ଗରିବଙ୍କ ପାଇଁ ପୋଷାକ ଯୋଗାଡ଼ କରୁଛନ୍ତି ଶିକ୍ଷିତ ଯୁବକ,ଯୁବତୀ

ଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ମନ୍ଦିରରେ ଦାନ ବାକ୍ସ ଥାଏ। ଏହାକୁ ହୁଣ୍ଡି କୁହାଯାଏ। ଭକ୍ତମାନେ ହୁଣ୍ଡିରେ ଟଙ୍କା ଦାନ କରନ୍ତି। ଏହି ଅର୍ଥକୁ ମନ୍ଦିର ପରିଚାଳନାରେ ଖର୍ଚ୍ଚ କରାଯାଏ। ସେମିତି କିଛି ହୋଟେଲ୍‌, ବଡ଼ ଦୋକାନ ଓ ଘରୋଇ ହସ୍ପିଟାଲ୍‌ରେ ବେଳେ ବେଳେ କାଚ ତିଆରି ଦାନ ବାକ୍ସ ଦେଖିବାକୁ ମିଳିଥାଏ। ସେଥିରେ ଉଦାର ବ୍ୟକ୍ତିମାନେ ଅର୍ଥ ଦାନ କରନ୍ତି। ସେହି ଦାନ ଅର୍ଥ କୌଣସି ଦାତବ୍ୟ ଅନୁଷ୍ଠାନ ପାଇଁ ଉଦ୍ଦିଷ୍ଟ ଥାଏ। କିନ୍ତୁ ଭୁବନେଶ୍ୱରର ନ’ତାଲା […]

donation-box

donation-box

Rakesh Mallick
  • Published: Thursday, 08 September 2016
  • Updated: 10 September 2016, 12:42 PM IST

Sports

Latest News

ଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ମନ୍ଦିରରେ ଦାନ ବାକ୍ସ ଥାଏ। ଏହାକୁ ହୁଣ୍ଡି କୁହାଯାଏ। ଭକ୍ତମାନେ ହୁଣ୍ଡିରେ ଟଙ୍କା ଦାନ କରନ୍ତି। ଏହି ଅର୍ଥକୁ ମନ୍ଦିର ପରିଚାଳନାରେ ଖର୍ଚ୍ଚ କରାଯାଏ। ସେମିତି କିଛି ହୋଟେଲ୍‌, ବଡ଼ ଦୋକାନ ଓ ଘରୋଇ ହସ୍ପିଟାଲ୍‌ରେ ବେଳେ ବେଳେ କାଚ ତିଆରି ଦାନ ବାକ୍ସ ଦେଖିବାକୁ ମିଳିଥାଏ। ସେଥିରେ ଉଦାର ବ୍ୟକ୍ତିମାନେ ଅର୍ଥ ଦାନ କରନ୍ତି। ସେହି ଦାନ ଅର୍ଥ କୌଣସି ଦାତବ୍ୟ ଅନୁଷ୍ଠାନ ପାଇଁ ଉଦ୍ଦିଷ୍ଟ ଥାଏ। କିନ୍ତୁ ଭୁବନେଶ୍ୱରର ନ’ତାଲା (ବିଭାଗୀୟ ମୁଖ୍ୟକାର୍ଯ୍ୟାଳୟ) ନିକଟରେ ଥିବା ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌)ଙ୍କ ଅଫିସ୍ ସମ୍ମୁଖରେ ରଖାଯାଇଛି ଏକ ଭିନ୍ନ ଧରଣର ଦାନ ବାକ୍ସ। ପ୍ରାୟ ଦୁଇ ହାତ ଓସାର ଓ ଚାରି ହାତ ଲମ୍ୱର ଗାଢ଼ ନୀଳ ରଙ୍ଗର ଏହି ଦାନ ବାକ୍ସଟିରେ ପୋଷାକ ଦାନ କରିବାକୁ ଅନୁରୋଧ କରାଯାଇଛି। ‘ରାଡିକିଲ୍‌’ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏଠାରେ ଏହି ଦାନବାକ୍ସଟିକୁ ରଖାଯାଇଛି। ଆମେ ପିନ୍ଧୁ ନ ଥିବା ଓ ଅବ୍ୟବହୃତ ହୋଇ ଘରେ ପଡ଼ି ରହୁଥିବା ପୋଷାକ ଗୁଡ଼ିକୁ ଦାନ କରିବାକୁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି। ବଦାନ୍ୟ ବ୍ୟକ୍ତିମାନେ ଚାହିଁଲେ ନୂଆ ପୋଷାକ ବି ଦେଇ ପାରିବେ। ସେଥିରେ ଇଂରାଜୀରେ ଯାହା ଲେଖାଯାଇଛି ତା’ର ଓଡ଼ିଆ ଅର୍ଥ କିଛି ଏମିତି ହେବ- “ଆପଣଙ୍କର ଦରକାର ପଡୁ ନ ଥାଇପାରେ, କିନ୍ତୁ ଆଉ କାହାର ଦରକାରରେ ଆସିପାରେ।” ଅତଏବ ଉଲ୍ଲେଖ ଅନାବଶ୍ୟକ ଯେ କାହା ପାଇଁ ସେମାନେ ପୋଷାକ ଦାନ କରିବାକୁ ଅନୁରୋଧ କରିଛନ୍ତି।

