ପରିଣତ ବୟସରେ ମା’ ମୁଣ୍ଡାଇଛି ଦୁଇ ପୁଅଙ୍କ ବୋଝ

ଜଳେଶ୍ୱର(ଅଜିତ୍ ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଅନ୍ତର୍ଗତ ଆମ୍ୱକୁଡୁଚି ଗାଁରେ ରୁହନ୍ତି  ଅଗଣି ମଣି ପରିଡ଼ା। ବୟସ ପାଖାପାଖି ୮୦ ଛୁଇଁଲାଣି। ସ୍ୱାମୀ କେବେଠାରୁ ଆରପାରିକୁ ଚାଲିଗଲେଣି। ଦୁଇ ପୁଅ, ଦୁଇ ବୋହୂ ଓ ଦୁଇ ନାତି ନାତୁଣୀଙ୍କୁ ନେଇ ତାଙ୍କର ଖୁସିର ସଂସାର ଥିଲା। ହେଲେ ପ୍ରାୟ ୧୫ବର୍ଷ ତଳେ ପ୍ରଥମେ ବଡ଼ ବୋହୂର ମୃତ୍ୟୁ ଘଟିଥିଲା। ଏହାପରେ ବଡ଼ ପୁଅ ପଦ୍ମନାଭ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ସେ ପାଗଳ ହୋଇ ବୁଲିଲା […]

jaleswar

jaleswar

Jyoshna Pradhan
  • Published: Saturday, 07 March 2020
  • Updated: 07 March 2020, 03:52 PM IST

Sports

Latest News

ଜଳେଶ୍ୱର(ଅଜିତ୍ ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଅନ୍ତର୍ଗତ ଆମ୍ୱକୁଡୁଚି ଗାଁରେ ରୁହନ୍ତି  ଅଗଣି ମଣି ପରିଡ଼ା। ବୟସ ପାଖାପାଖି ୮୦ ଛୁଇଁଲାଣି। ସ୍ୱାମୀ କେବେଠାରୁ ଆରପାରିକୁ ଚାଲିଗଲେଣି। ଦୁଇ ପୁଅ, ଦୁଇ ବୋହୂ ଓ ଦୁଇ ନାତି ନାତୁଣୀଙ୍କୁ ନେଇ ତାଙ୍କର ଖୁସିର ସଂସାର ଥିଲା। ହେଲେ ପ୍ରାୟ ୧୫ବର୍ଷ ତଳେ ପ୍ରଥମେ ବଡ଼ ବୋହୂର ମୃତ୍ୟୁ ଘଟିଥିଲା। ଏହାପରେ ବଡ଼ ପୁଅ ପଦ୍ମନାଭ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ସେ ପାଗଳ ହୋଇ ବୁଲିଲା ପରେ ତାଙ୍କ ଝିଅକୁ ତା ମାମୁଁ ଘର ଲୋକେ ନେଇ ଯାଇଥିଲେ। ଏହାର କିଛି ମାସ ପରେ ଅଗଣିଙ୍କ ସାନପୁଅ ଭୋଗିରଥଙ୍କର ମଧ୍ୟ ମାନସିକ ବିକୃତି ବାହାରିଥିଲା। ଏହାପରେ ଭୋଗିରଥଙ୍କ ସ୍ତ୍ରୀ ତାଙ୍କର ଦୁଇ ଛୁଆଙ୍କୁ ଧରି ବାପ ଘରକୁ ଚାଲି ଗଲେ। ଏହାପରେ ଅଗଣି ନିଜର ଏହି ଦୁଇ ପାଗଳ ପୁଅକୁ ଧରି ରହିଛନ୍ତି।  ଯେଉଁ ବୟସରେ ସେ ପୁଅ-ବୋହୂଙ୍କ ସେବା ପାଇବା କଥା, ଏହି ବୟସରେ ଦୁଇ ପୁଅଙ୍କ ବୋଝ ତାଙ୍କ ଉପରେ ଲଦି ହୋଇଯାଇଛି। ତେବେ ଅର୍ଥ ଅଭାବରୁ ଅଗଣି ତାଙ୍କ ଦୁଇ ପୁଅଙ୍କ ଚିକିତ୍ସା କରିପାରୁ ନାହାନ୍ତି।

