ପାକିସ୍ତାନରୁ ଆସି ପଦ୍ମଭୂଷଣ ପାଇଥିବା ଏହି ବ୍ୟକ୍ତିଙ୍କୁ ଆପଣ ଜାଣନ୍ତି କି ? 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଷ୍ଠା ଆଉ ଅଧ୍ୟବସାୟ ମଣିଷକୁ ସଫଳ କରେ। ଆପ୍ତବାକ୍ୟଟି କେବେହେଲେ ମିଛ ହୋଇ ନ ପାରେ। କଥାଟିର ଯଥାର୍ଥତା ଆପଣ ଅନେକ କ୍ଷେତ୍ରରେ ଦେଖିଥିବେ। ଅନେକ ସଫଳ ବ୍ୟକ୍ତିତ୍ୱଙ୍କ କଥା ମଧ୍ୟ ଶୁଣିଥିବେ। ସେମିତି ଜଣେ ବ୍ୟକ୍ତିଙ୍କ କଥା ଆମେ ଆଜି ଆପଣଙ୍କୁ କହିବୁ। ଘରେ ଟିଭି ଦେଖିଲା ବେଳେ ଆପଣଙ୍କ କାନରେ କେବେ ନା କେବେ ପଡିଥିବ ଏହି ବିଜ୍ଞାପନଟି। ଯେଉଁଥିରେ ଜଣେ ପଗଡ଼ି ବାନ୍ଧିଥିବା ମୋଟା ନିଶ ରଖିଥିବା ବୃଦ୍ଧଙ୍କୁ […]

34

34

Mihir Pattnayak
  • Published: Wednesday, 30 January 2019
  • Updated: 30 January 2019, 10:06 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଷ୍ଠା ଆଉ ଅଧ୍ୟବସାୟ ମଣିଷକୁ ସଫଳ କରେ। ଆପ୍ତବାକ୍ୟଟି କେବେହେଲେ ମିଛ ହୋଇ ନ ପାରେ। କଥାଟିର ଯଥାର୍ଥତା ଆପଣ ଅନେକ କ୍ଷେତ୍ରରେ ଦେଖିଥିବେ। ଅନେକ ସଫଳ ବ୍ୟକ୍ତିତ୍ୱଙ୍କ କଥା ମଧ୍ୟ ଶୁଣିଥିବେ। ସେମିତି ଜଣେ ବ୍ୟକ୍ତିଙ୍କ କଥା ଆମେ ଆଜି ଆପଣଙ୍କୁ କହିବୁ।

ଘରେ ଟିଭି ଦେଖିଲା ବେଳେ ଆପଣଙ୍କ କାନରେ କେବେ ନା କେବେ ପଡିଥିବ ଏହି ବିଜ୍ଞାପନଟି। ଯେଉଁଥିରେ ଜଣେ ପଗଡ଼ି ବାନ୍ଧିଥିବା ମୋଟା ନିଶ ରଖିଥିବା ବୃଦ୍ଧଙ୍କୁ ଆପଣ ଦେଖିଥିବେ। ଆମେ କହୁଛୁ MDH ମସାଲା ବିଜ୍ଞାପନ କଥା। ଜାଣିଛନ୍ତି ସେହି ବ୍ୟକ୍ତି ଜଣକ କିଏ ?

ବାସ୍ତବରେ ସେ ହିଁ ହେଉଛନ୍ତି MDH କମ୍ପାନୀର ମାଲିକ। ଯାହାଙ୍କ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣନ୍ତି।

ଇତିମଧ୍ୟରେ MDH ମସଲାର ବିଜ୍ଞାପନ ଚେହେରା ସାଜିଥିବା ଏହି ବ୍ୟକ୍ତିଙ୍କୁ ମିଳିଛି ପଦ୍ମଭୂଷଣ ସମ୍ମାନ। ସେ ହେଉଛି MDH ମସଲା କମ୍ପାନୀର ମାଲିକ ମହାଶୟ ଧରମପାଲ୍‌ ଗୁଲାଟୀ। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗୁଲାଟି ପାକିସ୍ତାନରୁ ଆସି ଭାରତରେ ବ୍ୟବସାୟ କରିଥିଲେ ଓ ସଫଳ ବ୍ୟବସାୟୀ ତାଲିକାର ନିଜ ନାଁ ଲିପିବଦ୍ଧ ମଧ୍ୟ କରିଥିଲେ। ମାତ୍ର ୧୫୦୦ ଟଙ୍କାରୁ ବ୍ୟବସାୟ ଆରମ୍ଭ କରିଥିବା ଏହି ସଫଳ ବ୍ୟବସାୟୀଙ୍କ ବିଷୟରେ ଅଧିକ କିଛି ଜାଣିବା ଆସନ୍ତୁ।