[caption id="attachment_100815" align="aligncenter" width="700"]donation-box ଭୁବନେଶ୍ୱରରେ ଏଡିଏମ୍ ଅଫିସ୍ ନିକଟରେ ଥିବା ପୋଷାକ ଦାନ ବାକ୍ସ (ବାମ), ଏକ କ୍ୟାମ୍ପ୍‌ରେ ସଂଗଠନ ପକ୍ଷରୁ ପୋଷାକ ଦିଆଯାଉଛି[/caption]

“ରାଡିକିଲ୍‌”ର ଜନ୍ମ ୨୦୧୪ରେ।  ଏହାକୁ  ଗଢ଼ିଛନ୍ତି ଆଠ ଦଶ ଜଣ ଯୁବକ, ଯୁବତୀ ଯେଉଁମାନେ ଚାକିରି ବି କରନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଆସିଷ୍ଟାଣ୍ଟ୍ ପ୍ରଫେସର, ଏମ୍‌ବିଏ ଓ ଆଇଟି ପ୍ରଫେସନାଲ୍‌। ଦୁଇ ଜଣଙ୍କୁ ଛାଡ଼ି ଦେଲେ ଅନ୍ୟମାନଙ୍କ ବୟସ ୩୦ ଛୁଇଁନି। ଗରିବ ଓ ଅସହାୟ ଲୋକଙ୍କୁ ପୋଷାକ ଯୋଗାଇ ଦେବା ସେମାନଙ୍କର ମୂଳ ଲକ୍ଷ୍ୟ। ଅଫିସ୍‌ ସମୟ ପରେ ସେମାନେ କିଛି ସମୟ ସଂଗଠନ ପାଇଁ ଦିଅନ୍ତି। ସେମାନଙ୍କୁ ୨୦ରୁ ଅଧିକ ସ୍ୱେଚ୍ଛାସେବୀ ସହଯୋଗ କରନ୍ତି ଯେଉଁମାନଙ୍କ ମଧ୍ୟରେ କେତେ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଅଛନ୍ତି।

“ରାଡିକିଲ୍‌”ର ଗଠନ କରିବାକୁ ଏହି ଉଚ୍ଚଶିକ୍ଷିତ ଯୁବକଯୁବତୀମାନଙ୍କୁ ପ୍ରେରଣା ଦେଇଥିଲା ୨୦୧୩ର ବାତ୍ୟା “ଫାଇଲିନ୍‌”। ସଂଗଠନର ପ୍ରତିଷ୍ଠାତା ସଦସ୍ୟ ବିଶ୍ୱରୂପ ଧଳ କହନ୍ତି,“ ଆମମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟାଚ୍‌ମ୍ୟାଟ୍‌‍ ଓ ଅନ୍ୟମାନେ ଚିହ୍ନାଜଣା। କିଛି କର୍ପୋରେଟ୍‌ ହାଉସ୍‌‍ଙ୍କ ସହଯୋଗରେ ଫାଇଲିନ୍‌ ପ୍ରଭାବିତ କିଛି ଅଞ୍ଚଳକୁ ଆମେ ପୋଷାକ ବାଣ୍ଟିବାକୁ ଯାଇଥିଲୁ। ସେହି ଅନୁଭୂତି ଆମକୁ ଏକ ସଂଗଠନ ଗଢ଼ିବାକୁ ପ୍ରେରଣା ଦେଇଥିଲା। ସେଇଥିରୁ ଜନ୍ମ ନେଇ ଥିଲା “ରାଡିକିଲ୍‌”। କୌଣସି ପ୍ରାକୃତିକ ବିପର୍ଯ୍ୟୟ ପରେ ଅସହାୟ ଓ ଗରିବ ଲୋକଙ୍କୁ ପୋଷାକ ଯୋଗାଇ ଦେବା ଲକ୍ଷ୍ୟରେ ଆମେ ଏହି ସଂଗଠନ ଗଢ଼ିଥିଲୁ। ତେବେ କେବଳ ପ୍ରାକୃତିକ ବିପର୍ଯ୍ୟୟ ପରେ ନୁହେଁ ଏବେ ଆମେ ସବୁ ସମୟରେ  ଗରିବ ଓ ଅସହାୟ ଲୋକଙ୍କୁ ପୋଷାକ ଯୋଗାଇ ଦେବା ପାଇଁ ଚେଷ୍ଟା କରୁଛୁ।’’

