ସୁଟ୍‌କେସ୍‌ରୁ ହଲୱା, ଏମିତି ଆମ ବଜେଟ୍‌ର କାହାଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋଦି ସରକାର ତାଙ୍କ କାର୍ଯ୍ୟକାଳରେ ଆଜି ସଂସଦରେ ଶେଷ ବଜେଟ୍‌ ଉପସ୍ଥାପନା କରୁଛନ୍ତି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅନେକ ଆଶା ଆକାକ୍ଷାଂ ରହିଛି। ବିତ୍ତିୟ ସୁଧାର ଓ ବ୍ୟୟବରାଦ୍‌ ପାଇଁ କ’ଣ ରହିଛି ବ୍ୟବସ୍ଥା ଏ ବାବଦରେ ଲୋକେ ଅବଗତ ହେବେ। ଆପଣ କେବେ ଭାବିଛନ୍ତି, ଗୃହକୁ ବଜେଟ୍‌ ଆସିବା ବେଳେ ଗୋଟିଏ ସୁଟୁକେସ୍‌ରେ କାହିଁକି ଅଣାଯାଏ ବଜେଟ୍‌ ବହି, କ’ଣ ପାଇଁ ଏକ ନିର୍ଦ୍ଧିଷ୍ଟ ପୋଷାକରେ ଉଭା ହୁଅନ୍ତି ବିତ୍ତମନ୍ତ୍ରୀ, […]

6

6

Mihir Pattnayak
  • Published: Friday, 01 February 2019
  • Updated: 01 February 2019, 01:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋଦି ସରକାର ତାଙ୍କ କାର୍ଯ୍ୟକାଳରେ ଆଜି ସଂସଦରେ ଶେଷ ବଜେଟ୍‌ ଉପସ୍ଥାପନା କରୁଛନ୍ତି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅନେକ ଆଶା ଆକାକ୍ଷାଂ ରହିଛି। ବିତ୍ତିୟ ସୁଧାର ଓ ବ୍ୟୟବରାଦ୍‌ ପାଇଁ କ’ଣ ରହିଛି ବ୍ୟବସ୍ଥା ଏ ବାବଦରେ ଲୋକେ ଅବଗତ ହେବେ।

ଆପଣ କେବେ ଭାବିଛନ୍ତି, ଗୃହକୁ ବଜେଟ୍‌ ଆସିବା ବେଳେ ଗୋଟିଏ ସୁଟୁକେସ୍‌ରେ କାହିଁକି ଅଣାଯାଏ ବଜେଟ୍‌ ବହି, କ’ଣ ପାଇଁ ଏକ ନିର୍ଦ୍ଧିଷ୍ଟ ପୋଷାକରେ ଉଭା ହୁଅନ୍ତି ବିତ୍ତମନ୍ତ୍ରୀ, ଏମିତି ଅନେକ କିଛି। ବଜେଟ୍‌ ସମୟରେ ଗଣମାଧ୍ୟମରେ ପ୍ରତିବର୍ଷ ଏମିତି କିଛି ନିର୍ଦ୍ଧିଷ୍ଟ ଶଦ୍ଦ ଓ ଏମିତି କିଛି ପରମ୍ପରାର ସମ୍ପର୍କରେ ଶୁଣିବାକୁ ମିଳେ। ଯାହା ଶୁଣିବାରେ ଆପଣ ଅଭ୍ୟସ୍ତ ହୋଇ ପଡିବେଣି। ହେଲେ ଜାଣିଛନ୍ତି, କ’ଣ ସେ ଶବ୍ଦଗୁଡିକ ଅର୍ଥ। କ’ଣ ପାଇଁ ଏମିତି ନିର୍ଦ୍ଧିଷ୍ଟ କାର୍ଯ୍ୟ ନିର୍ଘଣ୍ଟ କରାଯାଇଥାଏ।

