ଯିଏ କାରିଗର ସିଏ ପୂଜକ

ମା’ ଆସୁଛନ୍ତି। ଦଶହରାକୁ ନେଇ ଚତୁର୍ଦିଗ ଉତ୍ସବ ମୁଖର। ଗାଁ ଠାରୁ ସହର ଆଲୋକ ଓ ସାଜସଜ୍ଜାରେ ହୋଇ ଉଠିଛି ସୌନ୍ଦର୍ଯ୍ୟମୟ। କିଏ ବ୍ୟସ୍ତ ମା’ଙ୍କ ପ୍ରତିମା ତିଆରିରେ ତ କିଏ ବ୍ୟସ୍ତ ସାଜସଜ୍ଜାରେ। ପୂଜା ପ୍ରାରମ୍ଭରେ ମୂର୍ତ୍ତି କାରିଗର କିପରି ନିଜକୁ କରିଥାନ୍ତି ପ୍ରସ୍ତୁତି ସେ ସଂପର୍କରେ ଜାଣିବା ପାଇଁ ଆମ ପ୍ରତିନିଧି ଲୋରିନା ଜେନା ପହଞ୍ଚି ଥିଲେ କଟକ ବାଲୁବଜାର ପୂଜା ମଣ୍ଡପରେ। ସେଠାରେ ପହଁଞ୍ଚିବା ପରେ ଭେଟିଥିଲୁ ଜଣେ ନିଆରା ପୂଜକ ଲୋକନାଥ […]

puja

puja

Rakesh Mallick
  • Published: Thursday, 06 October 2016
  • Updated: 07 October 2016, 08:35 AM IST

Sports

Latest News

ମା’ ଆସୁଛନ୍ତି। ଦଶହରାକୁ ନେଇ ଚତୁର୍ଦିଗ ଉତ୍ସବ ମୁଖର। ଗାଁ ଠାରୁ ସହର ଆଲୋକ ଓ ସାଜସଜ୍ଜାରେ ହୋଇ ଉଠିଛି ସୌନ୍ଦର୍ଯ୍ୟମୟ। କିଏ ବ୍ୟସ୍ତ ମା’ଙ୍କ ପ୍ରତିମା ତିଆରିରେ ତ କିଏ ବ୍ୟସ୍ତ ସାଜସଜ୍ଜାରେ। ପୂଜା ପ୍ରାରମ୍ଭରେ ମୂର୍ତ୍ତି କାରିଗର କିପରି ନିଜକୁ କରିଥାନ୍ତି ପ୍ରସ୍ତୁତି ସେ ସଂପର୍କରେ ଜାଣିବା ପାଇଁ ଆମ ପ୍ରତିନିଧି ଲୋରିନା ଜେନା ପହଞ୍ଚି ଥିଲେ କଟକ ବାଲୁବଜାର ପୂଜା ମଣ୍ଡପରେ।

ସେଠାରେ ପହଁଞ୍ଚିବା ପରେ ଭେଟିଥିଲୁ ଜଣେ ନିଆରା ପୂଜକ ଲୋକନାଥ ବାନାର୍ଜୀଙ୍କୁ। ଯିଏ ମା’ଙ୍କ ପ୍ରତିମା ତିଆରି କରନ୍ତି ଆଉ ନିଜେ ମଧ୍ୟ ପୂଜା କରନ୍ତି। ମୂର୍ତ୍ତି ତିଆରି ଠାରୁ ଆରମ୍ଭ କରି ବିସର୍ଜନ ପର୍ଯ୍ୟନ୍ତ ସବୁ କିଛି କରିଥାନ୍ତି ନିଜ ହାତରେ। ଏଥିପାଇଁ କଟକରେ ଥିବା ସମସ୍ତ ପୂଜା ମଣ୍ଡପଠାରୁ ବାଲୁବଜାର ପୂଜା ମଣ୍ଡପ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ମୂର୍ତ୍ତି ତିଆରି କରିବା ସହ ପୂଜା କରିବା ପଛରେ କ’ଣ ରହିଛି କାରଣ ସେ ସଂପର୍କରେ ଅଧିକ ସୂଚନା ଦେଇଥିଲେ ପୂଜକ ଲୋକନାଥ ବାନାର୍ଜୀ।

