Advertisment

ଗାନ୍ଧିଙ୍କୁ ତ ଜାଣନ୍ତି, ‘ବୁଢ଼ୀ ଗାନ୍ଧି’ଙ୍କ ବିଷୟରେ ଶୁଣିଛନ୍ତି?

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧି ଏବଂ ସ୍ୱାଧୀନତା ସଂଗ୍ରାମରେ ଥିବା ତାଙ୍କ ଭୂମିକା ବିଷୟରେ କାହାକୁ ଅଛପା। ପିଲାଦିନୁ ଆପଣମାନେ ଗାନ୍ଧି ଏବଂ ତାଙ୍କ ସଂଘର୍ଷର କାହାଣୀ ଶୁଣି ଆସୁଥିବେ। କିନ୍ତୁ ଆପଣ କେବେ ‘ଗାନ୍ଧି ବୁଢ଼ୀ’ ବିଷୟରେ ଶୁଣିଛନ୍ତି?। ସ୍ୱାଧୀନତା ସଂଗ୍ରାମରେ ଗାନ୍ଧି ବୁଢ଼ୀଙ୍କର ସକ୍ରିୟ ଭୂମିକା ରହିଥିଲା। ସ୍ୱାଧୀନତା ସଂଗ୍ରାମରେ ଦେଶ ପାଇଁ ନିଜ ପ୍ରାଣକୁ ଆହୁତି ଦେଇଥିବା ଏହି ଗାନ୍ଧି ବୁଢ଼ୀଙ୍କ ପ୍ରକୃତ ନାଁ ହେଉଛି ମାତାଙ୍ଗିନୀ ହାଜରା। ମତଙ୍ଗିନୀ ‘ଗାନ୍ଧି ବୁଢ଼ୀ’ ବା […]

author-image
Biswobandita Swain
ଅଦ୍ୟତନ ହୋଇଛି
ଗାନ୍ଧିଙ୍କୁ ତ ଜାଣନ୍ତି, ‘ବୁଢ଼ୀ ଗାନ୍ଧି’ଙ୍କ ବିଷୟରେ ଶୁଣିଛନ୍ତି?

mata

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧି ଏବଂ ସ୍ୱାଧୀନତା ସଂଗ୍ରାମରେ ଥିବା ତାଙ୍କ ଭୂମିକା ବିଷୟରେ କାହାକୁ ଅଛପା। ପିଲାଦିନୁ ଆପଣମାନେ ଗାନ୍ଧି ଏବଂ ତାଙ୍କ ସଂଘର୍ଷର କାହାଣୀ ଶୁଣି ଆସୁଥିବେ। କିନ୍ତୁ ଆପଣ କେବେ ‘ଗାନ୍ଧି ବୁଢ଼ୀ’ ବିଷୟରେ ଶୁଣିଛନ୍ତି?। ସ୍ୱାଧୀନତା ସଂଗ୍ରାମରେ ଗାନ୍ଧି ବୁଢ଼ୀଙ୍କର ସକ୍ରିୟ ଭୂମିକା ରହିଥିଲା। ସ୍ୱାଧୀନତା ସଂଗ୍ରାମରେ ଦେଶ ପାଇଁ ନିଜ ପ୍ରାଣକୁ ଆହୁତି ଦେଇଥିବା ଏହି ଗାନ୍ଧି ବୁଢ଼ୀଙ୍କ ପ୍ରକୃତ ନାଁ ହେଉଛି ମାତାଙ୍ଗିନୀ ହାଜରା। ମତଙ୍ଗିନୀ ‘ଗାନ୍ଧି ବୁଢ଼ୀ’ ବା ‘ଓଲ୍ଡ ଲେଡି ଗାନ୍ଧି’ ନାଁରେ ପରିଚିତ।