ପାକିସ୍ତାନରୁ ଆସି ଭାରତରେ ସଫଳ

ଭାରତରେ ଘରେ ଘରେ ପରିଚିତ ଗୁଲାଟିଙ୍କୁ ଏହି ସଫଳତା ଏତେ ସହଜରେ ମିଳିନାହିଁ । ସେଥିପାଇଁ ତାଙ୍କୁ ଖୁବ୍‌ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ପାକିସ୍ତାନ୍‌ରୁ ଭାରତକୁ ଆସି ଏଠାରେ ଏତେ ବଡ଼ ମସଲା କମ୍ପାନୀର ମାଲିକ ହେବା ଧରମ୍‌ପାଲଙ୍କ ପାଇଁ ନିଶ୍ଚିତ ଗୌରବର ବିଷୟ।

ଧରମପାଲ୍‌ଙ୍କ ବାପା ଚୁନୀଲାଲ୍‌ ପାକିସ୍ତାନ୍‌ର ସିଆଲ୍‌କୋର୍ଟରେ ଏକ ଛୋଟ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ। ୧୯୨୩, ମାର୍ଚ୍ଚ ୨୭ରେ ପାକିସ୍ତାନ୍‌ର ସିଆଲ୍‌କୋର୍ଟରେ ଜନ୍ମ ଗ୍ରହଣ କରିଥିଲେ ଧରମପାଲ୍‌। ଘରେ ଥିଲେ ମା’ ଚନନ୍ଦ ଦେବୀ। ସେ ଜଣେ ଧାର୍ମିକ ମହିଳା ଥିଲେ।

ଧରମ୍‌ପାଲଙ୍କୁ ମିଶାଇ ଦୁଇ ଭାଇ, ୫ ଭଉଣୀ ଥିଲେ। ପିଲାଟିବେଳୁ ପାଠ ପଢ଼ା ପ୍ରତି ଆଗ୍ରହ ଦେଖାଉ ନ ଥିବା ଧରମପାଲ୍‌ ୧୯୩୩ରେ ପଞ୍ଚମ ଶ୍ରେଣୀରେ ଫେଲ୍‌ ହେବା ପରେ ପାଠ ପଢ଼ାରେ ଡୋର ବନ୍ଧାହେଲା।

୧୯୪୭ ମସିହାରେ ଦେଶ ବିଭାଜନ ପରେ ଧରମପାଲ୍‌ ଗୁଲାଟିଙ୍କ ପରିବାର ରୋଜଗାର ଅନ୍ୱେଷଣରେ ପାକିସ୍ତାନ୍‌ରୁ ଦିଲ୍ଲୀ ଚାଲି ଆସିଥିଲେ। ଦିଲ୍ଲୀରେ ପହଞ୍ଚିବା ପରେ ଦି’ ଓଳି ଖାଇବା ପାଇଁ ଧରମ୍‌ପାଲ ଘୋଡ଼ାଗାଡ଼ି ଚଳାଇବା ଆରମ୍ଭ କରିଥିଲେ।

ବାପାଙ୍କଠାରୁ ଆଣିଥିବା ୧୫୦୦ ଟଙ୍କାରୁ ୬୫୦ ଟଙ୍କା ଦେଇ ସେ ଘୋଡ଼ା ଗାଡ଼ି କିଣିଥିଲେ ଆଉ ଦିଲ୍ଲୀ ଷ୍ଟେସନ୍‌ରେ ଯାତ୍ରୀ ପରିବହନ କାର୍ଯ୍ୟରେ ଲଗାଇଥିଲେ।

ତା’ପରେ ଅନେକ ବ୍ୟବସାୟ କରିଥିଲେ ଧରମପାଲ୍‌। କିନ୍ତୁ ପାକିସ୍ତାନରୁ ଦିଲ୍ଲୀ ଆସି ଘୋଡ଼ା ଚଲେଇବା ଓ ଅନ୍ୟ ସବୁ ବ୍ୟବସାୟ ବୋଧେ ନିୟତିକୁ ମଞ୍ଜୁର ନ ଥିଲା। ସେଥିପାଇଁ ସେ ଘୋଡ଼ା ଗାଡ଼ି ନିଜ ଭାଇକୁ ଦେଇ ଓ ଅନ୍ୟ ସବୁ ବ୍ୟବସାୟ ଛାଡ଼ି କରୋଲା ବାଗ୍‌ର ଅଜ୍‌ମଲ୍‌ ଖାଁ ରୋଡ୍‌ରେ ୧୯୪୮ ମସିହାରେ ମସଲା ଆଣି ବିକ୍ରି ଆରମ୍ଭ କରିଦେଲେ। ଆଉ ଗୁଲାଟିଙ୍କ ମସଲା ଲୋକଙ୍କୁ ଏତେ ପସନ୍ଦ ଆସିଗଲା ଯେ ୬୦ ଦଶକରେ  ପାଲ ତଳେ ଆରମ୍ଭ ହୋଇଥିବା ଏହି ଦୋକାନ ଦିଲ୍ଲୀର ପ୍ରତିଷ୍ଠିତ ଦୋକାନ ଭାବେ ଠିଆ ହେଲା। ଏହାପରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବ୍ୟବସାୟ ଆରମ୍ଭ କରିଥିଲେ ଧରମପାଲ୍‌ ଗୁଲାଟି।