ତା ହେଲେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ଟାଇମ୍‌ ଟେବୁଲ୍‌: କେନ୍ଦ୍ରୀୟ ବଜେଟ୍‌ ତିଆରି କରିବା ପାଇଁ ପାଖାପାଖି ୫ରୁ ୭ମାସ ସମୟ ଲାଗିଥାଏ। ପୂର୍ବରୁ ବଜେଟ୍‌କୁ ଫେବ୍ରୁୟାରୀର ଶେଷ କାର୍ଯ୍ୟ ଦିବସରେ ଉପସ୍ଥାପନା କରାଯାଉଥିଲା। କିନ୍ତୁ ୨୦୧୭ରେ ଅରୁଣ ଜେଟ୍‌ଲି ଏହି ସମୟକୁ ବଦଳାଇ ୧ ଫେବୃଆରୀ କରିଥିଲେ। ଏହା ପରଠାରୁ ୧ ଫେବୃଆରୀରେ ବଜେଟ୍‌ ଉପସ୍ଥାପନା କରାଯାଉଛି।
ବ୍ଲୁ ସିଟ୍‌: ଏକ ନୀଳ ରଙ୍ଗର କାଗଜରେ ବଜେଟ୍‌ର ସମସ୍ତ ମୁଖ୍ୟ ଦସ୍ତାବିଜକୁ ଲେଖା ଯାଇଥାଏ। ଏହାକୁ ଅର୍ଥ ମନ୍ତ୍ରୀଙ୍କ ହାତରେ ଦିଆଯାଇଥାଏ। ଏହି ନୀଳ କାଗଜକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଥାଏ। ଏପରିକି ଅର୍ଥ ମନ୍ତ୍ରୀଙ୍କୁ ମଧ୍ୟ ଏହି କାଗଜ ସ୍ୱତନ୍ତ୍ର ଭାବେ ରଖିବା ପାଇଁ ଅନୁମତି ଦିଆଯାଏ ନାହିଁ।
ସମୟରେ ପରିବର୍ତ୍ତନ: ୧୯୯୯ ମସିହା ପର୍ଯ୍ୟନ୍ତ କେନ୍ଦ୍ରୀୟ ବଜେଟ୍‌ ସଂନ୍ଧ୍ୟା ୫ଟାରେ ଉପସ୍ଥାପନା କରାଯାଉଥିଲା। କିନ୍ତୁ ୨୦୦୧ରୁ ତତ୍କାଳୀନ ଅର୍ଥ ମନ୍ତ୍ରୀ ଯଶବନ୍ତ ସିହ୍ନା ପୁରୁଣା ପରମ୍ପରାକୁ ବଦଳାଇ ପ୍ରଥମ ଥର ପାଇଁ ସକାଳ ୧୧ଟାରେ ବଜେଟ୍‌ ଉପସ୍ଥାପନା କରିଥିଲେ। ଏହା ପରଠାରୁ ଏହି ପରମ୍ପରା ଚାଲି ଆସୁଛି ଏବଂ ୧୧ଟାରେ ସଂସଦରେ ବଜେଟ୍‌ ଉପସ୍ଥାପନା କରାଯାଉଛି।
ଲମ୍ୱା ଓ ଛୋଟ ଭାଷଣ: ବଜେଟ୍‌ ଘୋଷଣା ସମୟରେ ସାଧାରଣତଃ ଭାଷଣ ପାଖାପାଖି ୧ ଘଣ୍ଟା ରହିଥାଏ। କିନ୍ତୁ ୧୯୯୧ ମସିହାରେ ମନମୋହନ ସିଂହ ସବୁଠାରୁ ଲମ୍ୱା ଭାଷଣ ୧୮ ହଜାର ୬୫୦ ଶବ୍ଦରେ ଦେଇଥିଲେ। ଏହାପରେ ଅରୁଣ ଜେଟ୍‌ଲୀ ଗତବର୍ଷ ୧୮ ହଜାର ୬୦୪ ଶବ୍ଦରେ ଭାଷଣ ଦେଇଥିଲେ। ତେବେ ବଜେଟ୍‌ ଉପସ୍ଥାପନାରେ ସବୁଠାରୁ ଛୋଟ ଭାଷଣ ୧୯୭୭ ମସିହାରେ ଅର୍ଥ ମନ୍ତ୍ରୀ ହିରୁଭାଇ ଏମ୍‌.ପଟେଲ୍‌ ଦେଇଥିଲେ। ତାଙ୍କ ଭାଷଣର ଶବ୍ଦ ସଂଖ୍ୟା ଥିଲା ୮୦୦।