ସଂଗଠନ ପକ୍ଷରୁ ପରୀକ୍ଷାମୂଳକ ଭାବେ ଚଳିତ ବର୍ଷ ଜୁନ୍‌ ମାସରୁ ଏଡିଏମ୍‌‍ଙ୍କ ଅଫିସ୍‌‍ ସମୁଖ୍ୟରେ ଉକ୍ତ ଦାନ ବାକ୍ସଟିକୁ ରଖାଯାଇଛି ଓ ଏହା ବେଶ୍‌ ସଫଳ ହୋଇଛି ବୋଲି କହିଛନ୍ତି ବିଶ୍ୱରୂପ। ସେ କହନ୍ତି,“ସେଠାରେ ଏକ ଦାନ ବାକ୍ସ ବସାଇବା ପାଇଁ ଆମେ ତତ୍କାଳୀନ ଏଡିଏମ୍‌‍ ଅବନୀକାନ୍ତ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲୁ। ସେ ଆମକୁ ଉତ୍ସାହିତ କରିଥିଲେ ଓ ଅନୁମତି ଦେଇଥିଲେ। ଏସ୍‌ଏନ୍‌ଏମ୍‌ ଗ୍ରୁପ୍‌ ଆମକୁ ଦାନ ବାକ୍ସଟିକୁ ଦେଇଥିଲେ। ପ୍ରଥମେ ପ୍ରଥମେ ଦଶ ପନ୍ଦର ଦିନରେ ବାକ୍ସଟି ପୂର୍ଣ୍ଣ ହେଉଥିଲା। କିନ୍ତୁ ଏବେ ଦୁଇ ତିନି ଦିନରେ ତାହା ପୂରି ଯାଉଛି। ଆମେ ପ୍ରାୟ ଦୁଇ ତିନି ଦିନରେ ଯାଇ ସେଠାରୁ ପୋଷାକ ସଂଗ୍ରହ କରି ଆଣୁଛୁ। ଆମ ଏକ୍ସପେରିମେଣ୍ଟ୍‌ ସଫଳ ହୋଇଛି। ଲୋକେ ଏଥିରେ ପ୍ୟାଣ୍ଟସାର୍ଟ ଓ ଶାଢ଼ି  ସହିତ ସ୍କୁଲ୍‌ ୟୁନିଫର୍ମ ବି ଦାନ କରୁଛନ୍ତି।’’

ବିଶ୍ୱରୂପ ଆହୁର କହନ୍ତି,“ସହିଦ ନଗରରେ ଜଣେ ବନ୍ଧୁଙ୍କ ଘରେ ଆମେ ପୋଷାକଗୁଡ଼ିକୁ ରଖୁଛୁ। ବାଲିଅନ୍ତାରେ ଏକ ଷ୍ଟୋର ଓ ଅଫିସ୍ ଘର ତିଆରି ଚାଲିଛି। ତାହା ସଂପୂର୍ଣ୍ଣ ହୋଇଗଲେ ସେଠାରେ ପୋଷାକଗୁଡ଼ିକ ରଖିବୁ। କାରଣ ଏବେ ଆମ ପାଖରେ ଏତେ ପୋଷାକ ହୋଇଗଲାଣି ଯେ ନିଜ ନିଜ ଘରେ ରଖିବାକୁ ପଡୁଛି। ଷ୍ଟୋର ନିର୍ମାଣ କାର୍ଯ୍ୟ ସରିଗଲେ ଆମେ ଭୁବନେଶ୍ୱରର ଆଉ କିଛି ସ୍ଥାନରେ ଦାନବାକ୍ସ ବସାଇବାକୁ ଯୋଜନା ରଖିଛୁ।’’

cloth donation

“ରାଡିକିଲ୍‌’’ ପାଖରେ ଏବେ ପ୍ରାୟ ୩୦୦୦ ଜିନ୍ସ ପ୍ୟାଣ୍ଟ୍‌, ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ପ୍ରାୟ ୨୦୦୦ରୁ ୩୦୦୦ ପ୍ୟାଣ୍ଟ ସାର୍ଟ, ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ ଡ୍ରେସ୍‌ ପ୍ରାୟ ୨୦୦୦ଟି ଥିବା ବେଳେ ୧୦୦ଟି ଶାଢ଼ି ରହିଛି। ଛୋଟ ପିଲାମାନଙ୍କ ଡ୍ରେସ୍ ବି ରହିଛି।

