ସାଧାରଣତନ୍ତ୍ର ଦିବସ ପାଳିବାକୁ କାହିଁକି ଠିକ୍‌ ହୋଇଥିଲା “ଜାନୁୟାରୀ ୨୬”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଜାନୁୟାରୀ ୨୬। ପ୍ରତ୍ୟେକଟି ଭାରତୀୟ ପାଇଁ ଗର୍ବ ଆଉ ଗୌରବର ଦିନଟିଏ। ହେଲେ କେବେ ଭାବିଛନ୍ତି ଭାରତର ଏହି ମହାନ୍‌ ଗାଣତାନ୍ତ୍ରିକ ପର୍ବଟି ପାଳିବାକୁ ଏହି ଦିନଟି ହିଁ କାହିଁକି ଠିକ୍‌ ହେଲେ। କ’ଣ ଅଛି ଏହି ‘ଜାନୁୟାରୀ ୨୬’ରେ ? ତତ୍କାଳୀନ ନେତାମାନେ ଚାହିଁଥିଲେ ଏହି ପର୍ବ ଅନ୍ୟ ତାରିଖରେ ବି ପାଳି ପାରିଥାନ୍ତେ ହେଲେ କ’ଣ ପାଇଁ ଚୟନ କରିଥିଲେ ଏହି ଦିନଟିକୁ। ଅସନ୍ତୁ ଜାଣିବା ଆପଣଙ୍କ ମନରେ ଉଠିଥିବା […]

janu

janu

Mihir Pattnayak
  • Published: Saturday, 26 January 2019
  • Updated: 26 January 2019, 07:19 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଜାନୁୟାରୀ ୨୬। ପ୍ରତ୍ୟେକଟି ଭାରତୀୟ ପାଇଁ ଗର୍ବ ଆଉ ଗୌରବର ଦିନଟିଏ। ହେଲେ କେବେ ଭାବିଛନ୍ତି ଭାରତର ଏହି ମହାନ୍‌ ଗାଣତାନ୍ତ୍ରିକ ପର୍ବଟି ପାଳିବାକୁ ଏହି ଦିନଟି ହିଁ କାହିଁକି ଠିକ୍‌ ହେଲେ। କ’ଣ ଅଛି ଏହି ‘ଜାନୁୟାରୀ ୨୬’ରେ ? ତତ୍କାଳୀନ ନେତାମାନେ ଚାହିଁଥିଲେ ଏହି ପର୍ବ ଅନ୍ୟ ତାରିଖରେ ବି ପାଳି ପାରିଥାନ୍ତେ ହେଲେ କ’ଣ ପାଇଁ ଚୟନ କରିଥିଲେ ଏହି ଦିନଟିକୁ।

ଅସନ୍ତୁ ଜାଣିବା ଆପଣଙ୍କ ମନରେ ଉଠିଥିବା ଏହି ପ୍ରଶ୍ନର ଉତ୍ତର।

ପରାଧିନତାର ଶୃଙ୍ଖଳରେ ବନ୍ଧା ପଡ଼ିଥାଏ ଭାରତ ମାତା। ଦୁଃଖ ଆଉ ନିର୍ଯାତନା ଭୋଗୁଥାନ୍ତି ତା‘ର ସନ୍ତାନ, ଭାରତୀୟମାନେ। ୧୯୧୯ରେ ଇଂରେଜ ସରକାରଙ୍କ ମଣ୍ଟିଗ୍ୟୁ-ଚେମ୍ସଫୋର୍ଡ ନୀତି ପ୍ରାଣୟନ ହୁଏ। ଆଉ ଏହି ନୀତିର ରକ୍ଷା ପାଇଁ ୧୯୨୭ରେ ନିୟୋଜିତ ହୁଅନ୍ତି ସାଇମନ୍‌ କମିଶନ୍‌। ହେଲେ ଏହି କମିଶନ୍‌ରେ କୌଣସି ଭାରତୀୟଙ୍କୁ ସ୍ଥାନ ଦିଆଯାଏ ନାହିଁ। ଫଳରେ ସ୍ୱତନ୍ତ୍ରତା ସଂଗ୍ରାମୀଙ୍କ ମନରେ ଅସନ୍ତୋଷ କୁହୁଳି ଉଠେ। ଏହି କମିଶନ୍‌ର ନ୍ୟାୟ ନିଷ୍ପତ୍ତି ମାନିବା ଓ ସେହି ଅନୁଯାୟୀ ଭାରତ ଶାସିତ ହେଉ ଏହା କେହି ଚାହାନ୍ତି ନାହିଁ। ସାରା ଭାରତରେ କୁହୁଳି ଉଠେ ବିଦ୍ରୋହର ବହ୍ନି। ସଇମନ୍‌ ଗୋ ବ୍ୟାକ୍‌ ନାରାରେ କମ୍ପିଉଠେ ଭାରତର ଛାତି। ଡରିଯାଆନ୍ତି ଇଂରେଜ ସରକାର । ହଡବଡ଼େଇ ଯାଇ ଭାରତରେ ନିୟୋଜିତ ଇଂରେଜ ଅଧିକାରୀ ବର୍ଗନ୍‌ ହେଡ୍‌ ଗୋଟେ ଅଜବ କଥା କହିଦିଅନ୍ତି।

