ବିପଦସଙ୍କୁଳ ଅବସ୍ଥାରେ ସ୍କୁଲ୍ କୋଠା; କୋଠଘରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ବିଷ୍ଣୁପୁର ଗାଁରେ ରହିଛି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲ୍‌ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୬ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଆଉ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ୨ ଜଣ ଶିକ୍ଷୟିତ୍ରୀ ରହିଛନ୍ତି। ହେଲେ ସ୍କୁଲ୍‌ କୋଠାଟି ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଗାଁର କୋଠ ଘରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଏହି ସ୍କୁଲ୍‌ ୨୦୦୪ ମସିହାରେ ସ୍ଥାପିତ ହୋଇଥିଲା। ଏହି ସମୟରେ ଦୁଇଟି ଶ୍ରେଣୀ […]

school

school

Jyoshna Pradhan
  • Published: Saturday, 29 February 2020
  • Updated: 29 February 2020, 01:06 PM IST

Sports

Latest News

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ବିଷ୍ଣୁପୁର ଗାଁରେ ରହିଛି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲ୍‌ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୬ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଆଉ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ୨ ଜଣ ଶିକ୍ଷୟିତ୍ରୀ ରହିଛନ୍ତି। ହେଲେ ସ୍କୁଲ୍‌ କୋଠାଟି ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଗାଁର କୋଠ ଘରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ।

ଏହି ସ୍କୁଲ୍‌ ୨୦୦୪ ମସିହାରେ ସ୍ଥାପିତ ହୋଇଥିଲା। ଏହି ସମୟରେ ଦୁଇଟି ଶ୍ରେଣୀ ଗୃହ, ଗୋଟିଏ ଅଫିସ୍ ଗୃହ  ଓ ରୋଷେଇ ଘର ନିର୍ମାଣ ହୋଇଥିଲା। ହେଲେ ଦୁଇ ବର୍ଷ ହେବ ସ୍କୁଲର କାନ୍ଥ ଫାଟି ଆଁ କରିଥିବା ବେଳେ ଚଟାଣରୁ ସିମେଣ୍ଟ ଉଠାଗଲାଣି। ସ୍କୁଲ୍‌ର ନିର୍ମାଣ କାର୍ଯ୍ୟ ଏତେ ନିମ୍ନମାନର ହୋଇଥିଲା ଯେ ୧୫ ବର୍ଷ ନଯାଉଣୁ କାନ୍ଥରୁ ସିମେଣ୍ଟ, ଇଟା ଖଣ୍ଡ ବାହାରି ପଡ଼ିଥିଲା। କେତେବେଳେ ଯେ ଏହା ଭୁଶୁଡ଼ି ପଡ଼ିବ, ତାହା କହି ହେବ ନାହିଁ। ‘ତିତିଲି’ ବାତ୍ୟାରେ ସ୍କୁଲଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ତଥାପି ସେଥିରେ ବେଶ୍ କିଛି ମାସ କ୍ଲାସ୍ ଚାଲିଥିଲା। ପରବର୍ତ୍ତୀ ସମୟରେ ବ୍ଲକ୍ ଶିକ୍ଷାଧିକାରୀ ସ୍କୁଲ ପରିଦର୍ଶନ କରି ଏହା ବିପଦପୂର୍ଣ୍ଣ ବୋଲି ଦର୍ଶାଇ ଥିଲେ। ଏଥିସହ ଗାଁଲୋକଙ୍କ ସହିତ ଏ ବିଷୟରେ ଆଲୋଚନା କରିଥିଲେ। ଏହା ପରେ ଗାଁରେ ଥିବା କୋଠ ଘରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଫଳରେ ୬ ମାସ ହେବ ଛାତ୍ରଛାତ୍ରୀମାନେ କୋଠ ଘରେ ପଢ଼ୁଛନ୍ତି। କିନ୍ତୁ ଏଠାରେ ଛାତ୍ରଛାତ୍ରୀଙ୍କୁ ପାଠପଢ଼ିବାରେ ଅସୁବିଧା ହେଉଛି।