pujaବହୁ ପୂର୍ବରୁ ଉତ୍କଳକୁ ବୁଲି ଆସିଥଲେ କିଛି ବଙ୍ଗୀୟ ପରିବାର। କୌଣସି କାରଣ ବସତଃ ନିଜ ଗାଁ କଲିକତାକୁ ଫେରି ନ ପାରି କଟକ ବିନୋଦ ବିହାରୀ ଠାରେ ରହିଯାଇଥିଲେ ସବୁ ଦିନ ପାଇଁ ଏହି ବଙ୍ଗୀୟ ପାରିବାର। ଶରତ କାଳର ଆଗମନରେ ବଙ୍ଗୀୟ ରୀତିନୀତିରେ ପ୍ରଥମେ କିଛି ବର୍ଷ ମା’ ଦୁର୍ଗାଙ୍କ ଘଟ ପୂଜାରୁ ଆରମ୍ଭ ହୋଇଥିଲା ଦଶହରା ପର୍ବ। ଘଟ ପୂଜାର କିଛି ବର୍ଷ ପରେ ଆରମ୍ଭ କରିଥିଲେ ମା’ଙ୍କ ମୃଣମୟ ମୂର୍ତ୍ତି ତିଆରି। ସେ ସମୟରେ ଦଶହରାରେ କେବଳ ପୀଠରେ ହିଁ ମା ପୂଜା ପାଉଥିଲେ। ପ୍ରଥମକରି ଏହି ବଙ୍ଗୀୟ ପରିବାର ଆରମ୍ଭ କରିଥିଲେ ପୂଜା ମଣ୍ଡପରେ ମା’ଙ୍କ ମୂର୍ତ୍ତି ପୂଜା। ଖାଲି ସେତିକି ନୁହେଁ, ମୂର୍ତ୍ତି ତିଆରି ପାଇଁ କୌଣସି କୁମ୍ଭାରର ସାହାଯ୍ୟ ନ ନେଇ ନିଜେ ହିଁ ନଡା ବାନ୍ଧି ମାଟିରେ ତିଆରି କରିଥିଲେ ମା’ଙ୍କ ମୂର୍ତ୍ତି। ସେବେଠାରୁ ହିଁ ଚାଲି ଆସିଛି ସେହି ବହୁ ପୁରାତନ ପରମ୍ପରା। ଆଜକୁ ୧୦୦ ବର୍ଷରୁ ଅଧିକ ହେବ ଏଠାରେ ମା’ଙ୍କୁ ବଙ୍ଗୀୟ ରୀତିରେ କାଳୀକା ପୁରାଣ ଅନୁଯାୟୀ ପୂଜାର୍ଚ୍ଚନା କରାଯାଏ।