ଭାରତୀୟମାନେ ମୁର୍ଖ ଏବଂ ପରସ୍ପର ମଧ୍ୟରେ ମତଭେଦ ଯୋଗୁ ସେମାନେ ନିଜ ଶାସନ ଡୋର ନିଜ ହାତରେ ରଖି ପାରିବେ ନାହିଁ ବୋଲି ସେ ଆପାତତଃ ସ୍ଥିର ନିଶ୍ଚିତ ଥାଆନ୍ତି। ଏଣୁ ସମ୍ବିଧାନ ପ୍ରସ୍ତୁତ କରିବା ତାଙ୍କପାଇଁ କାଠିକର ପାଠ ହେବ ବୋଲି ଭାବନ୍ତି। ଆଉ କୁହନ୍ତି, “ଯଦି ପାରୁଛ, ନିଜ ସମ୍ବିଧାନ ନିଜେ ପ୍ରସ୍ତୁତ କର, ଆଉ ସରକାରଙ୍କୁ ହସ୍ତାନ୍ତର କର”।

ଯାହାକୁ ସ୍ୱୀକାର କରି ନିଅନ୍ତି ତତ୍କାଳୀନ ସ୍ୱାଧୀନତା ସଂଗ୍ରାମର ମଙ୍ଗ ଧରିଥିବା ନେତାମାନେ । ମୋତିଲାଲ ନେହେରୁ(ଅଧ୍ୟକ୍ଷ), ତେଜ୍‌ ବାହାଦୁର ସବ୍ରୁ, ଜବାହାର ଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ଭଳି ଜ୍ଞାନୀଗୁଣି ବ୍ୟକ୍ତିଙ୍କୁ ନେଇ ଗଠିତ ହୁଏ କମିଟି। ମୁସଲିମ୍‌ ଲିଗ୍‌ ମଧ୍ୟ ଏଥିରେ ଜଣେ ସଦସ୍ୟଙ୍କୁ ନିୟୋଜିତ କରେ।

ଫଳସ୍ୱରୂପ ୧୯୨୮ରେ ଏହି ସମିତି ନେହେରୁ ରିପୋର୍ଟ ନାମରେ ଏକ ରିପୋର୍ଟ ଇଂରେଜ ସରକାରଙ୍କ ପାଖକୁ ପ୍ରେରଣ କରନ୍ତି। ହେଲେ ଇଂରେଜମାନେ ଏହାକୁ ଖାରଜ୍‌ କରି ଦିଅନ୍ତି। ଆଶ୍ଚର୍ଯ୍ୟଜନକ ଭାବେ ମହମ୍ମଦ ଅଲ୍ଲି ଜିହ୍ନା ମଧ୍ୟ ଏହି ରିପୋର୍ଟରୁ ନିଜ ସମର୍ଥନ ପ୍ରତ୍ୟାହାର କରି ନିଅନ୍ତି।

ଆମ ଭିତରେ ମତଭେଦ ଦେଖି ଫାଇଦା ଉଠାଇବାକୁ ଇଂରେଜ ଶିବିରରେ ଖେଳିଯାଏ ଖୁସି। ହେଲେ ଜାତୀର ପିତା ମହାତ୍ମା ଗାନ୍ଧୀ ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ମଧ୍ୟସ୍ଥତା କରିବାକୁ ନିଷ୍ପତ୍ତି ନିଅନ୍ତି। ଗୋରା ସରକାରଙ୍କୁ ଦିଆଯାଏ ୧ ବର୍ଷ ସମୟ। ନେହେରୁ ରିପୋର୍ଟ ଉପରେ ମତ ରଖିବାକୁ ସରକାରଙ୍କୁ ସମୟ ଦିଆଯାଇଥିବା ବେଳେ ବର୍ଷେ ପରେ ମଧ୍ୟ କୌଣସି ନିସ୍କର୍ଷ ଶୁଣାନ୍ତି ନାହିଁ ଇଂରେଜ ସରକାର। ଫଳରେ ପୂର୍ଣ୍ଣ ସ୍ୱରାଜ ଦାବୀ ଦୃଢ ହୁଏ।