ବିଶ୍ୱରୂପ କହନ୍ତି,“ଯଦି କୌଣସି ଗାଁ ବା ଅଞ୍ଚଳରେ ଗରିବ ଲୋକଙ୍କର ପୋଷାକର ଆବଶ୍ୟକତା ଥିବା ନେଇ ଆମ ପାଖରେ ଖବର ପହଞ୍ଚେ ତା’ହେଲେ ଆମେ ସେଠାକୁ ଯାଇ ପୋଷାକ ପ୍ରଦାନ କରୁ। ନିକଟରେ ସଂଗଠନ ପକ୍ଷରୁ ଭଦ୍ରକ ଜିଲ୍ଲାର ରାଣୀତାର ଗାଁରେ ୨୦୦ ପରିବାରକୁ ପୋଷାକ ବଣ୍ଟା ଯାଇଥିଲା। ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉକ୍ତ ଗାଁ ଲୋକଙ୍କ ପୋଷାକ ଆବଶ୍ୟକତା ସଂପର୍କରେ ଆମକୁ ସୂଚନା ଦେଇଥିଲେ। ଆସନ୍ତା ମାସରେ ଆମେ କୋରାପୁଟର ଏକ ଗାଁକୁ ଯିବୁ ପୋଷାକ ଦେବାକୁ।’’

“ରାଡିକିଲ୍‌”ର ସଦସ୍ୟମାନେ ପୁରୁଣା ପୋଷାକଗୁଡ଼ିକୁ ସଂଗ୍ରହ କରିବା ପରେ ସେଗୁଡ଼ିକୁ ନିଜ ପରେ ୱାସିଂ ମେସିନ୍‌‍ରେ ସଫା କରି ଆଇରନ୍‌ କରନ୍ତି। ପରେ ସେଗୁଡ଼ିକୁ ପେଟିରେ ଗନ୍ଧକର୍ପୂର ଦେଇ ପ୍ୟାକ୍‌ କରି ରଖନ୍ତି। କୌଣସି ପୋଷାକ ଅଳ୍ପ ଫାଟି ଯାଇଥିଲେ ବା ବୋତାମ ଆଦି ଛିଣ୍ଡି ଯାଇଥିଲେ ଦରଜି ଦ୍ୱାରା ତା’ର ମରାମତି କରାନ୍ତି।  ଉଚ୍ଚ ଶିକ୍ଷିତ ଓ ଚାକିରି କରି ଥିଲେ ହେଁ କେହି ଫୋନ୍‌ କଲେ ସେମାନେ ତାଙ୍କ ଘରକୁ ଯାଇ ପୋଷାକ ସଂଗ୍ରହ କରି ଆଣନ୍ତି। କମ୍ ପୋଷାକ ଥିଲେ ବାଇକ୍‌ରେ ନେଇ ଆସନ୍ତି। ଅଧିକ ଥିଲେ ବେଳେ ବେଳେ ଅଟୋ ଅବା କାହାରି କାର୍‌ରେ ସେମାନେ ପୋଷାକ ସଂଗ୍ରହ କରି ଆଣନ୍ତି। ଲୋକଙ୍କଠାରୁ ପୋଷାକ ସଂଗ୍ରହ କରିବାଠାରୁ ଆରମ୍ଭ କରି ଗରିବ ଲୋକଙ୍କଠାରେ ପୋଷାକ ପହଞ୍ଚାଇବା ମଧ୍ୟରେ ଯାହା ସବୁ ଖର୍ଚ୍ଚ ହୁଏ ତାହା ସେମାନେ ନିଜ ପକେଟରୁ ଦିଅନ୍ତି।

