କଂଗ୍ରେସକୁ ମିଳିଥିଲା ୪୭,୬୬୫,୯୫୧ ଭୋଟ୍‌

ଆମ ଶାସନ ଆମ ହାତରେ। ଏମିତି ଏକ ନାରା ନେଇ ବିଶ୍ୱର ଏକ ବୃହତ୍‌ ଲୋକତନ୍ତ୍ର ହେଉଛି ଆମ ଦେଶ ଭାରତ ବର୍ଷ। ଆମମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ହିଁ ଆମକୁ ଶାସନ କରନ୍ତି ଆଉ ପୁଣି ଏହା ପୁଣି ଏକ ସୀମାବଦ୍ଧ ସମୟସୀମା ଲାଗି।  ନିର୍ଦ୍ଧରିତ ସମୟସୀମା ପରେ ସରକାର ପୁନର୍ଗଠିତ ହୁଏ। ଚଳିତ ବର୍ଷ ଅନୁଷ୍ଠିତ ହେଉଛି ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର .୧୭ ତମ ଲୋକସଭା ନିର୍ବାଚନ। ନିର୍ବାଚିତ ହେବେ ଆମ ଲୋକ ପ୍ରତିନିଧି, ଗଢା ହେବ ନୂଆ ସରକାର। ଏହି କ୍ରମରେ ଆସନ୍ତୁ ଜାଣିବା ଭାରତୀୟ ଗଣତନ୍ତ୍ରର ଲୋକସଭା ନିର୍ବାଚନ ଇତିହାସ ସମ୍ପର୍କରେ।  କ୍ରମାନ୍ୱୟରେ ଜାଣିବା କେମିତି ଥିଲା ଆମ ପୂର୍ବ ନିର୍ବାଚନଗୁଡିକ।

ନୂଆଦିଲ୍ଲୀ: ୧୯୫୦ରେ ଦେଶରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଲାଗୁ ହେବା ପରେ ୧୯୫୧ରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୯୫୨ ଏପ୍ରିଲ୍‌ ମାସରେ ଦେଶକୁ ମିଳିଥିଲା ତା’ର ପ୍ରଥମ ଲୋକସଭା। ଭାରତୀୟ ଜାତୀୟ କଂଗ୍ରେସ ନିର୍ବାଚନ ଲଢି ସବୁଠାରୁ ବୃହତ୍‌ ଦଳ ଭାବେ ୨୪୫ ସିଟ୍‌ ହାତେଇ ଗଢିଥିଲା ସରକାର। ଏହି ନିର୍ବାଚନରେ ଭୋଟ ହାର ରହିଥିଲା ୪୫ ପ୍ରତିଶତ। ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ପଣ୍ଡିତ୍‌ ଜବାହାର ଲାଲ୍‌ ନେହରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତାଙ୍କ ଦଳ ୪୭,୬୬୫,୯୫୧ ଭୋଟ୍‌ ପାଇଥିଲା। ଏପ୍ରିଲ୍‌ ୧୭ ୧୯୫୨ରେ ଗଠିତ ପ୍ରଥମ ଲୋକସଭା ୪ ଏପ୍ରିଲ ୧୯୫୭ ପର୍ଯ୍ୟନ୍ତ ସୁରୁଖୁରୁରେ କାର୍ଯ୍ୟ ସମ୍ପନ୍ନ କରିଥିଲା।

୧୯୫୧ ସାଧାରଣ ନିର୍ବାଚନରେ ୧୪ରାଷ୍ଟ୍ରୀୟ ଦଳ, ୩୯ରାଜ୍ୟସ୍ତରୀୟ ପାର୍ଟି ଏବଂ ନିର୍ଦ୍ଦଳୀୟ ପ୍ରାର୍ଥୀ ସଫଳତା ପାଇଥିଲେ। ରାଷ୍ଟ୍ରୀୟ ପାର୍ଟିରେ ସାଧାରଣତଃ କଂଗ୍ରେସ, ସିପିଆଇ, ଭାରତୀୟ ଜନସଂଘ ଏବଂ ବାବା ସାହେବ ଅମ୍ବେଦକର ପାର୍ଟି ସାମିଲ୍‌ ଥିଲା। ଏହା ବ୍ୟତୀତ ଅକାଳୀ ଦଳ, ଫରୱର୍ଡ ବ୍ଲକ ପରି ପାର୍ଟିମାନେ ନିର୍ବାଚନରେ ସାମିଲ୍‌ ହୋଇଥିଲେ।

ତତ୍କାଳୀନ ଲୋକସଭାର ୪୮୯ଟି ସିଟ୍‌ରୁ  ୩୬୪ଟିରେ କଂଗ୍ରେସ ବାଜିମାତ୍‌ କରିଥିଲା। କଂଗ୍ରେସ ପରେ ସିପିଆଇ ଦ୍ୱିତୀୟ ବହୁମତ ପାଇଥିବା ଦଳ ଥିଲା ଯାହାକୁ ୧୬ସିଟ୍‌ ମିଳିଥିଲା। ସୋଶାଲିଷ୍ଟ ପାର୍ଟିକୁ ୧୨ ଏବଂ ୩୭ସିଟ୍‌ରେ ନିର୍ଦ୍ଦଳୀୟ ଜିତ୍ ହାସଲ କରିଥିଲେ। ଭାରତୀୟ ଜନସଂଘ ୯୪ସିଟ୍‌ରେ ନିର୍ବାଚନ ଲଢି ୩ଟି ସିଟ୍‌ ଜିତିଥିଲା।

ପ୍ରଥମ ନିର୍ବାଚନ ସମୟରେ ୧୭କୋଟି ଭୋଟର୍‌ ଥିଲେ। କିନ୍ତୁ ମତଦାନରେ କେବଳ ୪୪ପ୍ରତିଶତ ଲୋକ ଭାଗ ନେଇଥିଲେ। ସେ ସମୟରେ ମତଦାନ ବାୟସସୀମା ୨୧ବର୍ଷରୁ ଊର୍ଦ୍ଧ୍ୱ ଥିଲା।

କିଏ ଥିଲେ କ’ଣ

ପ୍ରଧାନମନ୍ତ୍ରୀ- ପଣ୍ଡିତ ଜବାହାର ଲାଲ୍‌ ନେହରୁ

ନିର୍ବାଚନ କମିଶନର- ସୁକୁମାର ସେନ୍‌