୧୯୨୯ରେ ଲାହାରଠାରେ ଆୟୋଜିତ ହୁଏ ସଭା। ଯେଉଁଠି ଦିନେ ଇଂରେଜ ସରକାର ଲାଲା ଲଜପତ୍‌ ରାଏଙ୍କୁ ପିଟିପିଟି ହତ୍ୟା କରିଥିଲେ। ଯେଉଁଠୁ ବିଦ୍ରୋହର ବହ୍ନୀ ଜଳି ଉଠିଥିଲା ଭଗତ୍‌ ସିଂଙ୍କ ମନରେ। ସେହି ମାଟିରେ ଛିଠା ହୋଇ ପୂର୍ଣ୍ଣ ସ୍ୱରାଜ ପାଇଁ ସାରା ଦେଶ ଯେ, ଏକତ୍ରୀତ ହୋଇ ସାରିଛି ତାହା ଘୋଷଣା କରାଯାଏ।

ଏଠାରେ ଜବାହାର ଲାଲ ନେହେରୁ, ସର୍ଦ୍ଦାର ପଟେଲ ଆଦିଙ୍କୁ ନେଇ ସଙ୍ଗଠିତ ହୁଏ କମିଟି। ଯାହାର ନେତୃତ୍ୱରେ ନେହେରୁ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦିଅନ୍ତି ଆଉ ଡାକରା ଦିଆଯାଏ “ପୂର୍ଣ୍ଣ ସ୍ୱରାଜ”। ୨୬ ଜାନୁୟାରୀ ୧୯୩୦, ସାରା ଦେଶରେ ଉତ୍ସବର ମାହୋଲ ସୃଷ୍ଟି ହୁଏ। ଆମେ ପୂର୍ଣ୍ଣ ସ୍ୱାଧୀନତା ଚାହୁଁ ଏହା ପ୍ରତ୍ୟେକ ଭାରତୀୟର ତୁଣ୍ଡରୁ ଶୁଭେ। ସେହିବର୍ଷଠାରୁ ଜାନୁୟାରୀ ୨୬ ଭାରତୀୟ ପାଇଁ ପାଲଟିଯାଏ, ସ୍ୱାଭିମାନର ଦିନଟିଏ, ଏକତାର ଦିନଟିଏ। “ଆମ ଶାସନ ଆମ ହାତକୁ ଆମେ ଆଣିବାକୁ ଚାହୁଁ,” ପଲ୍ଲୀଠୁ ଦିଲ୍ଲୀ ଯାଏ ଏହି କଥା ସଞ୍ଚରିଯାଏ ସମସ୍ତଙ୍କ ତୁଣ୍ଡରୁ ତୁଣ୍ଡକୁ।

ଇତି ମଧ୍ୟରେ ଘଟିଯାଏ ଅନେକ ଘଟଣା। ଘଟଣା ପ୍ରବାହରେ ଭାରତ ବିକଶିତ ହୁଏ। ପରାଧିନତାର ଶୃଙ୍ଖଳରୁ ମୁକ୍ତ ହୁଏ ମା’। ୧୯୪୭ ଅଗଷ୍ଟ ୧୫ ସ୍ୱାଧିନ ହୁଏ ଦେଶ। ଆଉ ତା ପରେ ମନେପଡ଼େ ସମ୍ବିଧାନ ପ୍ରସ୍ତୁତ କରିବାକୁ ସେଇ ଫିରିଙ୍ଗୀ ଶାସକର ସର୍ତ୍ତ। ଅଣ୍ଟା ଭିଡନ୍ତି ଡଃ. ଆମ୍ବେଦକର। ପ୍ରସ୍ତୁତ କରାଯାଏ ଭାରତ ଲିଖିତ ସମ୍ବିଧାନ। ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ଏହି ମହାନ୍‌ ସମ୍ବିଧାନ ରଚିବାକୁ ଲାଗେ ୨ ବର୍ଷ, ୧୧ ମାସ ଆଉ ୧୮ ଦିନ।

ଶେଷରେ ସେଇ ଶୁଭ ଦିନ କଥା ମନେପଡେ ଯେଉଁଦିନ ଲାଲାଜିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ପୂରା ଦେଶ ଉତ୍ସବ କରିଥିଲା ପୂର୍ଣ୍ଣ ସ୍ୱରାଜ ପାଇଁ। ସମ୍ବିଧାନ ପ୍ରଣୟନ ପାଇଁ ଉଚିତ୍‌ ଦିନଟିଏ ମିଳିଗଲା। ନେହେରୁଙ୍କ ନେତୃତ୍ୱରେ ୧୯୩୦, ଜାନୁୟାରୀ ୨୬ ଦିନଟି ସବୁଦିନ ପାଇଁ ସ୍ମରଣୀୟ କରି ରଖିବାକୁ ୧୯୫୦ ଜାନୁୟାରୀ ୨୬ ତାରିଖରେ ପ୍ରଣିତ ହୁଏ ଆମ ସମ୍ବିଧାନ। ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ଲିଖିତ ସମ୍ବିଧାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story