ସିକ୍ରେଟ୍‌ ଫାଇଲ୍‌: ବଜେଟ୍‌ ଉପସ୍ଥାପନ ସମୟରେ କୌଣସି ତଥ୍ୟ ଯେପରି ଲିକ୍‌ ନ ହୁଏ, ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପଡ଼ିଥାଏ। ଫୋନ୍‌ ଓ କମ୍ପ୍ୟୁଟର୍‌ର ଟାଇପିଙ୍ଗ୍‌, ହାଇ-ଟେକ୍‌ ସର୍ଭିଲାନ୍ସ, ଇଲେକ୍‌ଟ୍ରୋନିକ୍‌ ବଗସ୍‌ ପାଇଁ ସ୍ୱିପ୍‌, ହିଡେନ୍‌ କ୍ୟାମେରା, ଜାମର୍‌ ଓ ସ୍କାନର୍‌ ସମସ୍ତ ଜିନିଷ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ।
ସ୍ୱିଟ୍‌ ସେରିମନୀ ବା ହାଲୱା ସେରିମନୀ : ବଜେଟ୍‌ ଉପସ୍ଥାପନା କରିବା ପୂର୍ବରୁ ସରକାର ଏକ ହଲ୍‌ୱା ଉତ୍ସବର ଆୟୋଜନ କରିଥାନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ବଜେଟ୍‌ ତଥ୍ୟ ଛପା କାର୍ଯ୍ୟ ୧ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥାଏ। ଯାହାର ଅନ୍ତିମ ଦିବସକୁ ହଲୱା ଦିବସ ଭାବେ ପାଳନ କରାଯାଇଥାଏ। ଏହି ହଲ୍‌ୱା ପାଖାପାଖି ୧୦୦ ଅଧିକାରୀ ଓ କର୍ମଚାରୀଙ୍କୁ ବଣ୍ଟା ଯାଇଥାଏ।
ମିଳେନାହିଁ ବାହାରକୁ ଯିବାକୁ ଅନୁମତି : ବଜେଟ୍‌ ଉପସ୍ଥାପନା ସମୟରେ କର୍ମଚାରୀଙ୍କୁ ସଂସଦର ନର୍ଥ ବ୍ଲକ୍‌ରେ ଲକ୍‌ କରିଦିଆ ଯାଇଥାଏ। ସେହି ସମୟରେ କର୍ମଚାରୀ ସଂସଦ ପରିସରକୁ ଛାଡ଼ି ଯାଇପାରିବେ ନାହଁ। ଏପରିକି ପରିବାର କିମ୍ୱା ସାଙ୍ଗ ସମ୍ପର୍କୀୟଙ୍କ ସହିତ କଥା ହେବାକୁ ମଧ୍ୟ ଅନୁମତି ନ ଥାଏ। ସେହିପରି ଖାଦ୍ୟ ଖାଇବା ପୂର୍ବରୁ ଏହାର ନମୁନା ମଧ୍ୟ ପରୀକ୍ଷା କରାଯାଇଥାଏ। କେହି ଅସୁସ୍ଥ ହୋଇପଡିଲେ ତାଙ୍କର ଚିକିତ୍ସା ପାଇଁ  ସ୍ୱତନ୍ତ୍ର ଡାକ୍ତର ଉପସ୍ଥିତ ରହିଥାନ୍ତି। ଯଦି କୌଣସି କର୍ମଚାରୀଙ୍କୁ ଗମ୍ଭୀର ପରିସ୍ଥିତିରେ ବାହାରକୁ ଯିବାକୁ ଜରୁରୀ ପଡ଼େ, ତେବେ ସେ ପୁଲିସ୍‌ ଓ ଖୁଫିଆ ଅଧିକାରୀ ତାଙ୍କ ସହିତ ରହିଥାନ୍ତି।