ବିଶ୍ୱରୂପ କହିଛନ୍ତି,“ଦାନରେ ଏମିତି କିଛି ଶାଢ଼ି ଅବା ଗଞ୍ଜି ଓ ସାର୍ଟ ଆସେ ଯେଉଁଗୁଡ଼ିକ ପିନ୍ଧିବା ଯୋଗ୍ୟ ନଥାଏ। ସେଗୁଡ଼ିକୁ ଆମେ କାହାରିକୁ ଦେଉ ନାହିଁ। ସେଗୁଡ଼ିକୁ ଦେବା ପାଇଁ ବିବେକ ବାଧା ଦିଏ। ତେବେ ସେଗୁଡ଼ିକୁ କିଭଳି ପୁନଃବ୍ୟବହାର କରାଯାଇପାରିବ ସେ ନେଇ ଆମେ ଚିନ୍ତା କରୁଛୁ। ଚିରି ଯାଇଥିବା ଅବା ପିନ୍ଧିବା ଯୋଗ୍ୟ ନ ଥିବା ଶାଢ଼ି, ଗଞ୍ଜି, ସାର୍ଟ ଆଦିକୁ ନେଇ ଆମେ କନ୍ଥା ସିଲେଇ କରିବାକୁ ଯୋଜନା କରୁଛୁ। ଏଥିପାଇଁ ଆମକୁ କୌଣସି ମହିଳା ଏସ୍‌ଏଚ୍‌ଜି ସହିତ ଯୋଗାଯୋଗ କରିବାକୁ ପଡ଼ିବ। କନ୍ଥାଗୁଡ଼ିକ ବି ଗରିବଙ୍କ କାମରେ ଆସିବ।”

ବେଳେ ବେଳେ ଅଭିଯୋଗ ହୁଏ ଯଦି ଦେବାର ଥାଏ ତା’ହେଲେ ନୂଆ ପୋଷାକ ଦିଆଯିବା ଉଚିତ୍। ଏ ନେଇ ବିଶ୍ୱରୂପ କହନ୍ତି,“ଆମେ ଲୋକଙ୍କୁ ଅନୁରୋଧ କରୁ ନିହାତି ଖରାପ ପୋଷାକ ନ ଦେବା ପାଇଁ। କେହି ନୂଆ ପୋଷାକ ଦେଲେ ଆମେ ସ୍ୱାଗତ କରୁ।”

ଗରିବ ଲୋକଙ୍କୁ ପୋଷାକ ଯୋଗାଇ ଦେବାକୁ ମିଶନ୍‌ କରିଥିବା ଏହି ଯୁବକଯୁବତୀମାନେ ରକ୍ତଦାନ ଶିବର ଆୟୋଜନ କରିବା ସହିତ ସଡ଼କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଭଳି କାର୍ଯ୍ୟ ବି କରିଥାଆନ୍ତି। ସମୟ ମିଳିଲେ ଛୁଟି ଦିନଗୁଡ଼ିକରେ ଭୁବନେଶ୍ୱରର ବସ୍ତିଗୁଡ଼ିକରେ ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷା ଦିଅନ୍ତି।

“ରାଡିକିଲ୍‌’’ସଦସ୍ୟ ବିଶ୍ୱରୂପ ଧଳ, ନିଶାନ୍ତ ନନ୍ଦ, ଶୁଭ୍ରଜ୍ୟୋତି ଦାସ, ସ୍ମିତା ମହାନ୍ତି ପ୍ରମୁଖ ଏମବିଏ କରିଥିବା ବେଳେ ଅନ୍ନପୂର୍ଣ୍ଣା ପ୍ରଧାନ ଏକ ଘରୋଇ ଇଞ୍ଜିନିୟରିଂ କଲେଜ୍‌‍ରେ ଆସିଷ୍ଟାଣ୍ଟ୍‌ ପ୍ରଫେସର ଅଛନ୍ତି। ମନୋରଞ୍ଜନ ବେହେରା ଜଣେ ଆଇଟି ପ୍ରଫେସନାଲ୍‌। ସୁଦୀପ୍ତ ବୋଷ ସାମ୍ୱାଦିକତା ଓ ଗଣଯୋଗାଯୋଗର ଛାତ୍ର ଥିଲେ ଓ ଏବେ ଏକ ରେଡିଓ ଚ୍ୟାନେଲରେ କାମ କରୁଛନ୍ତି। ଅନ୍ୟ ଜଣେ ସଦସ୍ୟ କେରଳର ବସନ୍ତ କୁମାର ନାୟାର ହେଉଛନ୍ତି ଜଣେ ବ୍ୟବସାୟୀ। ଏମାନଙ୍କର ମନରେ ସ୍ୱତଃଜନ୍ମିତ ସାମାଜିକ ଦାୟିତ୍ୱବୋଧ ଅନ୍ୟମାନଙ୍କ ପାଇଁ ବିଶେଷ କରି କେବଳ କ୍ୟାରିୟର ପଛରେ ଧାଇଁ ଥିବା ଉଚ୍ଚଶିକ୍ଷିତ ଯୁବପିଢ଼ି ପାଇଁ ପ୍ରେରଣା ହେବ ବୋଲି ଆଶା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story