୧୯୫୯ ମସିହାରେ ଦିଲ୍ଲୀର କିର୍ତ୍ତୀ ନଗରରେ  ପ୍ରଥମେ ମସଲା ପ୍ରସ୍ତୁତି ପାଇଁ ଫ୍ୟାକ୍ଟ୍ରି ପାନିର୍ମାଣ କରିଥିଲେ ସେ।  ସମୟ କ୍ରମେ ଏହା ଏବେ ପୂରା ବିଶ୍ୱରେ ଏମ୍‌ଡିଏଚ୍‌ ବ୍ରାଣ୍ଡ୍‌ ଭାବେ ଉଭା ହୋଇଛି।

ଧରମପାଲ୍‌ ନିଜେ ଏମ୍‌ଡିଏ ଏଚ୍‌ କମ୍ପାନୀର ସିଇଓ ଭାବେ କାର୍ଯ୍ୟ କରିଥିଲେ। ଆଉ ସବୁଠୁ ବଡ଼ କଥା ହେଲା ତାଙ୍କର ଦରମା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

୨୦୧୮ରେ ଧରମପାଲ୍‌ ଗୁଲାଟିଙ୍କ ଦରମା ବାର୍ଷିକ ୨୫ କୋଟି ଥିଲା। ଯାହା କଞ୍ଜ୍ୟୁମର ପ୍ରଡକ୍ଟ ନିର୍ମାଣ କରୁଥିବା କମ୍ପାନୀଗୁଡ଼ିକର ସିଇଓଙ୍କ ଦରମା ମଧ୍ୟରେ ସର୍ବାଧିକ। ଏବେ ମଧ୍ୟ କମ୍ପାନୀର ୮୦ ପ୍ରତିଶତ ଶେଆର ଗୁଲାଟିଙ୍କ ନାଁରେ ରହିଛି। ଆଉ ନିଜ ଦରମାର ୯୦ ପ୍ରତିଶତ ଟଙ୍କା ସେ ବିଭିନ୍ନ ଚାରିଟି ଶୋ’କୁ ଦାନ କରିଛନ୍ତି।

ସେ ସର୍ବଦା ଧାର୍ମିକ କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହୁଥିଲେ। ନଭେମ୍ବର ୧୯୭୫ରେ ସୁଭାଷନଗର ନୂଆ ଦିଲ୍ଲୀରେ ଏକ ହସ୍ପିଟାଲ୍‌ ମଧ୍ୟ ଖୋଲିଥିଲେ।  ତା’ପରେ ଆହୁରି ଅନେକ ହସ୍ପିଟାଲ୍‌ ଓ ସ୍କୁଲ୍‌ ମଧ୍ୟ ସେ ଖୋଲିଛନ୍ତି।

ବିଜ୍ଞାପନ ଜଗତକୁ ଆସିଲେ କେମିତି

ବିଜ୍ଞାପନ ଜଗତକୁ ଆସିବା ପଛରେ ମଧ୍ୟ ଏକ ବଡ଼ କାହାଣୀ ରହିଛି। ଯେତେବେଳେ ଏମ୍‌ଡିଏଚ୍‌ର ବିଜ୍ଞାପନ ଫିଲ୍ମ ଶୁଟିଂ ଚାଲିଥିଲା  ଠିକ୍‌ ସେତିକି ବେଳେ ଧରମପାଲ୍‌ ଚରିତ୍ରରେ ଅଭିନୟ କରିବାକୁ ଜଣେ କଳାକାରଙ୍କୁ କୁହାଯାଇଥିଲା। କିନ୍ତୁ କୌଣସି କାରଣ ବଶତଃ ଉକ୍ତ କଳାକାର ଶୁଟିଂ କରିବାକୁ ଆସି ନ ପାରିବାରୁ ଧରମପାଲ୍‌ ସେହି ଚରିତ୍ରରେ ଅଭିନୟ କରିବାକୁ ନିର୍ଦ୍ଦେଶକ କହିଥିଲେ । ଧରମପାଲ୍‌ ମଧ୍ୟ ସେଥିରେ ଅଭିନୟ କରିବାକୁ ରାଜି ହୋଇଯାଇଥିଲେ। ଉକ୍ତ ବିଜ୍ଞାପନ ମାଧ୍ୟମରେ MDHମସଲାକୁ ଭାରତର ଘରେ ଘରେ ପହଞ୍ଚାଇଥିଲେ। ଆଉ ଏବେ ୯୫ ବର୍ଷ ବୟସରେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଧରମପାଲ୍‌ଙ୍କୁ ପଦ୍ମଭୂଷଣ ଦେଇ ସମ୍ମାନିତ କରିଛନ୍ତି ଭାରତ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story