ସୁଟ୍‌କେସ୍‌ର କାହାଣୀ: ଆପଣ ଦେଖିଥିବେ ଯେବେ ବି ଅର୍ଥ ମନ୍ତ୍ରୀ ବଜେଟ୍‌ ଉପସ୍ଥାପନା କରିବାକୁ ଆସନ୍ତି, ତାଙ୍କ ହାତରେ ଏକ ସୁଟ୍‌କେସ୍‌ ରହିଥାଏ। ଏହି ସୁଟ୍‌କେସ୍‌ ସହିତ ଫଟୋ ମଧ୍ୟ ଉଠାଯାଇଥାଏ। ଏହି ସୁଟ୍‌କେସ୍‌ର ଏକ କାହାଣୀ ରହିଛି। ୧୮୬୦ ମସିହାରେ ବ୍ରିଟେନ୍‌ର ‘Chancellor of the Exchequer Chief ' ବିଲିୟମ୍‌ ଏବର୍ଟ ଗ୍ଲାଡ୍‌ଷ୍ଟୋନ୍‌ (William Evert Gladstone) ଫାଇନାନ୍‌ସିଆଲ୍‌ ପେପର୍‌ ବଣ୍ଡଲ୍‌କୁ ଏକ ଲେଦର୍‌ ବ୍ୟାଗ୍‌ରେ ଆଣିଥିଲେ। ସେହିଦିନଠାରୁ ବଜେଟ୍‌କୁ ଲେଦର୍‌ ସୁଟକେସ୍‌ରେ ଆଣିବାର ପରମ୍ପରା ଆରମ୍ଭ ହୋଇଛି। ଆମେରିକା ଅର୍ଥ ମନ୍ତ୍ରୀ ଲାଲ୍‌ ରଙ୍ଗର ସୁଟ୍‌କେସ୍‌ ବ୍ୟବହାର କରିଥାନ୍ତି। ସେହିପରି ପୂର୍ବ ଅର୍ଥ ମନ୍ତ୍ରୀ ଯଶୋବନ୍ତ ସିହ୍ନାଙ୍କର Buckle strap ଲେଦର୍‌ ସୁଟ୍‌କେସ୍‌ ଓ ପ୍ରଣବ ମୁଖାର୍ଜୀଙ୍କର ରେଡ୍‌ ବେଲ୍‌ଭେଟ୍‌ର ସୁଟ୍‌କେସ୍‌ ବ୍ୟବହାର କରିଥିଲେ।
ପ୍ରସିଦ୍ଧ କୋଟସ୍‌: ଅର୍ଥ ମନ୍ତ୍ରୀ ସର୍ବଦା ବଜେଟ୍‌ ଉପସ୍ଥାପନା ସମୟରେ ଭାଷଣରେ ପ୍ରସିଦ୍ଧ ଲୋକଙ୍କ ବିଚାର ବିଷୟରେ କହିଥାନ୍ତି। ଯେପରି ମନମୋହନ ସିଂହ ରବିନ୍ଦ୍ରନାଥ ଟାଗୋର ଏବଂ ବିକ୍ଟର୍‌ ହୟୁଗୋଙ୍କ ବିଚାର  ବିଷୟରେ କହିଥିଲେ। ସେହିପରି ଅରୁଣ ଜେଟ୍‌ଲୀ ଓ ପି. ଚିଦାମ୍ୱରମ୍‌ ବିବେକାନନ୍ଦ ଓ ତିରୁବଲ୍ଲୁବର୍‌ଙ୍କ ବିଚାର କଥା କହିଥିଲେ। ପ୍ରଣବ ମୁଖାର୍ଜୀ ଅର୍ଥ ମନ୍ତ୍ରୀ ଥିବା ସମୟରେ କୌଟିଲ୍ୟ ଓ ସେକ୍ସପିୟର୍‌ଙ୍କ ବିଚାର ବିଷୟରେ କହିଥିଲେ।
ଅର୍ଥ ମନ୍ତ୍ରୀଙ୍କ ଡ୍ରେସ୍‌ : ବଜେଟ୍‌ ଉପସ୍ଥାପନା ସମୟରେ ସମସ୍ତ ଅର୍ଥ ମନ୍ତ୍ରୀ ତାଙ୍କର ସିଗ୍‌ନେଚର୍‌ ଡ୍ରେସ୍‌ କୋର୍ଡ ପିନ୍ଧିବାକୁ ପସନ୍ଦ କରିଥାନ୍ତି। ସ୍ୱତନ୍ତ୍ର ଭାରତର ପ୍ରଥମ ଅର୍ଥ ମନ୍ତ୍ରୀ ଶନମୁଖମ୍‌ ସେଟ୍ଟି ଧୋତିକୁର୍ତ୍ତା ଓ ଗାନ୍ଧି ଟୋପି ପିନ୍ଧି ବଜେଟ୍‌ ଉପସ୍ଥାପନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story