Advertisment

୧୮୭୦ ମସିହା ଅକ୍ଟୋବର ୧୯ରେ ପୂର୍ବ ବଙ୍ଗଳାରେ ଜନ୍ମଗ୍ରହଣ କରିଥିଲେ ମାତଙ୍ଗିନୀ। ପିଲାଦିନୁ ସେ କୌଣସି ଔପଚାରିକ ଶିକ୍ଷା ଲାଭ କରି ନଥିଲେ। କମ୍‌ ବୟସରେ ତାଙ୍କର ବିବାହ ହୋଇଥିଲା। ୧୮ ବର୍ଷ ବୟସ ହୋଇଥିଲା ଯେତେବେଳେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା।

ବ୍ରିଟିଶ୍‌ ଭାରତର ବଙ୍ଗଳା ପ୍ରେସିଡେନ୍ସିରେ ତମଲୁକ୍‌(ତତ୍କାଳୀନ ମିଦନାପୁର)ରୁ ବାହାରି ମାତଙ୍ଗିନୀ ହାଜରା ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଭାରତଛାଡ଼ ଆନ୍ଦୋଳନର ଚାମ୍ପିଅନ୍‌ ଥିଲେ।

Advertisment

publive-image୧୯୦୫ରେ ହାଜରା ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ୧୯୩୨ରେ ସେ ଆଇନ ଅମାନ୍ୟ ଆନ୍ଦୋଳନରେ ଭାଗ ନେଇଥିଲେ। ଗାନ୍ଧିଜୀଙ୍କର ନେତୃତ୍ୱରେ ଦାଣ୍ଡି ମାର୍ଚରେ ଭାଗ ନେବା ଏବଂ ଲବଣ ଅଧିନିୟମକୁ ଭାଙ୍ଗିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ସେ ୬ ମାସ ପର୍ଯ୍ୟନ୍ତ ବରହମ୍‌ପୁରରେ ବନ୍ଦୀ ହୋଇଥିଲେ।

୧୯୪୨ରେ ଗାନ୍ଧିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଭାରତ ଛାଡ଼’ ଆନ୍ଦୋଳନରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ବ୍ରିଟିଶରମାନଙ୍କୁ ଭାରତରେ ନିଜର ଶାସନ କାଳ ସମାପ୍ତ କରି ଭାରତ ଛାଡ଼ିବା ପାଇଁ କହିଥିଲେ। ସେତେବେଳେ ହାଜରାଙ୍କ ବୟସ ୭୧ ବର୍ଷ ହୋଇଥିଲା। ପ୍ରାୟ ଛଅ ହଜାର ସମର୍ଥକଙ୍କ ସହ ସେ ଏକ ବିଶାଳ ଶୋଭାଯାତ୍ରାରେ ଯାଉଥିବା ସମୟରେ ପୁଲିସ୍‌ ଗୁଳିରେ ଟଳିପଡ଼ି ଥିଲେ। ସେତେବେଳେ ତାଙ୍କ ହାତରେ ତ୍ରିରଙ୍ଗା ଥିଲା।

ମାତଙ୍ଗିନୀଙ୍କୁ ଏଥିପାଇଁ ବୁଢ଼ୀ ଗାନ୍ଧି କୁହାଯାଉଥିଲା କାରଣ ସ୍ୱାଧୀନତା ସଂଗ୍ରାମରେ ସାମିଲ୍‌ ହେବା ସହ ସେ ଗାନ୍ଧିଙ୍କ ଚିନ୍ତାଧାରାକୁ ଅନୁସରଣ କରୁଥିଲେ। ସେ ଗାନ୍ଧିଙ୍କ ପରି ଖଦି କପଡ଼ା ପିନ୍ଧୁଥିଲେ ଏବଂ ସବୁବେଳେ ଲୋକଙ୍କ ପାଇଁ ସମୟ ଅତିବାହିତ କରୁଥିଲେ। ଗାନ୍ଧିଙ୍କ ପରି ତାଙ୍କର ମଧ୍ୟ ଲକ୍ଷ୍ୟ ଥିଲା ସ୍ୱାଧୀନ ଭାରତ।