ଡାୟଲିସିସ୍ କେନ୍ଦ୍ରରେ ଆବଶ୍ୟକତା ଅନୁସାରେ ମେସିନ୍ ନାହିଁ; ହନ୍ତସନ୍ତ ହେଉଛନ୍ତି ରୋଗୀ

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଛି ଏକ ଡାୟଲିସିସ୍‌ କେନ୍ଦ୍ର। ଏଠାରେ କିଡନୀ ରୋଗୀଙ୍କ ଡାୟଲିସିସ୍ କରାଯାଇଥାଏ। ଏହି କେନ୍ଦ୍ର ୨୦୧୮ ସେପ୍ଟେମ୍ୱର ମାସରେ କାର୍ଯ୍ୟକ୍ଷମ ହୋଇଥିଲା। ଏଠାରେ ତିନୋଟି ଡାୟଲସିସ୍ ମେସିନ୍ ରହିଛି। ସେଥିମଧ୍ୟରୁ ଗୋଟିଏ ଏଚ୍‌ଆଇଭି ରୋଗୀଙ୍କ ପାଇଁ ରହିଛି। ଆଉ ଦୁଇଟି ସାଧାରଣ ରୋଗୀଙ୍କ ପାଇଁ ରହିଛି।  ହେଲେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଫଳରେ ମେସିନ୍‌ ଅଭାବରୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାୟଲିସିସ୍ କେନ୍ଦ୍ର ବାହାରେ […]

rayagada

rayagada

Jyoshna Pradhan
  • Published: Saturday, 07 March 2020
  • Updated: 07 March 2020, 04:18 PM IST

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଛି ଏକ ଡାୟଲିସିସ୍‌ କେନ୍ଦ୍ର। ଏଠାରେ କିଡନୀ ରୋଗୀଙ୍କ ଡାୟଲିସିସ୍ କରାଯାଇଥାଏ। ଏହି କେନ୍ଦ୍ର ୨୦୧୮ ସେପ୍ଟେମ୍ୱର ମାସରେ କାର୍ଯ୍ୟକ୍ଷମ ହୋଇଥିଲା। ଏଠାରେ ତିନୋଟି ଡାୟଲସିସ୍ ମେସିନ୍ ରହିଛି। ସେଥିମଧ୍ୟରୁ ଗୋଟିଏ ଏଚ୍‌ଆଇଭି ରୋଗୀଙ୍କ ପାଇଁ ରହିଛି। ଆଉ ଦୁଇଟି ସାଧାରଣ ରୋଗୀଙ୍କ ପାଇଁ ରହିଛି।  ହେଲେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଫଳରେ ମେସିନ୍‌ ଅଭାବରୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାୟଲିସିସ୍ କେନ୍ଦ୍ର ବାହାରେ ଘଣ୍ଟା ଘଣ୍ଟା ଧରି କିଡନୀ ରୋଗୀ ଅପେକ୍ଷା କରି ବସି ରହୁଛନ୍ତି। ଏମିତିକି କିଛି ରୋଗୀ ଡାୟଲିସିସ୍ କରି ନପାରି ଘରକୁ ଫେରି ଯାଉଛନ୍ତି।  ଏହାସହ ଏହି କେନ୍ଦ୍ରରେ କିଡନୀ ବିଶେଷଜ୍ଞ ଡାକ୍ତର ମଧ୍ୟ ନାହାନ୍ତି।

ଏନେଇ ମାଧବ ରତ୍ନାଲୁ ନାମକ ଜଣେ ରୋଗୀ କହିଛନ୍ତି, “ରାୟଗଡ଼ା ଡାକ୍ତରଖାନାରେ ଡାୟଲିସିସ୍ ସେଣ୍ଟର୍ ହେବା ପରେ ବହୁତ ଲୋକ ଉପକୃତ ହୋଇ ପାରୁଛନ୍ତି। ହେଲେ ଏଠାରେ ନେଫ୍ରୋଲଜି ବିଭାଗର କେହି ଡାକ୍ତର ନାହାନ୍ତି। ଜଣେ ଟେକନିସିଆନଙ୍କ ଦ୍ୱାରା ହିଁ  କାମ ଚାଲିଛି। ଜିଲ୍ଲାରେ ଯେତିକି ପେସେଣ୍ଟ ଅଛନ୍ତି ଏହି ଦୁଇଟି ମେସିନ୍ ସେମାନଙ୍କ ପାଇଁ ଯଥେଷ୍ଟ ନୁହେଁ।”

