ ଶ୍ରମିକମାନେ ଶ୍ରମିକ ଠିକାଦାରମାନଙ୍କଠାରୁ ବଇନା ନେଇଥାନ୍ତି। ସେଇ ବଇନା ଟଙ୍କାରେ ସେମାନେ ନୂଆଖାଇ ପର୍ବ ପାଳନ କରନ୍ତି। ତା’ପରଠୁଁ ସେମାନେ ଘର ଛାଡ଼ିବା ଆରମ୍ଭ କରିଥାନ୍ତି। ଇତିମଧ୍ୟରେ ଚାରି ମାସ ବିତିଗଲାଣି। ଦାଦନ ଗାଁଗୁଡ଼ିକରେ ଆଉ ପ୍ରାୟ ଶ୍ରମିକ ନାହାନ୍ତି। ସମସ୍ତେ ଏବେ ଅନ୍ୟ କେଉଁ ରାଜ୍ୟରେ ଅଳ୍ପ ମଜୁରୀରେ ଅଧିକ ପରିଶ୍ରମ କରୁଥିବେ, ନିର୍ଯାତନା ସହୁ ଥିବେ, ପ୍ରିୟପରିଜନଙ୍କୁ ଝୁରି ହେଉଥିବେ। କେତେକଙ୍କର ଫେରିବାର ଗ୍ୟାରେଣ୍ଟି ନଥିବ। କେହି କେହି ଅଙ୍ଗ ହରେଇ ଫେରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯଦି ଦାଦନ ପ୍ରଥା ସଂପର୍କରେ ସାମାନ୍ୟତମ ଧାରଣା ଥାଆନ୍ତା ତେବେ ସେ ନିଶ୍ଚୟ ଏଭଳି ଏକ ପ୍ୟାକେଜ ନୂଆଖାଇ ପୂର୍ବରୁ ଘୋଷଣା କରିଥାନ୍ତେ। ସେପରି ହୋଇଥିଲେ ଅନେକ ବାଧ୍ୟବାଧକତା ବଶତଃ ସହ୍ୟ କରୁଥିବା ଦାଦନ-ଦୁଃଖରୁ ବର୍ତ୍ତି ଯାଇପାରିଥାନ୍ତେ। ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ ଓ ପରିଚାଳିତ କରୁଥିବା ଅଫିସର ଗୋଷ୍ଠୀ ମଧ୍ୟ ବୋଧହୁଏ ଦାଦନ ସମସ୍ୟାକୁ ଠିକ ଭାବେ ବୁଝି ନାହାନ୍ତି। ନହେଲେ ସେମାନେ ନିଶ୍ଚୟ ଅଧିକ ବିଜ୍ଞତାର ପରିଚୟ ଦେଇଥାନ୍ତେ, ଯଥା ସମୟରେ ଏପରି ଏକ ପ୍ୟାକେଜ ଘୋଷଣା କରି ଲୋକାଭିମୁଖୀ ପ୍ରଶାସନର ପ୍ରମାଣ ଦେଇଥାନ୍ତେ।

ଏହି ଅଞ୍ଚଳରେ ଏବେ ଦାଦନ ଶ୍ରମିକ ନଥିବାବେଳେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୫୦୦ କୋଟି ଟଙ୍କା କାହା କାମରେ ଲାଗିବ? କିଏ ଏ ମଜୁରୀ ପାଇବ? ରାଜ୍ୟର ଅଧିକାଂଶ ବ୍ଲକରେ ଏମଜିଏନଆରଜିଏରେ ମଣିଷ ନୁହେଁ ମେସିନ କାମ କରିବାର ଅଭିଯୋଗ ଅକଳଣ। ଅନେକ ଅଞ୍ଚଳରେ ଏମଜିଏନଆରଜିଏ ନିର୍ଦ୍ଦେଶାବଳି ଅନୁସାରେ ବି କାମ ହୁଏ ନାହିଁ। ଏହି ଯୋଜନା ଅଧୀନରେ ଜଳ ସଂରକ୍ଷଣ ଓ ଉତ୍ପାଦନକ୍ଷମ ଜମିର ବିକାଶ ଅଗ୍ରାଧିକାର ପାଇବା କଥା। ତାହା ପ୍ରାୟ ହୁଏ ନାହିଁ। ପ୍ରତି ବର୍ଷ ରାସ୍ତାରେ ମୁଠାଏ ମୁଠାଏ ମାଟି ପକେଇ, ପୂର୍ବରୁ ଖୋଳା