୫ ବର୍ଷର ମୁସ୍‌ଲିମ୍ ଝିଅର କମାଲ; ଭାଗବତ ଗୀତା ଆବୃତ୍ତିରେ ପ୍ରଥମ

କେନ୍ଦ୍ରାପଡ଼ାର ଜଣେ ୫ ବର୍ଷର ମୁସ୍‌ଲିମ୍ ଝିଅ ଭାଗବତ ଗୀତା ଆବୃତ୍ତିରେ ପ୍ରଥମ ହୋଇ ସମସ୍ତଙ୍କ ହୃଦୟ ଜିତିଛନ୍ତି। ତାଙ୍କ ନାଁ ଫିର୍‌ଦୌସ୍‌। ଶୋଭନୀୟ ଆବାସିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢୁଥିବା ଫିର୍‌ଦୌସଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଦାମରପୁର ଗାଁରେ। ଗତ ବୁଧବାର କେନ୍ଦ୍ରାପଡ଼ାରେ ହୋଇଥିବା ଭାଗବତ ଗୀତା ଆବୃତ୍ତି ପ୍ରତିଯୋଗିତାରେ ବୟସରେ ବଡ଼ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଫିର୍‌ଦୌସ୍ ପ୍ରଥମ ହୋଇଥିଲେ। ତାଙ୍କର ସହପାଠୀମାନେ ଅକ୍ଷର ପଢ଼ିବା ଶିଖୁ ଥିବା ବେଳେ […]

gita

gita

Rakesh Mallick
  • Published: Friday, 17 March 2017
  • Updated: 17 March 2017, 11:23 AM IST

Sports

Latest News

କେନ୍ଦ୍ରାପଡ଼ାର ଜଣେ ୫ ବର୍ଷର ମୁସ୍‌ଲିମ୍ ଝିଅ ଭାଗବତ ଗୀତା ଆବୃତ୍ତିରେ ପ୍ରଥମ ହୋଇ ସମସ୍ତଙ୍କ ହୃଦୟ ଜିତିଛନ୍ତି। ତାଙ୍କ ନାଁ ଫିର୍‌ଦୌସ୍‌।

ଶୋଭନୀୟ ଆବାସିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢୁଥିବା ଫିର୍‌ଦୌସଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଦାମରପୁର ଗାଁରେ।

ଗତ ବୁଧବାର କେନ୍ଦ୍ରାପଡ଼ାରେ ହୋଇଥିବା ଭାଗବତ ଗୀତା ଆବୃତ୍ତି ପ୍ରତିଯୋଗିତାରେ ବୟସରେ ବଡ଼ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଫିର୍‌ଦୌସ୍ ପ୍ରଥମ ହୋଇଥିଲେ। ତାଙ୍କର ସହପାଠୀମାନେ ଅକ୍ଷର ପଢ଼ିବା ଶିଖୁ ଥିବା ବେଳେ ସେ ହିନ୍ଦୁଙ୍କ ଧାର୍ମିକ ଗ୍ରନ୍ଥ ଆବୃତ୍ତି କରିବା ଓ ପୁଣି ପ୍ରଥମ ହେବା ସେଠାରେ ଉପସ୍ଥିତ ବିଚାରପତି ଓ ଶ୍ରୋତାଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।

ଏହି ପ୍ରତିଯୋଗିତାରେ ବିଚାରପତି ଭାବେ ଯୋଗ ଦେଇଥିବା ବିରଜା କୁମାର ପତି କହିଛନ୍ତି,“ଫିର୍‌ଦୌସ୍‌ ଅସାଧାରଣ ପ୍ରତିଭାର ଅଧିକାରୀ। ୬ରୁ ୧୪ ବର୍ଷର ସବ୍‌-ଜୁନିୟର ଗୀତା ଆବୃତ୍ତିରେ ସେ ପ୍ରଥମ ହୋଇଛନ୍ତି।”

ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାର ବିଚାରପତି ହୋଇଥିବା ଅକ୍ଷୟ ପାଣି କହିଛନ୍ତି,“ଫିର୍‌ଦୌସ୍‌ ତାଙ୍କ ପ୍ରତିଯୋଗୀମାନଙ୍କ ଠାରୁ ବହୁ ଆଗରେ ଥିଲେ। ସେ ଗୀତା ଆବୃତ୍ତି କଲା ବେଳେ ଆଦୌ ଅଟକି ନାହାନ୍ତି। ତାଙ୍କ ଉଚ୍ଚାରଣ ସଂପୂର୍ଣ୍ଣ ସ୍ପଷ୍ଟ ଓ ତ୍ରୁଟିହୀନ ଥିଲା। ସେ ୧୦୦ରୁ ୯୦ ମାର୍କ ପାଇଥିଲେ।”