ଛାତ୍ରୀ ଆଲିଶା ଗୌଡ଼ କହିଛନ୍ତି, “କୋଠ ଘରେ ବସି ପଢ଼ିବା ପାଇଁ ଅସୁବିଧା ହେଉଛି। ଆମକୁ ବସିବାକୁ ଜାଗା ହେଉନି। ଆମ ସ୍କୁଲ କୋଠା ଭାଙ୍ଗିଯିବା ଅବସ୍ଥାରେ ଅଛି। ଆମ ପାଇଁ ଗୋଟିଏ ସ୍କୁଲ୍‌ ଘର ତିଆରି କରାଗଲେ ଭଲ ହୁଅନ୍ତା।”

କୋଠ ଘରେ ବି ଛାତ୍ରଛାତ୍ରୀମାନେ ନିଜକୁ ସୁରକ୍ଷିତ ମନେ କରୁ ନଥିବାରୁ ଅନେକ ପିଲା ସ୍କୁଲ୍‌ ଆସିବାକୁ ମନ ବଳାଉ ନାହାନ୍ତି। ତେଣୁ ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସ୍କୁଲ୍‌ ଗୃହ ନିର୍ମାଣ କରିବାକୁ ଗାଁ ଲୋକେ ଦାବି କରିଛନ୍ତି।

ଗାଁର ବିରଞ୍ଚି ନାରାୟଣ ଆଚାରୀ କହିଛନ୍ତି, “କେତେବେଳେ ଓ କେଉଁ ମୁହୂର୍ତ୍ତରେ ଏହି ସ୍କୁଲ ଘର ଭୁଶୁଡ଼ି ପଡ଼ିବ କହି ହେବ ନାହିଁ। ୨୦୦୪ ମସିହାରେ ଏହି ସ୍କୁଲ୍‌ ହୋଇଥିଲା। ସ୍କୁଲ୍‌ର ଅବସ୍ଥା ଦେଖି କିଛି ପିଲା ଅନ୍ୟ ସ୍କୁଲ୍‌ରେ ଯାଇ ପାଠ ପଢ଼ୁଛନ୍ତି। ବାକି ଛାତ୍ରଛାତ୍ରୀ ଗାଁ କୋଠ ଘରେ ପଢ଼ୁଛନ୍ତି।”

ସ୍କୁଲର ଶିକ୍ଷୟିତ୍ରୀ ଚିନ୍ମୟୀ ନାୟକ କହିଛନ୍ତି, “ସ୍କୁଲ ଘର ଭାଙ୍ଗି ଯିବାରୁ ପାଠପଢ଼ାରେ ବହୁତ ଅସୁବିଧା ହେଉଛି। ଗୋଟିଏ କୋଠ ଘରେ ୨୬ ପିଲାଙ୍କୁ ବସାଇବା କଷ୍ଟ ହେଉଛି। ଏନେଇ ଆମେ ଆମ ଉପରିସ୍ଥ କର୍ମଚାରୀଙ୍କୁ ଜଣାଇ ଦେଇଛି। ଆମ ସ୍କୁଲ ଘର ତିଆରି ହେବା ପାଇଁ ନାଁ ଯାଇଛି ବୋଲି ବିଇଓ ସାର୍ କହିଛନ୍ତି। ବର୍ତ୍ତମାନ କୋଠ ଘରେ ବସି ପାଠ ପଢ଼ାଇବାକୁ କୁହାଯାଇଛି। ପାଠପଢ଼ା ଭଲ କରିବାକୁ ହେଲେ ସ୍କୁଲ୍‌ ବିଲ୍ଡିଂ ହେବା ନିହାତି ଦରକାର। ମଧ୍ୟାହ୍ଣ ଭୋଜନ ସମୟରେ ଆମେ ପିଲାଙ୍କୁ ଧରି ଭଙ୍ଗା ସ୍କୁଲ୍‌ ଗୃହକୁ ଯାଉଛୁ।”

ସୋରଡ଼ା ବିଇଓ ବିଜୟ କୁମାର ପ୍ରଧାନ଼ କହିଛନ୍ତି, “ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟାଳୟ କୋଠା ଥିବାରୁ ନିରାପଦ ଦୃଷ୍ଟିରୁ ପିଲାଙ୍କୁ କୋଠ ଘରେ ପଢ଼ାଯାଉଛି। ତେବେ ସେଠି ନୂତନ ସ୍କୁଲ ଘର ନିର୍ମାଣ ପାଇଁ  ଆମର ଯୋଜନା ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story