ଭୁବନେଶ୍ୱର:ଆଜି ଶ୍ରୀ ସୁଦର୍ଶନଙ୍କ ଦାରୁଛେଦନ କାର୍ଯ୍ୟ ଆରମ୍ଭ ହେବ। ଅପରାହ୍ଣରେ ମହାଯଜ୍ଞର ପୂର୍ଣ୍ଣହୂତି ପରେ ଦାରୁଛେଦନ କାର୍ଯ୍ୟ ଆରମ୍ଭ ହେବ। ଏଥିଲାଗି ଗତକାଲିଠାରୁ ଭୁବନେଶ୍ୱର ଉପକଣ୍ଠ ହୀରାପୁର ଗଡକଣ୍ଟୂଣିଆରେ ମହାଯଜ୍ଞ ଚାଲିଛି। ନିର୍ଜଳା ଉପବାସ ରଖି ଦଇତାପତି ସେବାୟତ ଓ ବ୍ରାହ୍ମଣମାନେ ଯଜ୍ଞ କରୁଛନ୍ତି।
ଆଜି ଅପରାହ୍ଣରେ ପୂର୍ଣ୍ଣାହୂତି ପରେ ପ୍ରଥମେ ଦିବ୍ୟାପତିଙ୍କ ସୁନା କୁରାଢି,ପରେ ବିସ୍ୱାବସୁଙ୍କ ରୂପା କୁରାଢି ଏବଂ ତା ପରେ ଲୁହା କୁରାଢି ଛୁଆଁଯାଇ ଦାରୁଛେଦନ କରାଯିବ। ଦାରୁଛେଦନ କାର୍ଯ୍ୟ ଶେଷ ହେବାପରେ ସୁଦର୍ଶନ ମହାପ୍ରଭୁଙ୍କ ଦାରୁକୁ ସ୍ୱତନ୍ତ୍ର ଶଗଡିରେ ପୁରୀ ଶ୍ରୀମନ୍ଦିର ଅଭିମୁଖେ ନିଆଯିବ।
ଅନ୍ୟପକ୍ଷରେ ମହାଯଜ୍ଞ ଓ ସୁଦର୍ଶନଙ୍କ ଦାରୁ ଦର୍ଶନ ପାଇଁ ଲୋକାରଣ୍ୟ ହୋଇପଡିଛି ହୀରାକୁର ଗଡକଣ୍ଟୁଣିଆ ଗାଁ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।
Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
Special
ଅମଳ ବେଳେ ଉତ୍ପାତ କରୁଛନ୍ତି ବାର୍ହା, ହାତୀ; ଚିନ୍ତାରେ କନ୍ଦମୂଳ ଚାଷୀ
ଢେଙ୍କାନାଳ କନ୍ଦମୂଳ ସ୍ୱାଦ ଓ ଚାହିଦା ମଧ୍ୟ ଭଲ ରହିଛି। ଏଠାରୁ ଅମଳ ହେଉଥିବା କନ୍ଦମୂଳ ଶ୍ରୀକ୍ଷେତ୍ର ଯାଉଛି। କୁହାଯାଉଛି ମହାପ୍ରଭୁଙ୍କ ମହାପ୍ରସାଦରେ ଢେଙ୍କାନାଳ କନ୍ଦମୂଳ ଲାଗି ହେଉଛି।
Special
୧୯୭୧ ଯୁଦ୍ଧରେ ଧୂଳି ଚାଟିଥିଲା ପାକିସ୍ତାନ; ଅନୁଭୂତି ବଖାଣିଲେ ଓଡ଼ିଆ ନୌବୀର
ଡିସେମ୍ବର ୪ ତାରିଖ ରାତିରେ ଧୂଳିସାତ୍ ହୋଇଥିଲା କରାଚୀ ବନ୍ଦର। ଶତ୍ରୁ ଛାତିରେ ତାଣ୍ଡବ ରଚିଥିଲା ଭାରତୀୟ ନୌସେନା। ନିଜ ଅନୁଭୂତି ବଖାଣିଲେ 'ଅପରେସନ୍ ଟ୍ରାଇଡେଣ୍ଟ'ରେ ସାମିଲ ଓଡ଼ିଆ ନୌବୀର।