ଆର୍ଯ୍ୟଦତ୍ତ ମହାନ୍ତି ନାମକ ଜଣେ ଶ୍ରୋତା କହିଛନ୍ତି,“ଆମେ ଶୁଣିଛୁ ଆସାମରେ ଜଣେ ଇଣ୍ଡିଆନ୍ ଆଇଡଲ୍ ଫେମ୍‌ ମୁସ୍‌ଲିମ୍ ବାଳିକାଙ୍କ ବିରୋଧରେ ଫତୱା ଜାରି କରାଯାଇଛି ଷ୍ଟେଜ୍‌ରେ ଗୀତ ନ ଗାଇବା ପାଇଁ। କିନ୍ତୁ ଏଠାରେ ଜଣେ ମୁସ୍‌ଲିମ୍ ଝିଅ ଭାଗବତ ଗୀତା ଆବୃତ୍ତିରେ ପ୍ରଥମ ହୋଇ ସାଂପ୍ରଦାୟିକ ବନ୍ଧୁତ୍ୱ ଓ ସହିଷ୍ଣୁତାର ଏକ ସୁନ୍ଦର ଉଦାହରଣ ତିଆରି କରିଛି।”

ଫିର୍‌ଦୌସ୍ କହିଛନ୍ତି,“ ମୋ ଶିକ୍ଷକମାନେ ମୋତେ ନୈତିକତାର ଶିକ୍ଷା ଦେଇଛନ୍ତି। ’ନିଜେ ବଞ୍ଚିବା ଓ ଅନ୍ୟମାନଙ୍କୁ ବଞ୍ଚିବାକୁ ଦେବା’କୁ ସେମାନେ ମୋତେ ଶିଖାଇଛନ୍ତି। ମୁଁ ବିଶ୍ୱାସ କରେ ବିଶ୍ୱର ସମସ୍ତ ଲୋକ ଗୋଟିଏ ପରିବାରର। ଏହା ହିଁ ମୋ ଶିକ୍ଷକମାନେ ମୋତେ ଶିଖାଇଛନ୍ତି।”

ଫିର୍‌ଦୌସ୍‌ ଏହି କୃତୀ ପାଇଁ ଗର୍ବ ଅନୁଭବ କରିଛନ୍ତି ତାଙ୍କ ମା’ ଅରିଫା ବିବି। ସେ କହିଛନ୍ତି,“ତା’ର ମା’ ଭାବେ ମୁଁ ବହୁତ ଗବର୍ତତ। ହିନ୍ଦୁ ଧର୍ମଗ୍ରନ୍ଥ ଗୀତା ଆବୃତ୍ତି କରି ସେ ପ୍ରଥମ ହୋଇଥିବା ଶୁଣି ମୋତେ ବହୁତ ସନ୍ତୁଷ୍ଟି ମିଳିଛି। ତା’ର ଏହି ସଫଳତାର ଶ୍ରେୟ ତାଙ୍କ ସ୍କୁଲ୍ ଶିକ୍ଷକମାନଙ୍କର।”

ଶୋଭନୀୟ ଆବାସିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଉର୍ମିଳା କର କହିଛନ୍ତି,“ପିର୍‌ଦୌସ୍‌ ଏଠାରେ ନାମ ଲେଖାଇବା ଦିନଠାରୁ ତାଙ୍କ ପ୍ରତିଭା ସଂପର୍କରେ ଜଣାପଡ଼ିଥିଲା। ସେ ପାଠପଢ଼ାରେ ମଧ୍ୟ ଆଗରେ। ତାଙ୍କର ସ୍ମରଣଶକ୍ତି ଖୁବ୍ ପ୍ରଖର। ଉଭୟ ହିନ୍ଦୁ ଓ ମୁସ୍‌ଲିମ୍‌ ସଂପ୍ରଦାୟର ପୁଅ ଓ ଝିଅମାନେ ଆମ ସ୍କୁଲ୍‌ରେ ପଢ଼ନ୍ତି। ପାଠପଢ଼ା ବହି ବ୍ୟତୀତ ନୀତି ଶିକ୍ଷା ପାଇଁ ଆମେ ସବୁ ଧର୍ମଗ୍ରନ୍ଥର ଗୁରୁତ୍ୱପୂର୍ଣ୍ଣ କଥା ଗୁଡ଼ିକୁ ସେମାନଙ୍କୁ କହିଥାଉ।”

ସୌଜନ୍ୟ: ହିନ୍ଦୁସ୍ତାନ ଟାଇମ୍‌ସ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story