ବାଲ୍ୟ ବିବାହ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଯଶୋଦା

ନୂଆପଡ଼ା (ମାୟାଧର ସରାଫ୍‌): ବାଲ୍ୟ ବିବାହ ସହିତ ଯୁବତୀ, କିଶୋରୀ ଓ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ଏବଂ ଅତ୍ୟାଚାର ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ନୂଆପଡ଼ା ଜିଲ୍ଲା ହଳଦୀ ଗାଁର ଯଶୋଦା ପାଣ୍ଡେ। ସେ ଏବେ ନୂଆପଡ଼ା ନ୍ୟାସନାଲ କଲେଜରେ ଯୁକ୍ତ ୩ର ଶେଷ ବର୍ଷର ଛାତ୍ରୀ। ପାଠପଢ଼ାରୁ ସମୟ ପାଇଲେ ତଥା ଛୁଟି ଦିନ ମାନଙ୍କରେ ଗାଁକୁ ଗାଁ ବୁଲି ଲୋକଙ୍କୁ ମହିଳାଙ୍କ ପ୍ରତି ହେଉଥିବା ବିଭିନ୍ନ ହିଂସା ଓ ଅତ୍ୟାଚାର ସମ୍ପର୍କରେ […]

nuapada

nuapada

Jyoshna Pradhan
  • Published: Saturday, 18 January 2020
  • Updated: 18 January 2020, 04:13 PM IST

Sports

Latest News

ନୂଆପଡ଼ା (ମାୟାଧର ସରାଫ୍‌): ବାଲ୍ୟ ବିବାହ ସହିତ ଯୁବତୀ, କିଶୋରୀ ଓ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ଏବଂ ଅତ୍ୟାଚାର ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ନୂଆପଡ଼ା ଜିଲ୍ଲା ହଳଦୀ ଗାଁର ଯଶୋଦା ପାଣ୍ଡେ। ସେ ଏବେ ନୂଆପଡ଼ା ନ୍ୟାସନାଲ କଲେଜରେ ଯୁକ୍ତ ୩ର ଶେଷ ବର୍ଷର ଛାତ୍ରୀ। ପାଠପଢ଼ାରୁ ସମୟ ପାଇଲେ ତଥା ଛୁଟି ଦିନ ମାନଙ୍କରେ ଗାଁକୁ ଗାଁ ବୁଲି ଲୋକଙ୍କୁ ମହିଳାଙ୍କ ପ୍ରତି ହେଉଥିବା ବିଭିନ୍ନ ହିଂସା ଓ ଅତ୍ୟାଚାର ସମ୍ପର୍କରେ ସଚେତନ କରୁଛନ୍ତି। ତା’ସହିତ ୨୦୧୬ ମସିହାରୁ ଏଯାଏ ତାଙ୍କ ଡୁମେରପାନୀ ପଞ୍ଚାୟତରେ ୧୫ଟି ବାଲ୍ୟ ବିବାହକୁ ବନ୍ଦ କରିଛନ୍ତି।

୪ ବର୍ଷ ତଳେ ତାଙ୍କ ଗାଁରେ ‘ବାଲ୍ୟ ବିବାହ ବନ୍ଦ’ ଓ ‘କିଶୋରୀ ଓ ଯୁବତୀମାନଙ୍କ ଅଧିକାର’ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ସେ ଏହି କର୍ମଶାଳାରେ ଯୋଗ ଦେବା ପରେ ଏ ଦୁଇଟି କ୍ଷେତ୍ରରେ କାମ କରିବାକୁ ଆଗ୍ରହ କରିଥିଲେ। ଏହାପରେ ସେ ୨୦ ଜଣ ଯୁବତୀଙ୍କୁ ନେଇ ‘ଝାନସ୍‌ ରାଣୀ ଯୁବତୀ ସଙ୍ଗଠନ’ ଗଠନ କରି ତାଙ୍କ ପାଞ୍ଚାୟତର  ଗାଁ ଗାଁରେ ସଭା ସମିତି ଓ ଶୋଭାଯାତ୍ରା ଆଦି କରି ଲୋକଙ୍କୁ ସଚେତନ କରୁଛନ୍ତି।