ଯାଇଥିବା ପୋଖରୀକୁ ଆଉ ଥରେ ଚଞ୍ଛାଚଞ୍ଛି କରି ଟଙ୍କା ଉଠେଇ ନିଆଯାଏ। ଏହି ଯୋଜନାରେ ଠିକାଦାର ନିୟୋଜନ ନିଷିଦ୍ଧ ହୋଇଥିଲେ ବି ବିନା ଚୁକ୍ତିରେ ଠିକାଦାର ହିଁ ପ୍ରଚୁର ରୋଜଗାର ସୁଯୋଗ ପାଇଥାନ୍ତି। ଏହି ଯୋଜନାରେ ବନୀକରଣ ନାଁରେ ଚାରା ଓ ସାର ଟଙ୍କା ହଡ଼ପ ହୁଏ। ଏହି ଯୋଜନାରେ ଚାଷ ପୋଖରୀ ହଜି ଯାଏ, ଜଳ ସଂରକ୍ଷଣ ପ୍ରକଳ୍ପ ପୋତି ହୋଇଯାଏ। ଏହିପରି ଅନେକ କେଳେଙ୍କାରୀ ସଂପର୍କରେ ପରେ ଖବର ମିଳେ, କିନ୍ତୁ କାର୍ଯ୍ୟାନୁଷ୍ଠାନ ହୁଏ ନାହିଁ। କେନ୍ଦ୍ରରେ ଡକ୍ଟର ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲାବେଳେ ୨୦୦୫-୦୬ ବର୍ଷରୁ କାର୍ଯ୍ୟକାରୀ ହୋଇଆସୁଛି ଏମଜିଏନଆରଇଜିଏ ଯୋଜନା। ଇତିମଧ୍ୟରେ ୧୫ ବର୍ଷ ବିତିଗଲାଣି। ରାଜ୍ୟ ସରକାର ଯଦି ସେବେଠାରୁ ଲୋକଙ୍କ ହିତ ପାଇଁ ଏହି ଯୋଜନାକୁ କାର୍ଯ୍ୟକାରୀ କରିଥାନ୍ତେ ତେବେ ଏବେ ସୁଦ୍ଧା ପଶ୍ଚିମାଞ୍ଚଳର ଦାଦନ ପ୍ରଥାରେ  ପୂର୍ଣ୍ଣଚ୍ଛେଦ ପଡ଼ି ସାରନ୍ତାଣି। ମାତ୍ର ତାହା ହୋଇନାହିଁ। ଅପରନ୍ତୁ, ଏହି ଯୋଜନାରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଓ ଅନିୟମିତତା ପଦାକୁ ଆସିଛି। ୨୦୦୭-୦୮ ବର୍ଷରେ ଓଡ଼ିଶାରେ ଏହି ଯୋଜନାରେ ପ୍ରାୟ ୭୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଦିଲ୍ଲୀର ଏକ ସଂସ୍ଥା ରିପୋର୍ଟ ଦେଇଥିଲା। ସେତେବେଳେ ତାହାକୁ ନେଇ ଭୁବନେଶ୍ୱର ଓ ଦିଲ୍ଲୀ ସ୍ତରରେ ହୋହାଲ୍ଲା ହୋଇଥିଲା।

ଏହା ପରେ ମଧ୍ୟ ରାଜ୍ୟ ସରକାର ଏହି ଯୋଜନାକୁ ଦୁର୍ନୀତି ଓ ଅନିୟମିତତା ମୁକ୍ତ ରଖିବା ପାଇଁ ସେପରି କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଅଧିକନ୍ତୁ, ଏହି ଆଇନ ଅନୁସାରେ ପ୍ରତି ଜିଲ୍ଲାରେ ଅଭିଯୋଗ ଶୁଣାଣି ପାଇଁ ଅମ୍ବୁଦ୍‌ସମ୍ୟାନ ନିଯୁକ୍ତି ବ୍ୟବସ୍ଥା ଥିଲେ ମଧ୍ୟ ରାଜ୍ୟ ସରକାର ତାହାକୁ ଅଚଳ କରିଦେଇଛନ୍ତି। ୨୦୧୨/୧୩ ପରଠାରୁ ରାଜ୍ୟର ଅନେକ ଜିଲ୍ଲାରେ ଏମଜିଏନଆରଇଜିଏ ଯୋଜନାରେ ଜିଲ୍ଲା ସ୍ତରୀୟ ଅମ୍ବୁଦ୍‌ସମ୍ୟାନ ନାହାନ୍ତି। ଦାଦନ ପ୍ରବଣ ଜିଲ୍ଲାଗୁଡ଼ିକରେ ସେଇ ଅବସ୍ଥା। ତେଣୁ ଲୋକେ ଏହି ଯୋଜନାର ଦୁର୍ନୀତି ଓ ଅନିୟମିତତା ନେଇ କାହା ପାଖରେ ଅଭିଯୋଗ କରିପାରୁ ନାହାନ୍ତି। ହିତାଧିକାରୀମାନେ ମଧ୍ୟ କାମ ବା ନିଯୁକ୍ତି ନପାଇଲେ କେଉଁଠି ଫେରାଦ ହୋଇପାରୁ ନାହାନ୍ତି। ପୂରା ମଜୁରୀ ନେଲେ ବୋଲି ଦସ୍ତଖତ ବା ଟିପ ଚିହ୍ନ ଦେଲା ପରେ ଅଧା ମଜୁରୀ ପାଇଲେ ବି ସେମାନଙ୍କ କଥା ଶୁଣିବାକୁ କେହି ନାହାନ୍ତି। ଏଭଳି ଅବସ୍ଥାରେ ମୁଖ୍ୟମନ୍ତ୍ରୀ ଯେଉଁ ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ତାହା ନିୟମ ଅନୁଯାୟୀ ଖର୍ଚ୍ଚ ହେବ ନା ହଡ଼ପ ହେବ?

ଏହି ଘୋଷିତ ସ୍ୱତନ୍ତ୍ର ପ୍ୟାକେଜ କାର୍ଯ୍ୟକାରୀ ହେବାକୁ ଥିବା ଚାରିଟି ଜିଲ୍ଲାରେ ବିରୋଧୀ ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତା ରହିଛି। କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ର ସାଂସଦମାନେ ଏହି ଦଳର। ଏହି ଅଞ୍ଚଳର ଅନେକ ବିଧାୟକ ମଧ୍ୟ ଏହି ଦଳର। କହିବା ବାହୁଲ୍ୟ ଏହି ସବୁ ଜିଲ୍ଲାର ଚିହ୍ନିତ ପଞ୍ଚାୟତଗୁଡ଼ିକରେ ମଧ୍ୟ ବିଜେପିର ଶକ୍ତି ଓ ସଂଗଠନ ଶାସକ ବିଜେଡି ଅନେକଟା ଦୁର୍ବଳ। ରାଜ୍ୟରେ ୨୦୨୨ ମସିହାରେ ପଞ୍ଚାୟତ ନିର୍ବାଚନ। ଏହି ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ଏକ ପ୍ୟାକେଜ ଘୋଷଣା କରି ନାହାନ୍ତି ତ? ପଂଚାୟତିରାଜ ନିର୍ବାଚନର ଦୁଇ ବର୍ଷ ପୂର୍ବରୁ ତୃଣମୂଳ ସ୍ତରର ଅନେକ ଦଳୀୟ କର୍ମୀଙ୍କୁ ଗ୍ରାମ ରୋଜଗାର ସାଥୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ତଥା ଅନ୍ୟାନ୍ୟ ପଦପଦବୀ ଜରିଆରେ ଆର୍ଥିକ ଫାଇଦା ଦେଇ ବିରୋଧୀ ବିଜେପିକୁ ଟକ୍କର ଦେବା ଉଦ୍ଦେଶ୍ୟ ନାହିଁ ତ? ଯଦି ସତରେ ଶାସକ ଦଳ ଓ ଶାସନ କଳର ଏପରି ଉଦ୍ଦେଶ୍ୟ ଥାଏ ତେବେ ଏହା ଧର୍ମକୁ ଆଖିଠାର ମାରିବା ଭଳି କଥା ହେବ କି ନାହିଁ? ଲକ୍ଷ୍ୟ ଭୋଟ୍‌ ଆଡ଼େ ତୀର ନୋଟ୍‌ ଆଡ଼େ!

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story