ଏଥିସହ ଏଠାରେ କିଡନୀ ରୋଗୀଙ୍କ ପାଇଁ ଜରୁରୀ ଥିବା  ସୋଡିୟମ ଓ ପଟାସିୟମ ପରୀକ୍ଷା ମଧ୍ୟ ହୋଇପାରୁ ନାହିଁ। ଫଳରେ ବାଧ୍ୟ ହୋଇ ରୋଗୀମାନେ ଘରୋଇ କ୍ଲିନିକରେ ଚଢ଼ା ଦରରେ ପରୀକ୍ଷା କରି ଖର୍ଚ୍ଚାନ୍ତ ହେଉଥିବା କହିଛନ୍ତି। ତେଣୁ ଏଠାରେ ଡାୟଲିସିସ୍ ମେସିନ୍ ସଂଖ୍ୟା ବଢ଼ାଇବା ସହ ସମସ୍ତ ନମୂନା ପରୀକ୍ଷା ଡାକ୍ତରଖାନାର ଲାବୋରଟାରୀରେ କରିବା ପାଇଁ ରୋଗୀମାନେ ଦାବି କରିଛନ୍ତି।

ଅନ୍ୟ ଜଣେ କିଡନୀ ରୋଗୀ ନାଇକାମା ହୁଇକା କହିଛନ୍ତି,“ ଏଠାରେ ସୋଡ଼ିୟମ ଓ ପଟାସିୟମର ପରୀକ୍ଷା ପାଇଁ କିଛି ସବୁଧା ନାହିଁ। ଏସବୁ ପରୀକ୍ଷା ବାହାରେ କରିବାକୁ ପଡୁଛି। ଫଳରେ ଆମକୁ ସାତ ଶହରୁ ଆଠଶହ ଟଙ୍କା ଦେବାକୁ ପଡୁଛି। ଏଥିସହ ଜିଲ୍ଲାରେ କିଡନୀ ରୋଗୀଙ୍କ ସଂଖ୍ୟା ବଢ଼ିଗଲାଣି। ପଜିଟିଭ୍‌ ପାଇଁ ଗୋଟିଏ ଓ ନେଗେଟିଭ୍‌ ରୋଗୀଙ୍କ ପାଇଁ ଦୁଇଟି ମେସିନ୍ ରହିଛି। ତେଣୁ ସପ୍ତାହକୁ ଦୁଇ ଥର ଡାୟଲିସିସ୍ କରିବାକୁ କୁହାଯାଉଛି। ଯଦି ସରକାର ଆଉ ଦୁଇରୁ ତିନୋଟି ମେସିନ୍  ଦେଇପାରନ୍ତେ ତେବେ ଏହାଦ୍ୱାରା କିଡନୀ ରୋଗୀ ଉପକୃତ ହୋଇ ପାରନ୍ତେ।”

ଡାୟଲିସିସ୍ କେନ୍ଦ୍ରର ୟୁନିଟ୍ ହେଡ୍‌ କାହ୍ନୁଚରଣ ପଣ୍ଡା କହିଛନ୍ତି,“ପୂର୍ବରୁ ଏଠାରେ ଦିନକୁ ଦୁଇରୁ ତିନୋଟି ରୋଗୀଙ୍କର ଡାୟଲିସିସ୍ ହେଉଥିଲା। ଏବେ ଦିନକୁ ୭ରୁ ୮ ଜଣ ରୋଗୀ ଆସୁଛନ୍ତି। ଆମେ ସକାଳ ୮ରୁ ରାତି ଯାଏ କାମ କରୁଛୁ। ଏଠାରେ ଆଉ ତିନୋଟି ମେସିନ୍ ଆସିଗଲେ ରୋଗୀମାନେ ଲାଭବାନ ହୋଇପାରନ୍ତେ।”

ତେବେ କିଡନୀ ରୋଗୀ ଭୋଗୁଥିବା ସମସ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ଆର୍ତ୍ତବନ୍ଧୁ ନାୟକ ସ୍ୱୀକାର କରିଛନ୍ତି। ସେ କହିଛନ୍ତି,“ମାର୍ଚ୍ଚ ଶେଷ ସୁଦ୍ଧା ଅଧିକ ମେସିନ୍‌ ଆସିଯିବ।  ରୋଗୀଙ୍କ ପାଇଁ ବିଭିନ୍ନ ଲାବୋରଟାରୀ ପରୀକ୍ଷା ନିମନ୍ତେ ଆବଶ୍ୟକ ସରଞ୍ଜାମ ଅର୍ଡର କରାଯାଇଛି। ଖୁବ ଶୀଘ୍ର ରୋଗୀ ଏହାର ସବୁଧା ପାଇବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story