ଅଗଣି ମଣି ପରିଡ଼ା କହିଛନ୍ତି,“ ମୋର ଦୁଇଟି ପୁଅ ପାଗଳ ହୋଇଯାଇଛନ୍ତି। ପୁଅମାନେ ପୂର୍ବରୁ ଚାଷ ବାସ ଓ ମୂଲିଆ କାମ କରୁଥିଲେ। ପୁଅମାନେ କ’ଣ ମୋ ସେବା କରିବେ, ଏବେ ମୁଁ ତାଙ୍କ ସେବା କରୁଛି।”

ଗାଁର  ଜ୍ୟୋତିର୍ମୟୀ ନନ୍ଦ କହିଛନ୍ତି, “ଆଜିର ଦୁନିଆରେ  ମା ମାନେ ସାଧାରଣତଃ ଆଶା କରିଥାନ୍ତି ଯେ ବୟସ ହେଲା ପରେ ପୁଅ ଓ ବୋହୂମାନଙ୍କ ପାଖରୁ ଟିକେ ସେବା ପାଇବେ। କିନ୍ତୁ ଅଗଣି ପରିଡ଼ାଙ୍କ କ୍ଷେତ୍ରରେ ସେସବୁ ସ୍ୱପ୍ନ ପାଲଟି ଯାଇଛି। ସେ ୮୦ ବର୍ଷ ବୟସରେ ମାନସିକ ବିକୃତ ପୁଅମାନଙ୍କ ସେବା କରୁଛନ୍ତି। ଯାହା ବହୁତ ଦୁଃଖର କଥା।”

ସରକାରୀ ସହାୟତା କହିଲେ ଅଗଣି ମଣିଙ୍କୁ  ଅନ୍ତ୍ୟୋଦୟ ଯୋଜନାରେ ୩୫ କେଜି ଚାଉଳ ମିଳୁଛି। ଏଥିସହ ବିଧବା ଭତ୍ତା ଟଙ୍କା  ମିଳୁଛି। ସରକାରଙ୍କ ତରଫରୁ ୧୦ ବର୍ଷ ତଳେ ଇନ୍ଦିରା ଆବସ ଯୋଜନାରେ ଖଣ୍ଡିଏ ଘର ମିଳିଥିଲା। ହେଲେ ଅର୍ଥ ଅଭାବରୁ ତାହା ଅଧାପନ୍ତରିଆ ହୋଇ ପଡ଼ିଛି। ଅନ୍ୟପକ୍ଷରେ ଦୁଇ ପୁଅଙ୍କ ଚିକିତ୍ସା ପାଇଁ ସରକାର ସହାୟତାର ହାତ ବଢ଼ାଇଲେ ଭଲ ହେବ ବୋଲି ଗାଁ ଲୋକେ କହିଛନ୍ତି।

ଗାଁର ସଞ୍ଜୁଲତା ପରିଡ଼ା କହିଛନ୍ତି,“ଅଗଣି ମଣିଙ୍କ ଦୁଇ ପୁଅ ପାଗଳ ହୋଇ ଯାଇଛନ୍ତି। ଏହି ବୟସରେ ସେ ରୋଷେଇ କରି ପିଲାଙ୍କୁ ଖାଇବାକୁ ଦେଉଛନ୍ତି। ସରକାରଙ୍କ ତରଫରୁ ଦୁଇ ପିଲାଙ୍କୁ ଚିକିତ୍ସା କରାଗଲେ  ସେମାନେ ସୁସ୍ଥ ହୋଇ ପାରନ୍ତେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story