ବନ୍ଦ ହୋଇ ପଡ଼ିଥିଲା; ନିଯୁକ୍ତ ହେଲେ ଡାକ୍ତର, ଲୋକେ ପାଇଲେ ସ୍ୱାସ୍ଥ୍ୟସେବା

ମୋହନା(ମିହିର ଜତି): ସ୍ପେନରେ ଜନ୍ମ ଲାଭ କରିଥିବା ଡାକ୍ତର ଏନେଡିନା ଫସ୍ତିଲା ସମାଜସେବା କରିବାକୁ ଗତ ୧୯୭୧ ମସିହାରେ ଗଜପତି ଜିଲ୍ଲାର ଆଲିଗଣ୍ଡାକୁ ଆସିଥିଲେ। ଆଉ ସେ ଏଠାରେ  ଦୀର୍ଘ ୪୮ ବର୍ଷ ରହିଥିଲେ। ଆଉ ଏହି ସମୟ ମଧ୍ୟରେ ସେ ଏଠାରେ ଦୁଇ ଦୁଇଟି ସ୍କୁଲ ଖୋଲିଥିଲେ। ଏଥିସହ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆଲିଗଣ୍ଡାରେ ୧୯୭୬ ମସିହାରେ ଏକ ‘ନିର୍ମଳା କମ୍ୟୁନିଟି ହେଲଥ ସେଣ୍ଟର’ ଖୋଲି ଅଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଥିଲେ। ହେଲେ ତାଙ୍କୁ ଭାରତର […]

docter

docter

Jyoshna Pradhan
  • Published: Saturday, 25 January 2020
  • Updated: 25 January 2020, 03:33 PM IST

Sports

Latest News

ମୋହନା(ମିହିର ଜତି): ସ୍ପେନରେ ଜନ୍ମ ଲାଭ କରିଥିବା ଡାକ୍ତର ଏନେଡିନା ଫସ୍ତିଲା ସମାଜସେବା କରିବାକୁ ଗତ ୧୯୭୧ ମସିହାରେ ଗଜପତି ଜିଲ୍ଲାର ଆଲିଗଣ୍ଡାକୁ ଆସିଥିଲେ। ଆଉ ସେ ଏଠାରେ  ଦୀର୍ଘ ୪୮ ବର୍ଷ ରହିଥିଲେ। ଆଉ ଏହି ସମୟ ମଧ୍ୟରେ ସେ ଏଠାରେ ଦୁଇ ଦୁଇଟି ସ୍କୁଲ ଖୋଲିଥିଲେ। ଏଥିସହ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆଲିଗଣ୍ଡାରେ ୧୯୭୬ ମସିହାରେ ଏକ ‘ନିର୍ମଳା କମ୍ୟୁନିଟି ହେଲଥ ସେଣ୍ଟର’ ଖୋଲି ଅଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଥିଲେ। ହେଲେ ତାଙ୍କୁ ଭାରତର ନାଗରିକତ୍ୱ ନମିଳିବା ପରେ ୨୦୧୯ ମସିହା, ଅଗଷ୍ଟ ୧୮ ତାରିଖରେ ସେ ଭାରତ ଛାଡି ସ୍ପେନକୁ ଫେରି ଯାଇଥିଲେ। ସେ ଚାଲିଯିବା ପରେ ତାଙ୍କ ଦ୍ୱାରା ପରିଚାଳିତ ହେଉଥିବା ‘କମ୍ୟୁନିଟି ହେଲଥ ସେଣ୍ଟର’ଟି ସଂପୂର୍ଣ୍ଣ ଭାବେ ବନ୍ଦ ହେବା ସହ ସ୍ୱାସ୍ଥ୍ୟ ସେବା ଠପ୍ ହୋଇଯାଇଥିଲା।

ଏମିତିକି ସ୍ୱାସ୍ଥ୍ୟସେବା ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବା ପରେ ହେଲଥ ସେଣ୍ଟରରେ ଡାକ୍ତର ନିଯୁକ୍ତି କରି ପୁଣି ଥରେ ଏହାକୁ ଚାଲୁ କରିବାକୁ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ। ଅଞ୍ଚଳବାସୀଙ୍କ ଅନୁରୋଧକ୍ରମେ ହେଲଥ ସେଣ୍ଟରକୁ ମାଇକ୍ରୋ ହେଲଥ ପ୍ଳାନରେ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲା ପ୍ରଶାସନ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ  ଦେଇଥିଲେ। ଏବେ ହେଲଥ ସେଣ୍ଟରରେ ଡାକ୍ତର ନିଯୁକ୍ତି ହେବା ସହ  ସପ୍ତାହରେ ମଙ୍ଗଳବାର ଓ ଶୁକ୍ରବାର ଦୁଇ ଦିନ ଅଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଏହାସହ ରୋଗୀଙ୍କୁ ମାଗଣାରେ ଔଷଧ ମଧ୍ୟ ଦିଆଯାଉଛି। ତେବେ ପ୍ରଶାସନର ଏଭଳି ପଦକ୍ଷେପକୁ ଅଞ୍ଚଳବାସୀ ବେଶ ଖୁସି ଅନୁଭବ କରିବା ସହ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।

ଏନେଇ ଜଣେ ରୋଗୀ ମିନତୀ ସଭାସୁନ୍ଦର କହିଛନ୍ତି, ”ପୂର୍ବରୁ ଏହି ହେଲଥ୍‌ ସେଣ୍ଟରେ ଜଣେ ସିଷ୍ଟର ଥିଲେ।  ତାଙ୍କ ଚିକିତ୍ସା ଦ୍ୱାରା ଆମେ ଭଲ ହେଉଥିଲୁ। ଏବେ ଦୁଇ ଜଣ ଡାକ୍ତର ଏଠାକୁ ଆସୁଥିବାରୁ ଆମେ ଚିକିତ୍ସା ପାଇଁ ଆସିଛୁ। ସିଷ୍ଟର ଗଲା ପରେ ବହୁ ଅସୁବିଧା ହେଉଥିଲା। ଏବେ ଡାକ୍ତର ଆସିଲା ପରେ ଆମେ ଟିକେ ସୁବିଧା ପାଉଛୁ।’”

ସ୍ଥାନୀୟ ବାସିନ୍ଦା ଆନନ୍ଦ ନାୟକ କହିଛନ୍ତି, “ଆମେ ଆଶା କରୁଛୁ ଆଗାମୀ ଦିନରେ ବି ସପ୍ତାହରେ ସାତ ଦିନ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଗଲେ ନିଶ୍ଚିନ୍ତ ଭାବେ  ଏହି ଅଞ୍ଚଳବାସୀ ଉପକୃତ ହୋଇ ପାରବେ।”

ଆଲିଗଣ୍ଡା ମିଶନ‌ର ଫାଦର ଗଜେନ୍ଦ୍ର ମଲ୍ଳିକ କହିଛନ୍ତି, “ଡାକ୍ତର ଏନେଡିନା ଏଠାରୁ ଗଲା ପରେ ତାଙ୍କ ପରେ ଏହି ହେଲଥ୍‌ ସେଣ୍ଟର ଖାଲି ପଡ଼ିଗଲା। ରୋଗୀମାନେ ହନ୍ତସନ୍ତ ହୋଇଗଲେ। ଏହାପରେ ରୋଗୀମାନଙ୍କ ଅନୁରୋଧ କ୍ରମେ  ସିଷ୍ଟର ଏଲସେ ଏହାର ଦାୟିତ୍ୱ ନେଲେ। ତେବେ ରୋଗୀଙ୍କ ଅସୁବିଧା ଦେଖି ସିଷ୍ଟର ଏଲସେ ଗଜପତି ଜିଲ୍ଲା ପ୍ରଶାସନକୁ ଲିଖିତ ଆକାରରେ ଜଣାଇଥିଲେ। ଆଉ ତାଙ୍କ ଅନୁରୋଧକୁ ପ୍ରଶାସନ ରକ୍ଷା କରି ଗତ ଡିସେମ୍ୱର ୯ ତାରିଖରେ ଦୁଇ ଜଣ ଡାକ୍ତରଙ୍କୁ ଏଠାକୁ ପଠାଇଲେ। ଯଦ୍ୱାରା ଏହି ଅଞ୍ଚଳର ରୋଗୀମାନେ ସୁବିଧାରେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି।”

ଅନ୍ୟପକ୍ଷରେ ଏହି ହେଲଥ୍ ସେଣ୍ଟରରେ ନିଯୁକ୍ତି ହୋଇଥିବା ଡାକ୍ତରମାନେ ରୋଗୀ ସେବା ବ୍ୟତୀତ ଅଞ୍ଚଳରେ  ମ୍ୟାଲେରିଆ, ଡେଙ୍ଗୁ, ଯକ୍ଷ୍ମା ଆଦି ନିରାକରଣ ପାଇଁ ସଚେତନତା  କାର୍ଯ୍ୟକ୍ରମ  କରୁଥିବା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ରାଜକିଶୋର ପଣ୍ଡା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos