ଲକ୍‌ଡାଉନ୍‌ରେ ରାସ୍ତା ନିର୍ମାଣ କଲେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ କେମିତି କଟିଲା ପଚାରିଲେ ଆପଣଙ୍କ ଉତ୍ତର ବୋଧେ ବେଶି ଭଲ ନୁହଁ ଆସିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଲକ୍‌ଡାଉନ୍‌ ନିୟମ ଏବେ ଟିକେ କୋହଳ ହେଇଛି। ହେଲେ ଲକ୍‌ଡାଉନ୍‌ ସମୟକୁ କେମିତି ଠିକ୍‌ ଭାବେ ନିୟୋଜିତ କରିହେବ ସେ ବିଷୟରେ ଚିନ୍ତା କରି ଗାଁରେ ରାସ୍ତା ନିର୍ମାଣ କରିଛନ୍ତି ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ନିଜ ସଞ୍ଚିତ ରାଶିରୁ ୯୦ଲକ୍ଷ ଖର୍ଚ୍ଚ କରି ସେ ଏହି ନିଆରା କାମ […]

roaD

roaD

Biswobandita Swain
  • Published: Friday, 07 August 2020
  • Updated: 07 August 2020, 03:42 PM IST

Sports

Latest News

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ କେମିତି କଟିଲା ପଚାରିଲେ ଆପଣଙ୍କ ଉତ୍ତର ବୋଧେ ବେଶି ଭଲ ନୁହଁ ଆସିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଲକ୍‌ଡାଉନ୍‌ ନିୟମ ଏବେ ଟିକେ କୋହଳ ହେଇଛି। ହେଲେ ଲକ୍‌ଡାଉନ୍‌ ସମୟକୁ କେମିତି ଠିକ୍‌ ଭାବେ ନିୟୋଜିତ କରିହେବ ସେ ବିଷୟରେ ଚିନ୍ତା କରି ଗାଁରେ ରାସ୍ତା ନିର୍ମାଣ କରିଛନ୍ତି ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ନିଜ ସଞ୍ଚିତ ରାଶିରୁ ୯୦ଲକ୍ଷ ଖର୍ଚ୍ଚ କରି ସେ ଏହି ନିଆରା କାମ କରିଛନ୍ତି। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି କଟକ ଜଳହରି ଗାଁର ଗୋଲକ ପରିଡା।

ଚେନ୍ନାଇରେ ରହୁଥିଲେ ଗୋଲକ ପରିଡା। ଅଉରମ୍‌ ଜୁଏଲ୍‌ସ ଲିମିଟେଡ୍‌ର ଚେୟାର୍‌ମ୍ୟାନ୍‌ ଏବଂ ହଲ୍‌ମାର୍କିଂ ଆଣ୍ଡ ରେଫିନେରି ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡିଥିବା ଗୋଲକଙ୍କୁ ତାଙ୍କ ଜନ୍ମମାଟି ପାଇଁ କିଛି କରିବାର ଇଚ୍ଛାଥିଲା। ଲକ୍‌ଡାଉନ୍‌ ପୂର୍ବରୁ ସେ ଗାଁକୁ ଆସିଯାଇଥିଲେ। ହଠାତ୍‌ ଲକଡାଉନ୍‌ ହେଇଯିବାରୁ ସେ ଆଉ ଚେନ୍ନାଇ ଫେରିପାରିନଥିଲେ। ତେଣୁ ଘରେ ରହିବା ସମୟରେ ସେ ତାଙ୍କ ଜନ୍ମମାଟି ପାଇଁ କିଛି କରିବାର ସ୍ୱପ୍ନକୁ ପୂରଣ କରିବାକୁ ଚିନ୍ତାକଲେ।

ଏହି ସମୟରେ ସେ ତାଙ୍କ ଗାଁ ଲୋକମାନଙ୍କୁ ନେଇ ୧.୫କିଲୋମିଟରର କଂକ୍ରିଟ୍‌ ରାସ୍ତା ନିର୍ମାଣ କଲେ। ଗାଁ ଗହଳିରେ ରହିଥିବା ଖାଲର ମରାମତି ହେଲା। ରାସ୍ତା କାମ ପିଛା ଗୋଲକ ପାଖାପାଖି ୫୦ଲକ୍ଷଟଙ୍କା ଖର୍ଚ୍ଚ କଲେ।

କେବଳ ରାସ୍ତା ନୁହେଁ ଗାଁରେ ଗୋଟେ ୟୁଥ୍‌ କ୍ଲବ୍‌ ଖଲିଲେ ଏବଂ ଭାଗବତ ଟୁଙ୍ଗିଟେ ମଧ୍ୟ ନିର୍ମାଣ କଲେ। ଏଥିସହ ଗାଁରେ ଗୋଟେ ଲକ୍ଷ୍ମୀ ନାରାୟଣ ମନ୍ଦିର ଆଉ ଗରିବ ଲୋକଙ୍କ ପାଇଁ ଘର ମଧ୍ୟ ଗଢିଲେ। ଆଗକୁ ସେ ଗାଁରେ ଜିମ୍‌, ମଣ୍ଡପ, ବାସ୍କେଟ୍‌ବଲ୍‌ ଏବଂ ବାଡ୍‌ମିଟନ୍‌ କୋଟ୍‌ କରିବାକୁ ମଧ୍ୟ ସ୍ଥିର କରିଛନ୍ତି।

ଗାଁର କିଛି ଲୋକଙ୍କ କହିବା ଅନୁଯାୟୀ, ଗୋଲକ ଗାଁର କିଛି ଲୋକଙ୍କୁ ମେଡିକାଲ୍‌ ଖର୍ଚ୍ଚ ମଧ୍ୟ ବହନ କରିଛନ୍ତି।

ତେବେ ଗୋଲକ ରାସ୍ତା ନିର୍ମାଣଠୁ ଆରମ୍ଭ କରି ଗାଁର ଅନ୍ୟାନ କାମରେ ସହଯୋଗ କରିଥିବା ଗାଁ ପିଲାମାନଙ୍କୁ ମଧ୍ୟ ସେମାନଙ୍କ ପାରିଶ୍ରମିକ ଦେଇଛନ୍ତି।

ସୂଚନାଯୋଗ୍ୟ. ଗୋଲକ ସାଲେପୁର କଲେଜ୍‌ରୁ ସ୍ନାତ୍ତକୋତର ସାରିବା ପରେ କୋଲକତାରେ ଏମ୍‌ବିଏ କରିଥିଲେ। ୧୯୯୯ରେ ସେ ଚେନ୍ନାଇ ଯାଇ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପଢିଥିଲେ ଏବଂ ୨୦୦୩ରୁ ସେ ଏହି ବୃତ୍ତିରେ ଅଛନ୍ତି। ଗୋଲକ ମଧ୍ୟ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ବାହା ହେଇଛନ୍ତି। ତାଙ୍କ ନାଁ ଡିମ୍ପଲ୍‌ ଚୈଧୁରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story