ପୂର୍ବ ପୁରୁଷରୁ ଚାଲି ଆସିଥିବା ଏହି ପୁରାତନ ପରମ୍ପରାକୁ ବେଶ ଆନନ୍ଦର ସହ ଆଜି ପର୍ଯ୍ୟନ୍ତ ଆପଣାଇ ଆସିଛନ୍ତି ଲୋକନାଥ ଏବଂ ତାଙ୍କ ପରିବାର। ମୂର୍ତ୍ତି ତିଆରି ଠାରୁ ଆରମ୍ଭ କରି ବିସର୍ଜନ ପର୍ଯ୍ୟନ୍ତ ପରିବାରର ସହଯୋଗ ଏବଂ ବଜାର କିମିଟିର ସହଯୋଗ ମଧ୍ୟ ଖୁବ ରହିଛି। ଏକ ବେସରକାରୀ କମ୍ପାନୀରେ ଚାକିରି କରିବା ସହ ଶାରଦୀୟ ଅବସର ଆସିଲେ ମା’ଙ୍କୁ ଆବାହନ କରିବାରେ ଏକ ଅପୂର୍ବ ଖୁସି ଅନୁଭବ କରନ୍ତି ବୋଲି କୁହନ୍ତି ଲୋକନାଥ। ଚାକିରି ଜୀବନ ସହ ମା’ଙ୍କ ଏତେ ବଡ଼ କାମକୁ କିପରି ସମୟ ଦିଅନ୍ତି ବୋଲି ପଚାରିବାରୁ ସେ କହିଥିଲେ,“ସକାଳେ ଅଫିସ ଯିବା ପୂର୍ବରୁ ସେ ଦୁଇ ଘଣ୍ଟା ଏବଂ ସନ୍ଧ୍ୟାରୁ ଅଧ ରାତି ପର୍ଯ୍ୟନ୍ତ ଏକ ବେଳା ଭୋଜନ କରି ମା’ଙ୍କ ମୂର୍ତ୍ତି କାମରେ ନିଜକୁ ନିୟୋଜିତ କରେ। ନିଜେ ମୂର୍ତ୍ତି ତିଆରି କରିବା ସହ ମା’ଙ୍କ ପୂଜା କରିବା ପର୍ଯ୍ୟନ୍ତ ସବୁକିଛି ବାପା, ବଡ଼ବାପାଙ୍କଠାରୁ ଦେଖି ଶିଖିଛନ୍ତି। ଏଥିପାଇଁ କୌଣସି ତାଲିମ ନେଇ ନାହିଁ। ଏବେ ମୋ ପିଲାମାନେ ମଧ୍ୟ ମୋଠାରୁ ଶିଖୁଛନ୍ତି।”puja

କେବଳ ପୁରାଣ ଅନୁଯାୟୀ ପୂଜା ନୁହେଁ, ମା’ଙ୍କ ରଙ୍ଗ ଠାରୁ ଆରମ୍ଭ କରି ପ୍ରସାଦ ପ୍ରସ୍ତୁତିରେ ମଧ୍ୟ ରହିଛି ପାରମ୍ପରିକ ଛାପ। ଏଠାରେ ମା’ଙ୍କ ପ୍ରସାଦରେ ପୋଇର ବ୍ୟବହାର କରାଯାଏ, ଯାହା ସହରର ଅନ୍ୟ କୌଣସି ମଣ୍ଡପ ବା ପୀଠରେ ହୁଏ ନାହିଁ। ମା’ଙ୍କ ମୂର୍ତ୍ତିରେ ବି ଦେଖିବାକୁ ମିଳେ ସେହି ପୁରାତନ ପାରମ୍ପରିକ ରଙ୍ଗ। ମୂର୍ତ୍ତି ରଙ୍ଗ ପାଇଁ କଇନ୍ଥରେ ପ୍ରସ୍ତୁତି ଅଠା ସହ ଲାଲ ରଙ୍ଗ ପାଇଁ ସିନ୍ଦୂର, ମା’ଙ୍କ ହଳଦିଆ ରଙ୍ଗ ମୁଖା ପାଇଁ ପିଉଡୀ, ସଙ୍ଖରୁ ପ୍ରସ୍ତୁତି ଧଳା ରଙ୍ଗ ଏବେ ବି ବ୍ୟବହୃତ ହେଉଛି।

ମା’ଙ୍କ ବିସର୍ଜନରେ ବି ରହିଥାଏ ଖାସ ବଙ୍ଗୀୟ ପରମ୍ପରା। ସିନ୍ଦୁର ଖେଳ ସହ ଭକ୍ତଙ୍କ ଘର ଘର ବୁଲି ମା’ ପ୍ରସାଦ ଖାଇ ଧରାପୃଷ୍ଠରୁ ବିଦାୟ ନିଅନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story