ମଣିଷର ଆୟୁଷସୀମା କେତେ ଆପଣ ଜାଣନ୍ତି କି ?

ନୂଆଦିଲ୍ଲୀ: ମଣିଷ ଏପରି ଏକ ପ୍ରାଣୀ ଯିଏ ପଶୁପକ୍ଷୀଙ୍କ ଅପେକ୍ଷା ଅଧିକ ଦିନ ବଞ୍ଚି ରହିଥାଏ। ସେଥିପାଇଁ ମଣିଷକୁ ପ୍ରାଣୀଶ୍ରେଷ୍ଠ ବୋଲି କୁହାଯାଏ। ହେଲେ କେବେ ଭାବିଛନ୍ତି ମଣିଷର ଆନୁମାନିକ ବୟସସୀମା କେତେ ହୋଇଥିବ ବୋଲି। ହୁଏତ ଆପଣ ଭାବିଥିବେ ଆଉ ଭୁଲି ଯାଇଥିବେ। କିନ୍ତୁ ବାସ୍ତବରେ ଏହା ଏକ ଚିନ୍ତାର ବିଷୟ। ନିକଟରେ ଏ ନେଇ ଗବେଷଣା କରାଯାଇଥିଲା। ଯାହାର ନିର୍ଯ୍ୟାସ ସ୍ୱରୂପ ମଣିଷର ଆୟୁ ପୂର୍ବପେକ୍ଷା ବଢୁଥିବା କୁହାଯାଇଛି। ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, […]

th8

th8

Mihir Pattnayak
  • Published: Friday, 16 November 2018
  • Updated: 16 November 2018, 03:15 PM IST

Sports

Latest News

ନୂଆଦିଲ୍ଲୀ: ମଣିଷ ଏପରି ଏକ ପ୍ରାଣୀ ଯିଏ ପଶୁପକ୍ଷୀଙ୍କ ଅପେକ୍ଷା ଅଧିକ ଦିନ ବଞ୍ଚି ରହିଥାଏ। ସେଥିପାଇଁ ମଣିଷକୁ ପ୍ରାଣୀଶ୍ରେଷ୍ଠ ବୋଲି କୁହାଯାଏ।

ହେଲେ କେବେ ଭାବିଛନ୍ତି ମଣିଷର ଆନୁମାନିକ ବୟସସୀମା କେତେ ହୋଇଥିବ ବୋଲି। ହୁଏତ ଆପଣ ଭାବିଥିବେ ଆଉ ଭୁଲି ଯାଇଥିବେ। କିନ୍ତୁ ବାସ୍ତବରେ ଏହା ଏକ ଚିନ୍ତାର ବିଷୟ। ନିକଟରେ ଏ ନେଇ ଗବେଷଣା କରାଯାଇଥିଲା। ଯାହାର ନିର୍ଯ୍ୟାସ ସ୍ୱରୂପ ମଣିଷର ଆୟୁ ପୂର୍ବପେକ୍ଷା ବଢୁଥିବା କୁହାଯାଇଛି।

ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ମଣିଷଙ୍କ ଆୟୁଷ ପିଢ଼ି ପିଛା ୩ ବର୍ଷ ବୃଦ୍ଧି ପାଉଛି।

କଥାଟା ଶୁଣିବା ପରେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏହା ସତ। ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣା ଅନୁସାରେ, ଗତ ୫୦ ବର୍ଷ ତଳର ଜୀବନକାଳ ତଥ୍ୟକୁ ବିଶ୍ଲେଷଣ କରାଯାଇଥିଲା।

ଜଣାପଡିଛି ଯେ, ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ନିଜ ମାତାପିତାଙ୍କଠାରୁ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚି ରହୁଛନ୍ତି।

ପୂର୍ବରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଥିଲା ଯେ, ମଣିଷ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚି ରହିବା ପାଇଁ ପ୍ରୟାସ ଜାରି ରଖିଛି। ଏ ସମ୍ପର୍କରେ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ଶ୍ରୀପଦ ତୁଲ୍‌ଜା ପୁର୍‌କର୍‌ କୁହନ୍ତି ଯେ, ମଣିଷ ଦିର୍ଘଦିନ ବଞ୍ଚିବା ପାଇଁ ଆଶାୟୀ ଏବଂ ଏହି ଧାରା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ।
ଏହି ଗବେଷଣାରେ ୧୯୬୦ରୁ ଓ ୨୦୧୦ ମଧ୍ୟରେ ଜନ୍ମ ନେଇଥିବା ଲୋକଙ୍କୁ ସାମିଲ୍‌ କରାଯାଇଥିଲା।

ସେହିପରି ଗୋଟିଏ ଲୋକର ମୃତ୍ୟୁର ପାଖାପାଖି ବୟସ ହେଉଛି ୬୫ କିନ୍ତୁ ଏହା ପିଢ଼ି ପିଛା ୩ ବର୍ଷ ବଢିବାରେ ଲାଗିଛି। ଏହି ଗବେଷଣାର ରିପୋର୍ଟ PNAS ଜର୍ଣ୍ଣାଲ୍‌ରେ ସ୍ଥାନ ପାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos