Advertisment

ଦେଶର ପ୍ରଥମ ବାଳିକା ସ୍କୁଲ ଖୋଲିଥିବା ଏହି ମହିୟସୀଙ୍କୁ ଆପଣ ଜାଣନ୍ତି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେ ଯେତେବେଳେ ସ୍କୁଲ୍‌ ଯାଉଥିଲେ ଲୋକ ତାଙ୍କୁ ପଥର ମାରୁଥିଲେ। ଆଲିଆ ଆବର୍ଜନା ଫିଙ୍ଗୁଥିଲେ। କାରଣ କ’ଣ ଜାଣନ୍ତି ? କାରଣ ସେ ଜଣେ ମହିଳା ଥିଲେ। ମହିଳାମାନଙ୍କ ପାଠ ପଢାକୁ ଅପରାଧ ଭାବେ ଗ୍ରହଣ କରି ନେଇଥିବା ଆମ ସମାଜ ତାଙ୍କୁ ଏଇଥିପାଇଁ ଘୃଣ୍ୟ ଦୃଷ୍ଟିରେ ଦେଖୁଥିଲା। ହେଲେ ବହୁ ବାଧା ସତ୍ତ୍ୱେ ସେ ପ୍ରତିଷ୍ଠା କରିଥିଲେ ଦେଶର ପ୍ରଥମ ବାଳିକା ବିଦ୍ୟାଳୟ। ଆମେ କହୁଛୁ ଦେଶର ପ୍ରଥମ ମହିଳା ଶିକ୍ଷୟତ୍ରୀ ସାବିତ୍ରୀ […]

author-image
Mihir Pattnayak
ଦେଶର ପ୍ରଥମ ବାଳିକା ସ୍କୁଲ ଖୋଲିଥିବା ଏହି ମହିୟସୀଙ୍କୁ ଆପଣ ଜାଣନ୍ତି କି ?

vt

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେ ଯେତେବେଳେ ସ୍କୁଲ୍‌ ଯାଉଥିଲେ ଲୋକ ତାଙ୍କୁ ପଥର ମାରୁଥିଲେ। ଆଲିଆ ଆବର୍ଜନା ଫିଙ୍ଗୁଥିଲେ। କାରଣ କ’ଣ ଜାଣନ୍ତି ? କାରଣ ସେ ଜଣେ ମହିଳା ଥିଲେ। ମହିଳାମାନଙ୍କ ପାଠ ପଢାକୁ ଅପରାଧ ଭାବେ ଗ୍ରହଣ କରି ନେଇଥିବା ଆମ ସମାଜ ତାଙ୍କୁ ଏଇଥିପାଇଁ ଘୃଣ୍ୟ ଦୃଷ୍ଟିରେ ଦେଖୁଥିଲା।

Advertisment

ହେଲେ ବହୁ ବାଧା ସତ୍ତ୍ୱେ ସେ ପ୍ରତିଷ୍ଠା କରିଥିଲେ ଦେଶର ପ୍ରଥମ ବାଳିକା ବିଦ୍ୟାଳୟ।

ଆମେ କହୁଛୁ ଦେଶର ପ୍ରଥମ ମହିଳା ଶିକ୍ଷୟତ୍ରୀ ସାବିତ୍ରୀ ବାଈ ଜୟୋତିରାୱ ଫୁଲେଙ୍କ କଥା। ଆଜି ଦିନରେ ଅର୍ଥାତ ୧୮୩୧ ମସିହା ଜାନୁୟାରୀ ୩ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ ।

ସେ ପ୍ରଥମ ବାଳିକା ବିଦ୍ୟାଳୟର ପ୍ରଥମ ମହିଳା ପ୍ରିନ୍ସିପାଲ୍‌ ଏବଂ ପ୍ରଥମ କୃଷକ ବିଦ୍ୟାଳୟର ସଂସ୍ଥାପିକା ଥିଲେ। ଭାରତର ସାମାଜିକ ସୁଧାର ଆନ୍ଦୋଳନରେ ସାବିତ୍ରୀବାଈଙ୍କ ଅବଦାନ ଥିଲା ଅତୁଳନୀୟ ।

Advertisment

୧୮୪୦ ମସିହା ଅର୍ଥାତ୍‌ ୯ବର୍ଷ ବୟସରେ ୧୩ବର୍ଷୀୟା ଜୟୋତିରାୱ ଫୁଲେଙ୍କ ସହ ସାବିତ୍ରୀଙ୍କର ବିବାହ କରି ଦିଆଯାଇଥିଲା। ବିବାହ ପରେ ସ୍ୱାମୀଙ୍କ ସହ ମିସି ସାବିତ୍ରୀ ୧୮ଟି ସ୍କୁଲ୍‌ ଖୋଲିଥିଲେ। ୧୮୪୮ରେ ପୁଣେରେ ସେ ପ୍ରଥମ ବାଳିକା ସ୍କୁଲ୍‌ର ସ୍ଥାପନା କରିଥିଲେ। ୧୮ତମ ସ୍କୁଲ୍‌ ମଧ୍ୟ ସେହି ପୁଣେରେ ହିଁ ଥିଲା।

କୁସଂସ୍କାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ସାବିତ୍ରୀ

ଛୁଆଁ-ଅଛୁଆଁ, ସତିଦାହ ପ୍ରଥା, ବାଲ୍ୟ ବିବାହ ଏବଂ ବିଧବା ବିବାହ ବିରୋଧରେ ସେ ସ୍ୱର ଉତ୍ତୋଳନ କରିଥିଲେ। ଏଥିସହ ସେ ଜଣେ ବିଧବା ମହିଳା କାଶିବାଈଙ୍କୁ ନିଜ ଘରେ ପ୍ରସବ କରାଇ ତାଙ୍କ ପୁଅକୁ ନିଜ ପାଖରେ ରଖି ପାଠ ପଢାଇ ଡାକ୍ତର କରିଥିଲେ।

ସାବିତ୍ରୀବାଇ ଫୁଲେଙ୍କ ସ୍ୱାମୀ ୧୮୯୦ରେ ପରଲୋକ ଗମନ କରିଥିଲେ। ସେତେବେଳେ ସାବିତ୍ରୀ ସ୍ୱାମୀଙ୍କ ଇଚ୍ଛାକୁ ପୂରଣ କରିବାକୁ ସଂକଳ୍ପ ନେଇଥିଲେ। ତାଙ୍କ ସ୍ୱାମୀଙ୍କ ଇଚ୍ଛା ଥିଲା ସେ ରୋଗୀଙ୍କ ସେବା କରନ୍ତୁ। ଶେଷରେ ତାହା ହିଁ କରିଥିଲେ ସାବିତ୍ରୀ। ରୋଗୀ ସେବାରେ ବ୍ରତୀ ଏହି ମହିଳା ଜଣକ ୧୮୯୭ ମସିହା ମାର୍ଚ୍ଚ ୧୦ତାରିଖରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ।