Advertisment

ଅକ୍ସିଜେନ୍‌ ସିଲିଣ୍ଡର ଲଗାଇ IAS ପରୀକ୍ଷା ଦେଲେ ଛାତ୍ରୀ

ଥିରୁଅନନ୍ତପୁରମ୍‌: ଦୃଢ ଇଚ୍ଛାଶକ୍ତି ଆଗରେ ସମସ୍ୟା ଶକ୍ତିହୀନ। ଆଉ ଏହି ଉକ୍ତିକୁ ବାସ୍ତବରେ ପରିଣତ କରିଦେଖାଇଛନ୍ତି କେରଳର ୨୪ ବର୍ଷୀୟା ଛାତ୍ରୀ ଲାଥେଶା ଅଂସାରୀ। ଜଟିଳ ହାଡ଼ ଜନିତ ସମସ୍ୟା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିବା ସତ୍ତ୍ୱେ ହ୍ୱିଲ୍ ଚେୟାରରେ ଅକ୍ସିଜେନ୍ ସିଲିଣ୍ଡର ଲଗାଇ IAS ପରୀକ୍ଷା ଦେଇଛନ୍ତି ଲାଥେଶା। ଯାହାର ଏକ ଭିଡ଼ିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିପାଇଁ ଲାଥେଶାଙ୍କୁ ସମସ୍ତେ ଭୂରିଭୂରି ପ୍ରଶଂସା ମଧ୍ୟ କରିଛନ୍ତି। ସୂଚନା […]

author-image
Biswobandita Swain
ଅଦ୍ୟତନ ହୋଇଛି
ଅକ୍ସିଜେନ୍‌ ସିଲିଣ୍ଡର ଲଗାଇ IAS ପରୀକ୍ଷା ଦେଲେ ଛାତ୍ରୀ

WhatsApp-Image-2019-06-03-a

ଥିରୁଅନନ୍ତପୁରମ୍‌: ଦୃଢ ଇଚ୍ଛାଶକ୍ତି ଆଗରେ ସମସ୍ୟା ଶକ୍ତିହୀନ। ଆଉ ଏହି ଉକ୍ତିକୁ ବାସ୍ତବରେ ପରିଣତ କରିଦେଖାଇଛନ୍ତି କେରଳର ୨୪ ବର୍ଷୀୟା ଛାତ୍ରୀ ଲାଥେଶା ଅଂସାରୀ। ଜଟିଳ ହାଡ଼ ଜନିତ ସମସ୍ୟା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିବା ସତ୍ତ୍ୱେ ହ୍ୱିଲ୍ ଚେୟାରରେ ଅକ୍ସିଜେନ୍ ସିଲିଣ୍ଡର ଲଗାଇ IAS ପରୀକ୍ଷା ଦେଇଛନ୍ତି ଲାଥେଶା। ଯାହାର ଏକ ଭିଡ଼ିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିପାଇଁ ଲାଥେଶାଙ୍କୁ ସମସ୍ତେ ଭୂରିଭୂରି ପ୍ରଶଂସା ମଧ୍ୟ କରିଛନ୍ତି।

Advertisment

ସୂଚନା ମୁତାବକ, କେରଳର କୋଟାୟମ ଜିଲ୍ଲାର ଲାଥେଶା ଜନ୍ମରୁ ‘ଟାଇପ୍-୨ ଅଷ୍ଟିଓଜେନେସିସ୍ ଇମ୍ପରଫେକ୍ଟା’(ହାଡ ସମସ୍ୟା) ରୋଗରେ ପୀଡ଼ିତ। ଗତ ବର୍ଷେ ହେବ ଏହି ରୋଗ ଯୋଗୁ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି। ତେଣୁ ତାଙ୍କୁ ଆଉ ଏକ ଅତିରିକ୍ତ ଅକ୍ସିଜେନ୍ ସିଲିଣ୍ଡର ମାଧ୍ୟମରେ ନିଶ୍ୱାସ ପ୍ରଶ୍ୱାସ ନେବାକୁ ଡ଼ାକ୍ତର ପରାମର୍ଶ କରିଛନ୍ତି।  ଏହି ରୋଗ ପାଇଁ ଲାଥେଶାଙ୍କ ଶାରୀରିକ ବୃଦ୍ଧି ମଧ୍ୟ ହେଇପାରୁନି।  ଏବେବି ସେ ଛୋଟ ପିଲା ପରି ଦେଖାଯାଇଛନ୍ତି। ସେପଟେ ଲାଥେଶାଙ୍କ ଏପରି ଅବସ୍ଥା ପାଇଁ ତାଙ୍କ ସ୍କୁଲ୍‌ ବ୍ୟାଗଠୁ ଆରମ୍ଭ କରି ତାଙ୍କ ସମସ୍ତ ଦାୟିତ୍ୱ ନେଇଛନ୍ତି ତାଙ୍କ ବାପା। ଗତ ରବିବାର ଦିନ ସେ ଅକ୍ସିଜେନ ସିଲିଣ୍ଡର ଲଗାଇ ପ୍ରଲିମିନାରୀ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଦେଇଛନ୍ତି। ତେବେ ଅକ୍ସିଜେନ୍‌ ସିଲିଣ୍ଡର ଯୋଗାଇ ଦେଇଥିବାରୁ କୋଟାୟାମ୍‌ ଜିଲ୍ଲା କଲେକ୍ଟରଙ୍କୁ ଲାଥେଶାଙ୍କ ବାପା ଧନ୍ୟବାଦ ଜଣାଇଛନ୍ତି।

ସେପଟେ ଅକ୍ସିଜେନ ସିଲିଣ୍ଡର ଲଗାଇ ଏକ ହ୍ୱିଲ ଚେୟାରେ ପରୀକ୍ଷା ଦେବାପରେ ଲାଥେଶା କହିଛନ୍ତି କି, ଦୀର୍ଘ କିଛି ବର୍ଷ ହେବ ସେ ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଉଥିଲେ । ଆଉ ଏଭଳି ସୁଯୋଗକୁ ସେ ହାତଛଡ଼ା କରିବାକୁ ଚାହୁଁନଥିଲେ । ତେଣୁ ଯେତେ କଷ୍ଟ ହେଲେ ମଧ୍ୟ ସେ ପରୀକ୍ଷା ଦେବାକୁ ନିଷ୍ପତି ନେଇଥିଲେ । ଏବଂ ତାଙ୍କ ଦୃଢ଼ ବିଶ୍ୱାସ ସେ ଏଥିରେ କୃତକାର୍ଯ୍ୟ ହେବେ।

Advertisment