କ୍ୟାନ୍‌ସର୍‌ ପୀଡ଼ିତାଙ୍କ ନିଆରା ଇଚ୍ଛା

ନୂଆଦିଲ୍ଲୀ: ସେ ଜାଣିଛନ୍ତି, ମୃତ୍ୟୁ ତାଙ୍କୁ କୋଳେଇ ନେବାକୁ ଧାଇଁ ଆସୁଛି। ତାଙ୍କ ହାତରେ ବୋଧ ହୁଏତ ଆଉ ଅଧିକ ଦିନ ନାହିଁ। ଅଳ୍ପ ଦିନ ପରେ ହୁଏତ ତାଙ୍କୁ ସେଇ ଅଜଣା ରାଇଜକୁ ଫେରିଯିବାକୁ ହେବ। ହେଲେ ଏହା ତାଙ୍କୁ ଭୟଭୀତ କରିପାରିନି କି ଦୁଃଖୀ କରିପାରିନି। ଓଲଟି ତାଙ୍କ ମନରେ ଅଛି ବୋଝେ ଆଶା ଓ ଖାଲି ହାତରେ ନବାହୁଡ଼ିବାର ଜିଦ୍‌। ଧରାପୃଷ୍ଠ ଛାଡ଼ିବା ବେଳକୁ ଭଲ କାର୍ଯ୍ୟର ଆତ୍ମସନ୍ତୋଷ ଓ ଅନ୍ୟମାନଙ୍କ ଭଲ […]

anchal-p

anchal-p

Biswobandita Swain
  • Published: Wednesday, 25 September 2019
  • Updated: 25 September 2019, 04:54 PM IST

Sports

Latest News

ନୂଆଦିଲ୍ଲୀ: ସେ ଜାଣିଛନ୍ତି, ମୃତ୍ୟୁ ତାଙ୍କୁ କୋଳେଇ ନେବାକୁ ଧାଇଁ ଆସୁଛି। ତାଙ୍କ ହାତରେ ବୋଧ ହୁଏତ ଆଉ ଅଧିକ ଦିନ ନାହିଁ। ଅଳ୍ପ ଦିନ ପରେ ହୁଏତ ତାଙ୍କୁ ସେଇ ଅଜଣା ରାଇଜକୁ ଫେରିଯିବାକୁ ହେବ। ହେଲେ ଏହା ତାଙ୍କୁ ଭୟଭୀତ କରିପାରିନି କି ଦୁଃଖୀ କରିପାରିନି। ଓଲଟି ତାଙ୍କ ମନରେ ଅଛି ବୋଝେ ଆଶା ଓ ଖାଲି ହାତରେ ନବାହୁଡ଼ିବାର ଜିଦ୍‌। ଧରାପୃଷ୍ଠ ଛାଡ଼ିବା ବେଳକୁ ଭଲ କାର୍ଯ୍ୟର ଆତ୍ମସନ୍ତୋଷ ଓ ଅନ୍ୟମାନଙ୍କ ଭଲ ପାଇବାକୁ ସେ ନେଇଯିବାକୁ ଚାହାନ୍ତି। ସେଥିପାଇଁ ସେ ପ୍ରତ୍ୟେକ ଦିନ ୨୦୦ରୁ ଅଧିକ ଛୁଆଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ମୃତ୍ୟୁକୁ ପାଖରୁ ଦେଖୁଥିଲେ ବି ନ ଡରି ଜୀବନକୁ ଏମିତି ଢଙ୍ଗରେ ବଞ୍ଚୁଥିବା ଏହି ଯୁବତୀଙ୍କ ନାଁ ଆଞ୍ଚଲ୍ ଶର୍ମା। ସେ ସ୍ତନ କର୍କଟରେ ପୀଡ଼ିତ।

ଆଞ୍ଚଲ୍ ଯେତେବେଳେ ଦିଲ୍ଲୀର ଝୁଗ୍ଗୀ ବସ୍ତିରେ ପହଞ୍ଚି ଯା’ନ୍ତି ସେତେବେଳେ ସେଠାରେ ରହୁଥିବା ପିଲାମାନେ ଖୁସିରେ ତାଙ୍କ ପାଖକୁ ଧାଇଁ ଆସନ୍ତି। ଆଞ୍ଚଲ କହନ୍ତି ଯେ ସେ ଖାଦ୍ୟ ନେଇ ଯା’ନ୍ତି ବୋଲି ପିଲାମାନେ ଖୁସିରେ ତାଙ୍କ ପାଖକୁ ଆସନ୍ତି ନାହିଁ। ସେମାନେ ତାଙ୍କୁ ବହୁତ ଭଲ ପାଆନ୍ତି। ଖାଦ୍ୟ ଅପେକ୍ଷା ସେମାନେ ତାଙ୍କୁ ଦେଖିଲେ ହିଁ ଅଧିକ ଖୁସି ହୁଅନ୍ତି। ବର୍ଷେ ହେଲାଣି ସେ ସେହି ବସ୍ତିର ୨୦୦ରୁ ଅଧିକ ପିଲାଙ୍କୁ ଖାଇବାକୁ ଦେଉଛନ୍ତି।

ଆଞ୍ଚଲଙ୍କର ଜନ୍ମ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ହୋଇଥିଲା। ତାଙ୍କର ଜଣେ ଭାଇ ଓ ଭଉଣୀ ଅଛନ୍ତି। ତାଙ୍କ ବାପା ଜଣେ ଅଟୋ ଚାଳକ ଥିଲେ। ଦିନେ ତାଙ୍କର ଜଣେ ସମ୍ପର୍କୀୟ ତାଙ୍କ ବାପାଙ୍କୁ ସେୟାର ମାର୍କେଟ୍‌ରେ କିଛି ଟଙ୍କା ଲଗାଇବାକୁ କହିଲେ। ତାଙ୍କ ବାପା ସେଥିରେ ରାଜି ହୋଇଯାଇଥିଲେ। ତେବେ ସେ ଟଙ୍କା ବୁଡ଼ିଗଲା। ଏହି କ୍ଷତିକୁ ତାଙ୍କ ବାପା ସହଜରେ ଗ୍ରହଣ କରିପାରିଲେ ନାହିଁ। ଦୁଃଖରେ ସେ ମଦ ପିଇବା ଆରମ୍ଭ କରି ଦେଲେ। ତା’ପରେ ଧୀରେ ଧୀରେ ଘରେ ଆସି ତାଙ୍କ ମା’ଙ୍କ ସହିତ ଝଗଡ଼ା କଲେ ଓ ମାରପିଟ ବି କଲେ। ଆଞ୍ଚଲ୍‌ଙ୍କ ବାପା କାମ କରିବା ବନ୍ଦ କରିଦେବା ପରେ ଶେଷରେ ତାଙ୍କ  ମା’ ଯାଇ ଘର ପାଖ ଏକ କାରଖାନାରେ ଶ୍ରମିକ ଭାବେ କାମ କଲେ।

ଆଞ୍ଚଲଙ୍କ ମା’ ଯେତିକି ରୋଜଗାର କରୁଥିଲେ, ସେଥିରେ ପରିବାର ଲୋକଙ୍କୁ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ମିଳିବା ମୁସ୍କିଲ୍ ହୋଇ ଯାଉଥିଲା। ଆଞ୍ଚଲଙ୍କ ଭାଇଭଉଣୀଙ୍କୁ ମିଶାଇ ସେତେବେଳେ ଘରେ ମୋଟ ୫ ଜଣ ସଦସ୍ୟ ଥିଲେ। ଏହା ପରେ ସେ ନିଜେ କାମ କରିବାକୁ ନିଷ୍ପତ୍ତି ନେଲେ। ସେତେବେଳକୁ ସେ ୯ ନବମ ଶ୍ରେଣୀରେ ଓ ତାଙ୍କ ଭାଇ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ଦୁହେଁ ସ୍କୁଲ୍‌ ବନ୍ଦ କରି କାମରେ ଲାଗି ପଡ଼ିଲେ। ଆଞ୍ଚଲ ଏକ ଟ୍ରେଡିଂ ଫାର୍ମରେ ଓ ତାଙ୍କ ଭାଇ ଏକ ଗ୍ୟାରେଜରେ କାମ କଲେ। ଏଥିଯୋଗୁ ତାଙ୍କ ମା’ଙ୍କ ଉପରେ ଥିବା ବୋଝ ଟିକେ ହାଲ୍‌କା ହୋଇଥିଲା। ପରେ ଆଞ୍ଚଲ ପୁଣି ପାଠପଢ଼ା ଆରମ୍ଭ କରିଥିଲେ।

ସବୁକିଛି ଠିକ୍ ହୋଇ ଆସୁଥିବା ବେଳେ ଆଞ୍ଚଲଙ୍କ ମା’ ମାନସିକ ରୋଗରେ ପଡ଼ିଲେ। ଧୀରେ ଧୀରେ ସେ ସବୁ କିଛି ଭୁଲିବା ଆରମ୍ଭ କରିଥିଲେ। ତାଙ୍କ ବାପା ବି ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହେଲେ। ଆଗପଛ ହୋଇ ଦୁହେଁ ଚାଲିଗଲେ। ଆଉ ତା’ପରେ ଆଞ୍ଚଲ ସ୍ତନ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଲା। ୨୦୧୭ରେ ପ୍ରଥମେ ସେ ଏହି ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ସେତେବେଳେ ସେ ଥାର୍ଡ ଷ୍ଟେଜ୍‌ରେ ପହଞ୍ଚି ସାରିଥିଲେ। ହେଲେ ଏହା ଜାଣି ସୁଦ୍ଧା ସେ ଭାଙ୍ଗି ପଡ଼ି ନଥିଲେ। ଏମିତିକି କେମୋ ଥେରାପି ସମୟରେ ସେ ବିଭିନ୍ନ ରଙ୍ଗର ପୋଷାକ ପିନ୍ଧୁଥିଲେ ଓ ଖୁସି ରହୁଥିଲେ। ପରେ ସମାଜ ପାଇଁ କିଛି କରିବା ଉଦ୍ଦେଶ୍ୟରେ ସେ ବର୍ଷେ ତଳେ ବସ୍ତିର ଗରିବ ପିଲାମାନଙ୍କ ପାଇଁ ଏହି ଖାଇବା ବ୍ୟବସ୍ଥା ଆରମ୍ଭ କରିଥିଲେ।

ଆଞ୍ଚଲଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ତାଙ୍କ ଅବସ୍ଥା ଏବେ ଗୁରୁତର ରହିଛି। ତେବେ ଏହି ରୋଗ ତାଙ୍କୁ ଡରାଇ ପାରିନି। ସେ ନିଜ ଢଙ୍ଗରେ ଜୀବନ ବଞ୍ଚୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story