ରାଜ୍ୟରେ ସବୁ କାମରେ ‘ପିସି’ ଏବେ ସର୍ବନିମ୍ନ ୧୮%, ୨୨୫କୋଟି ବାଟମାରଣା: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଓ ଲୋକାଭିମୁଖୀ ଶାସନ ଦେଉଛନ୍ତି ବୋଲି ମିଛ ଡିଣ୍ଡିମ ପିଟୁଥିବା ରାଜ୍ୟର ବିଜେଡି ସରକାର ଓଡିଶାକୁ ଦୁର୍ନୀତିର ଗନ୍ତାଘରରେ ପରିଣତ କରିଛନ୍ତି । ସରକାର ନିଜେ ଏବେ ଦୁର୍ନୀତିର ବଟବୃକ୍ଷ ପାଲଟିଛନ୍ତି ଓ ସବୁ ଉନ୍ନୟନମୂଳକ କାର୍ଯ୍ୟରେ ସର୍ବନିମ୍ନ ୧୬ରୁ ୧୮% ‘ପିସି’ ନଦେଲେ କାମ ହେଉନି ବୋଲି ବିଜେପି ଅଭିଯୋଗ କରିଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ମୁଖପାତ୍ର ତଥା ପୂର୍ବତନ […]

BJP

BJP

Ordigital Desk
  • Published: Saturday, 13 August 2022
  • Updated: 13 August 2022, 10:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଓ ଲୋକାଭିମୁଖୀ ଶାସନ ଦେଉଛନ୍ତି ବୋଲି ମିଛ ଡିଣ୍ଡିମ ପିଟୁଥିବା ରାଜ୍ୟର ବିଜେଡି ସରକାର ଓଡିଶାକୁ ଦୁର୍ନୀତିର ଗନ୍ତାଘରରେ ପରିଣତ କରିଛନ୍ତି । ସରକାର ନିଜେ ଏବେ ଦୁର୍ନୀତିର ବଟବୃକ୍ଷ ପାଲଟିଛନ୍ତି ଓ ସବୁ ଉନ୍ନୟନମୂଳକ କାର୍ଯ୍ୟରେ ସର୍ବନିମ୍ନ ୧୬ରୁ ୧୮% ‘ପିସି’ ନଦେଲେ କାମ ହେଉନି ବୋଲି ବିଜେପି ଅଭିଯୋଗ କରିଛି ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ମୁଖପାତ୍ର ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ଆସିଲେ ରାଜ୍ୟର ବିଜେଡି ସରକାର ଲୋକଙ୍କ ପାଇଁ ମିଛ ପ୍ରତିଶୃତିର ଭଣ୍ଡାର ଖୋଲି ଦିଅନ୍ତି । ଗତ ୨୦୧୭ ଜୁନ୍ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲେରାନ୍ସ (ଶୂନ୍ୟ ସହନଶୀଳତା) ଆଭିମୁଖ୍ୟ ନେଇ ରାଜ୍ୟ ସରକାର କାର୍ଯ୍ୟ କରୁଥିବା ଘୋଷଣା କରିଥିଲେ । ଏପରିକି ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଗତ ୨୦୧୯ ମସିହା ଅକ୍ଟୋବର ୧୦ରେ ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବ, ନିର୍ଦ୍ଦେଶକ ଓ ଜିଲ୍ଲାପାଳମାନଙ୍କୁ ଦୁର୍ନୀତି ବିରୋଧୀ ଶପଥ ପାଠ କରାଇଲେ ।

୩-ଟି ,୫-ଟିର ବ୍ୟାପକ ମାତ୍ରରେ ପ୍ରଚାର ଓ ପ୍ରସାର କରାଯାଇ ଓଡିଶାବାସୀଙ୍କୁ ବିଭ୍ରାନ୍ତ କରାଗଲା । ମାତ୍ର ଏହାର ଠିକ୍ ବିପରୀତ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସାହିତ କରିବା କାରଣରୁ ଦୁର୍ନୀତି ଆଜି ଓଡ଼ିଶା ବିକାଶର ମୁଖ୍ୟ ବାଧକ ସାଜିଛି । ଏବେ ରାଜ୍ୟର ଯେକୌଣସି ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପିସିର ମାତ୍ରା ସର୍ବନିମ୍ନ ୧୬ ରୁ ୧୮ ପ୍ରତିଶତକୁ ପହଂଚିଲାଣି । ୧୪ର୍ଦ୍ଦଶ ଓ ୧୫ଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ରାଜ୍ୟର ବିକାଶମୁଳକ କାର୍ଯ୍ୟ ପାଇଁ ଆସୁଥିବା କେନ୍ଦ୍ରୀୟ ଅର୍ଥକୁ ବ୍ୟାପକ ମାତ୍ରାରେ ହରିଲୁଟ୍ କରାଯାଉଛି । ଗ୍ରାମାଂଚଳର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ ଉଦ୍ଦେଶ୍ୟରେ ଥିବା ପଲ୍ଲୀସଭାକୁ ରାଜ୍ୟ ସରକାର ଉଚ୍ଛେଦ କରି ବିଭାଗୀୟ ନିର୍ଦ୍ଦେଶାନୁଯାୟୀ ସରକାରୀ ଅଧିକାରୀ ଏବଂ ଠିକାଦାରଙ୍କ ସହାୟତାରେ କାର୍ଯ୍ୟ କରାଇଲେ । କାର୍ଯ୍ୟାଦେଶ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କ ନାମରେ କରାଯାଇ ବିଜେଡି କର୍ମୀଙ୍କ ଜରିଆରେ କାର୍ଯ୍ୟ କରାଯାଉଛି । ପଂଚାୟତ ପିଛା ୫ ଲକ୍ଷ ଏବଂ ବ୍ଲକ ପିଛା ୧୦ ଲକ୍ଷ ଟଙ୍କାର କାର୍ଯ୍ୟକୁ ଜେଇ, ସରକାରୀ ଅଧିକାରୀ ଏବଂ ଶାସକ ବିଜେଡି ସମର୍ଥିତ ଠିକାଦାରଙ୍କ ଦ୍ୱାରା କରାଯାଇ ବ୍ୟାପକ ମାତ୍ରାରେ ଅର୍ଥ ହଡ଼ପ କରାଯାଉଛିା ୧୩ଟି ବ୍ଲକରେ ୪୫୦ କୋଟି ଟଙ୍କାର କାର୍ଯ୍ୟାଦେଶରେ ୯ କୋଟି ଟଙ୍କାର ଅମାନତ୍ ଅର୍ଥକୁ ଶାସକ ବିଜେଡିର ପ୍ରୋତ୍ସାହନରେ ଜେଇ, ସହାୟକ ଯନ୍ତ୍ରୀମାନେ ବାଟମାରଣା କରିଛନ୍ତି । ଯଦି ରାଜ୍ୟର ସମସ୍ତ ୩୧୪ଟି ବ୍ଲକକୁ ହିସାବ କରାଗଲେ, ପାଖାପାଖି ୧୧ ହଜାର କୋଟି ଟଙ୍କା କାର୍ଯ୍ୟାଦେଶରେ ଏହି ଅମାନତ ପରିମାଣ ପାଖାପାଖି ୨୨୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ, ଯାହାକୁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ତୋଷାରପାତ କରିଛନ୍ତିି ବୋଲି ଶ୍ରୀ ବଳିୟାରସିଂହ ଅଭିଯୋଗ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନ ଆସିଲେ ଯୋଜନା ଉପରେ ଯୋଜନା ଆରମ୍ଭ କରିଦିଅନ୍ତି ସତ, କିନ୍ତୁ ଏ ସମସ୍ତ ଯୋଜନାର ସୁଫଳ ଓଡ଼ିଶାବାସୀଙ୍କ ପାଇଁ ନୁହେଁ ବରଂ ଶାସକ ବିଜେଡିର ମନ୍ତ୍ରୀ ଓ ନେତାଙ୍କ ପାଇଁ । ‘ଆମ ଗାଁ, ଆମ ବିକାଶ', ବିଜୁ ଯୁବ ବାହିନୀ, ‘ପିଠା’, ଭଳି ଅନେକ ଯୋଜନାର କୈାଣସି ଆଦି ଅନ୍ତ ନାହିଁ । ଏହି ଯୋଜନାରେ ବ୍ୟାପକ ଅର୍ଥକୁ ହଡ଼ପ କରିଦିଆଗଲା । ସେହିପରି ରାଜ୍ୟରେ ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜାନର ତଦାରଖ କମିଟିର ଅଧ୍ୟକ୍ଷ ହେଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ୨୦୧୨ ରୁ ୨୦୧୭ ମସିହା ଭିତରେ ୧୮ ଥର ପରିବର୍ତ୍ତେ ମାତ୍ର ୪ ଥର ବୈଠକ ଅନୁଷ୍ଠିତ ହୋଇଥିବାର ସିଏଜି ରିପୋର୍ଟରେ ଉଲ୍ଲେଖ ହୋଇଛି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଓ ନରେଗା ଦୁର୍ନୀତିକୁ ମୁଖ୍ୟମନ୍ତ୍ରୀ ନିଜେ ପ୍ରୋତ୍ସାହିତ କରୁଥିବାର ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ଶ୍ରୀ ବଳିୟାରସଂହ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story