ଗାଁରେ ନାହିଁ ପାନୀୟ ଜଳ ସୁବିଧା; ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୋଟଗରା ପଞ୍ଚାୟତର ପଣ୍ଡୁଆ ଗାଁରେ ୨୦୦ରୁ ଅଧିକ ପରିବାର ବସବାସ କରନ୍ତି। ହେଲେ ଗାଁରେ ପାନୀୟ ଜଳର ସୁବିଧା ନାହିଁ। ରାତି ପାହିଲେ ଗାଁର ମହିଳାଙ୍କୁ ପାଣି ଚିନ୍ତା ଘାରିଥାଏ। ଗାଁରେ ୩ଟି ନଳକୂପ ଅଛି। ସେଥିମଧ୍ୟରୁ ୨ଟି ନଳକୂପ ୮ମାସ ହେବ ଅଚଳ ହୋଇ ପଡ଼ିଛି। ଆଉ ଗୋଟିଏ ନଳକୂପକୁ ସୋଲାର ପାନୀୟ ଜଳ ପ୍ରକଳ୍ପ ସହ ସଂଯୋଗ ହୋଇଥିବାରୁ ତାହା ମଧ୍ୟ ଅଚଳ ହୋଇ ପଡ଼ିଛି। […]

water

water

Jyoshna Pradhan
  • Published: Monday, 24 February 2020
  • Updated: 24 February 2020, 03:10 PM IST

Sports

Latest News

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୋଟଗରା ପଞ୍ଚାୟତର ପଣ୍ଡୁଆ ଗାଁରେ ୨୦୦ରୁ ଅଧିକ ପରିବାର ବସବାସ କରନ୍ତି। ହେଲେ ଗାଁରେ ପାନୀୟ ଜଳର ସୁବିଧା ନାହିଁ। ରାତି ପାହିଲେ ଗାଁର ମହିଳାଙ୍କୁ ପାଣି ଚିନ୍ତା ଘାରିଥାଏ।

ଗାଁରେ ୩ଟି ନଳକୂପ ଅଛି। ସେଥିମଧ୍ୟରୁ ୨ଟି ନଳକୂପ ୮ମାସ ହେବ ଅଚଳ ହୋଇ ପଡ଼ିଛି। ଆଉ ଗୋଟିଏ ନଳକୂପକୁ ସୋଲାର ପାନୀୟ ଜଳ ପ୍ରକଳ୍ପ ସହ ସଂଯୋଗ ହୋଇଥିବାରୁ ତାହା ମଧ୍ୟ ଅଚଳ ହୋଇ ପଡ଼ିଛି। ତେବେ ଗାଁ ଲୋକଙ୍କ ପାନୀୟ ଜଳ ସମସ୍ୟାକୁ ଦେଖି ବର୍ଷେ ତଳେ ଗାଁରେ ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ କରାଗଲା। ତାହା ମଧ୍ୟ ୪ ମାସ ହେଲା ଅଚଳ ହୋଇ ପଡ଼ିଛି।  ତେଣୁ ପିଇବା ପାଣି ପାଇଁ ଗାଁର ମହିଳାମାନେ ଜଙ୍ଗଲ ରାସ୍ତାରେ ଗାଁଠୁ ୨ କିଲୋମିଟର ଦୂର ପଡ଼ୋଶୀ ମାଛିଆ ଗାଁର ଏକ ପୋଖରୀରୁ ପାଣି ଆଣୁଛନ୍ତି।

ଏନେଇ ଗାଁର ସାଦେଇ ନାୟକ କହିଛନ୍ତି,“ ପାଣି ପାଇଁ ଆମେ ବହୁତ ଅସୁବିଧା ଭୋଗୁଛୁ। ପୋଖରୀରୁ ପାଣି ଆଣି ପିଉଛୁ। ନଳକୂପରୁ ପାଣି ଆସୁନି। ଗାଁରେ ସୋଲାର ବସିଛି ହେଲେ ସେଠାରୁ ମଧ୍ୟ ପାଣି ଆସୁନି। ପୋଖରୀ ପାଣି ପିଇ ଆମ ଛୁଆପିଲାଙ୍କୁ କାଶ, କୁଣ୍ଡିଆ, ଯାଦୁ ଭଳି ବିଭିନ୍ନ ପ୍ରକାର ରୋଗ ହେଉଛି। ପାଣି ସମସ୍ୟା ନେଇ ସରପଞ୍ଚଙ୍କୁ କହିଥିଲୁ। ସେ ଆମ କଥା କିଛି ଶୁଣିଲେ ନାହିଁ। ଯଦି ଆମକୁ ପାଣି ନମିଳିବ ତା’ହେଲେ ଆମେ ଗରା, ବାଲ୍‌ଟି ଧରି ରାଜରାସ୍ତାକୁ ଓହ୍ଲାଇବୁ।”

ଗାଁର ଆଉ ଜଣେ ମହିଳା ଲକ୍ଷ୍ମୀ ନାୟକ କହିଛନ୍ତି, “ଗାଁରେ ଗୋଟିଏ କୂଅ ରହିଛି। ସେଥିରୁ ବି ପାଣି ବାହାରୁ ନାହିଁ। ତେଣୁ ଆମେ ବାଧ୍ୟ ହୋଇ ୨ କିଲୋମିଟର ଜଙ୍ଗଲ ରାସ୍ତାରେ ପାଣି ଆଣିବାକୁ ଯାଉଛୁ। ହେଲେ ଏହି ରାସ୍ତାରେ ହାତୀ ବାହାରୁଥିବାରୁ ଭୟ ଲାଗୁଛି। ଏନେଇ ଆମେ ଯେତେ ଆପତ୍ତି ଅଭିଯୋଗ କଲେ ମଧ୍ୟ ଆମ କଥା କେହି ଶୁଣୁ ନାହାନ୍ତି। ଯଦି ପାଣି ସମସ୍ୟାର ସମାଧାନ କରା ନଗଲେ ଆମେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବୁ।”

ଅନ୍ୟପକ୍ଷରେ ୫ ବର୍ଷ ତଳେ ଗାଁରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଗଲା। ଏଥିସହ ଷ୍ଟାଣ୍ଡପୋଷ୍ଟ ବି ବସିଲା।  ହେଲେ ଆଜି ଯାଏ  ଗାଁଲୋକେ ପାଇପ୍‌ ପାଣି ଟୋପାଏ ପାଇଲେ ନାହିଁ। ପାଣି ସମସ୍ୟା ନେଇ ଗାଁ ଲୋକେ ଅନେକ ଥର ସ୍ଥାନୀୟ ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି। କିଛି ସୁଫଳ ମିଳିନାହିଁ। ଖୁବଶୀଘ୍ର ଏହି ସମସ୍ୟା ଦୂର ନହେଲେ ଗାଁ ଲୋକେ ରାଜରାସ୍ତାକୁ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି।

ଏନେଇ କାମାକ୍ଷାନଗର ବିଡିଓ କହିଛନ୍ତି, “ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରି ଗାଁକୁ ପାଇପ ଦ୍ୱାରା ଜଳ ଯୋଗାଣ ପାଇଁ ଚେଷ୍ଟା କରାଯିବ।”

RWSS ର କନିଷ୍ଠ ଯନ୍ତ୍ରୀ ପ୍ରହଲ୍ଲାଦ ନାଥ କହିଛନ୍ତି, “ଖୁବଶୀଘ୍ର ଗାଁରେ ଥିବା ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story