୪ ବର୍ଷ ହେବ ଗାଁକୁ ଆସୁନି ପାଣି; ହଇରାଣ ହେଉଛନ୍ତି ଲୋକେ

ବିନିକା(ଦୀଲିପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ସେଲେଡି ଗାଁରେ ପ୍ରାୟ ୩ ହଜାର ଲୋକେ ବସବାସ କରନ୍ତି। ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ୪ ବର୍ଷ ତଳେ ଗାଁରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଗଲା। ଆଉ ଗାଁର ସବୁ ସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ଲାଗିଲା। ଲୋକେ ପ୍ରାୟ ଛଅ ମାସ ସୁବିଧାରେ ପାଣି ପାଇଲେ। ତେବେ ନିମ୍ନମାନର […]

binika

binika

Jyoshna Pradhan
  • Published: Saturday, 07 March 2020
  • Updated: 07 March 2020, 03:16 PM IST

Sports

Latest News

ବିନିକା(ଦୀଲିପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ସେଲେଡି ଗାଁରେ ପ୍ରାୟ ୩ ହଜାର ଲୋକେ ବସବାସ କରନ୍ତି। ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ୪ ବର୍ଷ ତଳେ ଗାଁରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଗଲା। ଆଉ ଗାଁର ସବୁ ସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ଲାଗିଲା। ଲୋକେ ପ୍ରାୟ ଛଅ ମାସ ସୁବିଧାରେ ପାଣି ପାଇଲେ। ତେବେ ନିମ୍ନମାନର କାର୍ଯ୍ୟ ଓ ରକ୍ଷଣାବେକ୍ଷଣର ଅଭାବ ଯୋଗୁ ଷ୍ଟାଣ୍ଡ ପୋଷ୍ଟ ସବୁ ଭାଙ୍ଗି ରୁଜି ପଡ଼ିଲା। ଫଳରେ ଚାରିବର୍ଷ ହେବ ଲୋକେ ପିଇବା ପାଣି ପାଇଁ ବିଭିନ୍ନ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏସମ୍ପର୍କରେ ଗାଁ ଲୋକେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅନେକ ଥର ଅଭିଯୋଗ କରିଥିଲେ ବି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ  ବିଭାଗ ଏହାର ସାମାଧାନ ଦିଗରେ କୌଣସି ପଦକ୍ଷେପ ନେଉ ନଥିବା ଗାଁ ଲୋକେ କହିଛନ୍ତି।

ସେଲେଡି ଗାଁର ନିରଞ୍ଜନ ଜଗଦଲା କହିଛନ୍ତି,“୪ ବର୍ଷ ହେଲାଣି ପାଇପ୍‌ରୁ ପାଣି ଆସୁନି। ଗାଁରେ ଯେଉଁ ନଳକୂପ ଅଛି, ସେଥିରୁ ବାହାରୁଥିବା ପାଣି ପିଇବା ଯୋଗ୍ୟ ନୁହେଁ। ସରକାର ଗାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଣି ଟାଙ୍କି ତିଆରି କରିଛନ୍ତି । ହେଲେ ଗାଁକୁ ପାଣି ଆସି ପାରୁନି। ଖରାଦିନ ଆସି ଯାଇଥିବାରୁ ଏବେ ପାଣି ପାଇଁ ଲୋକେ ନାନା ହଇରାଣ ହେବେ। ପାଣିର ସମସ୍ୟା ନେଇ ସମସ୍ତଙ୍କୁ ଅଭିଯୋଗ କରାଯାଉଛି ହେଲେ କେହି ପଦକ୍ଷେପ ନେଉ ନାହାନ୍ତି।”

ଗାଁରେ ୧୫ଟି ନଳକୂପ ରହିଛି। ସେଥିମଧ୍ୟରୁ ଅଧିକାଂଶ ନଳକୂପ ବର୍ଷ ବର୍ଷ ଧରି ଅଚଳ ହୋଇପଡ଼ିଛି। ତେବେ କାର୍ଯ୍ୟକ୍ଷମ ଥିବା ୪ଟି ନଳକୂପରୁ ଫ୍ଲୋରାଇଡ୍‌ଯୁକ୍ତ ପାଣି ବାହାରୁଛି। ଆଉ ଏହି ପାଣି ପିଇ ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି।

ଗାଁର ହୀରା ପେରା କହିଛନ୍ତି,“ ସପ୍ଲାଇ ପାଣି ଆମ ଗାଁକୁ ଆସୁ ନାହିଁ। ଏବେ ଖରାଦିନ ଆସି ଯାଇଥିବାରୁ ପାଣି ବିନା କେମିତି ଆମେ ଚଳିବୁ, ବୁଦ୍ଧି ପାଉନାହୁଁ। ଆମ ପାଇଁ କିଛି କରାଯାଉ। ଗାଁରେ ଥିବା ନଳକୂପରୁ ଲୁହାଳିଆ ପାଣି ବାହାରୁଛି। ଏହି ପାଣି ପିଇ ଲୋକେ ରୋଗରେ ପଡୁଛନ୍ତି। ଗାଁରେ ଥିବା ପୋଖରୀରେ ଲୋକେ ଲୁଗାପଟା ଧୋଉଛନ୍ତି। ଏଥିସହ ଗାଈ ମଇଁଷିଙ୍କୁ ଗୋଧାଉଛନ୍ତି। ଏ ସମ୍ପର୍କରେ ସରକାରୀ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କେହି ଆମ କଥା ଶୁଣୁ ନାହାନ୍ତି।”

ଅନ୍ୟପକ୍ଷରେ, ସେଲେଡି ଗାଁକୁ ଏବେ ପାଣି ଆସୁଛି। ଆଉ ତିନିରୁ ଚାରୋଟି ଷ୍ଟାଣ୍ଡ ପୋଷ୍ଟ କରିବାକୁ ଗାଁ ଲୋକଙ୍କ ଦାବି କରିଛନ୍ତି। ତେବେ ଆମେ ଗାଁକୁ ଯାଇ ଦେଖିଲା ପରେ ଯଦି ଆବଶ୍ୟକ ହୁଏ ନୂଆ ଷ୍ଟାଣ୍ଡ ପୋଷ୍ଟ ଲଗାଯିବ କହି କଥାକୁ ଏଡାଇ ଦେଇ ଚାଲି ଯାଇଥିଲେ ବିନିକା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ପଟେଲ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story