‘ରାଜ୍ୟରେ ବିଜେପି ଏକା ଲଢ଼ିବାର ବହୁ ସମ୍ଭାବନା ରହିଛି’

ବିଜେଡିର ଦୁଇ ନେତା ଭି.କେ. ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ଯାଇ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିଥିବା କୁହାଯାଇଛି।

Prithviraj Harichandan PhotoOR

ପୃଥ୍ୱୀରାଜ ହରିଚନ୍ଦନ

Tapaswini Nayak
  • Published: Friday, 08 March 2024
  • Updated: 08 March 2024, 01:47 PM IST

Sports

Latest News

କିଛି ଦିନ ହେବ ରାଜ୍ୟରେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସବୁ ଭିତରେ ରାଜ୍ୟରେ ବିଜେପି ଏକା ଲଢ଼ିବାର ବହୁ ସମ୍ଭାବନା ରହିଛି ବୋଲି ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ଆଜି ଗଣମାଧ୍ୟମରେ ଏହି ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି, ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଏହି ବିଷୟରେ କୌଣସି ଆଲୋଚନା ହୋଇନାହିଁ। ଆମେ ଏକାକି ଲଢ଼ିଲେ ଭଲ କରିବୁ ବୋଲି ରାଜ୍ୟ ସଭାପତି ଓ ପ୍ରମୁଖ ନେତୃବୃନ୍ଦ କେନ୍ଦ୍ରୀୟ ନେତୃତ୍ୱ ଆଗରେ କହିଛନ୍ତି। ସଭାପତି ଯାହା ଜଣାଇଛନ୍ତି, ଭାରତୀୟ ଜନତା ପାର୍ଟି ସେଥିରେ ବିଶ୍ୱାସ କରେ। ଯାହା କେନ୍ଦ୍ରୀୟ ନିଷ୍ପତ୍ତି ଆସିବ, ସେ ଅନୁସାରେ ଆମେ ଚାଲିବୁ।

Also Read

ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ କୌଣସି ଖବର ନାହିଁ। ଯେତେଦୂର ସମ୍ଭବ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଏକା ଲଢ଼ିବାର ବହୁ ସମ୍ଭାବନା ରହିଛି ବୋଲି ପୃଥ୍ୱୀରାଜ କହିଛନ୍ତି।

ଅନ୍ୟପକ୍ଷରେ ବିଜେପି-ବିଜେଡି ମେଣ୍ଟକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି। ଦୁଇ ଦିନ ହେବ ଏନେଇ ଉଭୟ ଦଳ ପକ୍ଷରୁ ଘଣ୍ଟା ଚକଟା ଚାଲିଛି। ଲୋକସଭା ପାଇଁ ବିଜେପି ଅଧିକ ଆସନ ଚାହୁଁଥିବା ବେଳେ ବିଜେଡି ବିଧାନସଭାରେ ୧୦୦ରୁ ଅଧିକ ଆସନରେ ଲଢିବା ଲାଗି ଦାବି କରୁଥିବା କୁହାଯାଉଛି।

ଗତ ୨ଦିନ ହେଲା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଅନ୍ୟ ରାଜ୍ୟ ବିଜେପି ନେତା ଦିଲ୍ଲୀରେ ଡେରା ପକାଇଛନ୍ତି। ସେହିପରି ବିଜେଡିର ଦୁଇ ନେତା ଭି.କେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ଯାଇ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିଥିବା କୁହାଯାଇଛି। ସେମାନେ ସମ୍ଭାବ୍ୟ ମେଣ୍ଟ ନେଇ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ସହ କଥା ହୋଇଥିବା ଚର୍ଚ୍ଚା ହେଉଛି। ଦୁଇ ନେତା ଆଜି ଭୁବନେଶ୍ୱର ଫେରି ଶଙ୍ଖ ଭବନରେ ବିଜେଡିର ମହିଳା ଦିବସ ସମାରୋହରେ ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story