ଯଶୋଦା କହିଛନ୍ତି, “ବାଲ୍ୟ ବିବାହ କିପରି ରୋକାଯାଇ ପାରିବ, ଝିଅମାନେ କିପରି ସ୍କୁଲ ଯିବେ ଓ ସ୍କୁଲ ଯାଉଥିବା ପିଲାମାନେ କିପରି ଦାଦନ ଖଟିବାକୁ ଯିବେ ନାହିଁ- ସେନେଇ ଚିନ୍ତା କରି ଆମେ ଝିଅମାନେ ଏକାଠି ହେଲୁ ଏବଂ ଏହି ଫେଡେରସନ୍ ଗଠନ କଲୁ। ଏହି ଫେଡେରସନ୍ ମାଧ୍ୟମରେ ଆମେ ଗାଁ ଗୁଡ଼ିକରେ କମିଟି ମଧ୍ୟ କରିଛୁ, ଯେଉଁଥିରେ ଗାଁର ସମସ୍ତ ଲୋକ, ସରପଞ୍ଚ, ୱାର୍ଡମେମ୍ୱର ଓ ଅଙ୍ଗନବାଡ଼ି କର୍ମୀ ସାମିଲ ରହିଛନ୍ତି। କୌଣସି ଘରେ ବାଲ୍ୟ ବିବାହ ହେଉଥିବା ନେଇ ଆମେ ଖବର ପାଇଲେ ସେଠାରେ ଯାଇ ପହଞ୍ଚି ଯାଉ ଓ ସେମାନଙ୍କୁ ବୁଝାଉ। ଏଥିସହ ଗାଁ ଲୋକେ ଏ ସମ୍ପର୍କରେ କିପରି ଅଧିକ ସେଚତନ ହୋଇ ପାରିବେ ସେ ନେଇ ଆମେ ଶୋଭାଯାତ୍ରା ମଧ୍ୟ କରୁଛୁ।”

ଯୋଶଦାଙ୍କ ଏହି କାମରେ  “ସେଭ୍ ଦି ଚିଲ୍‌ଡ୍ରେନ୍‌” ଓ “ଆଶା ଓଡ଼ିଶା ସଙ୍ଗଠନ” ମଧ୍ୟ ସହଯୋଗ କରୁଛନ୍ତି। ବାଲ୍ୟ ବିବାହ ବନ୍ଦ ଦିଗରେ କାର୍ଯ୍ୟ କରୁଥିବା ଯୋଗୁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ବାଲ୍ୟ ବିବାହକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ସଂଗଠନର ସଦସ୍ୟ ଗଙ୍ଗା ସାହୁ କହିଛନ୍ତି, “ଯଶୋଦା ଗାଁ ଗାଁକୁ ଯାଇ ବିଭିନ୍ନ ବିଷୟରେ ଲୋକଙ୍କୁ ବୁଝାନ୍ତି। ଏପର୍ଯ୍ୟନ୍ତ ସେ ୧୫ ଟି ବାଲ୍ୟବିବାହକୁ ରୋକି ପାରିଛନ୍ତି। ଗାଁର କିଶୋରୀମାନେ ବାଲ୍ୟ ବିବାହ ନକରି ନିଜ ଗୋଡ଼ରେ କିପରି ଠିଆ ହୋଇ ହୋଇପାରିବେ, ସେନେଇ ମଧ୍ୟ ସେ ସଚେତନ  କରିଥାନ୍ତି।”

ନୂଆପଡ଼ା ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଆଶିଷ କୁମାର ଠାକୁର କହିଛନ୍ତି, “ଯଶୋଦା ପାଣ୍ଡେ ନୂଆପଡ଼ା ତଥା ଓଡ଼ିଶା ପାଇଁ ଆଦର୍ଶ। ସେ ଡୁମେରପାନୀ ପଞ୍ଚାୟତର ଗାଁ ଗୁଡ଼ିକୁ ଯାଇ ବାଲ୍ୟ ବିବାହ ରୋକିବା ପାଇଁ ଝିଅମାନଙ୍କୁ ସଙ୍ଗଠିତ କରି ଲୋକଙ୍କୁ ବୁଝାଉଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story