ବିଜେଡି ଛାଡ଼ିଲେ ଦେବାଶିଷ ନାୟକ

ଏକଦା ବିଜେଡିର ଟାଣୁଆ ନେତା ଥିଲେ ଦେବାଶିଷ ନାୟକ। ସେ କେବଳ ଟାଣୁଆ ନେତା ନଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଖାସ ଅନୁଗତ ଥିଲେ। ଜନତା ଦଳରରୁ କ୍ୟାରିୟର ଆରମ୍ଭ କରିଥିଲେ।

BJD

ପୂର୍ବତନ ବିଧାୟକ ଦେବାଶିଷ ନାୟକ(ଫାଇଲ ଫଟୋ)

Manoranjan Sial
  • Published: Sunday, 25 February 2024
  • Updated: 25 February 2024, 04:33 PM IST

Sports

Latest News

ଯାଜପୁର ଜିଲ୍ଲାର ଟାଣୁଆ ନେତା ଦେବାଶିଷ ନାୟକ ବିଜେଡି ଛାଡ଼ିଛନ୍ତି। ଆଜି ସେ ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ତେବେ ସେ କେଉଁ ଦଳରେ ଯୋଗଦେବେ, ତାହା ଜଣାପଡ଼ି ନାହିଁ। 

Also Read

ଏକଦା ବିଜେଡିର ଟାଣୁଆ ନେତା ଥିଲେ ଦେବାଶିଷ ନାୟକ। ସେ କେବଳ ଟାଣୁଆ ନେତା ନଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଖାସ ଅନୁଗତ ଥିଲେ। ଜନତା ଦଳରରୁ କ୍ୟାରିୟର ଆରମ୍ଭ କରିଥିଲେ। ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ବିଜେଡିରେ ଯୋଗଦେଇଥିଲେ। ଯାଜପୁର ଜିଲ୍ଲାରେ ପ୍ରଫୁଲ୍ଲ ଘଡ଼ାଇ ଓ କଳ୍ପତରୁ ଦାସଙ୍କ ପରି ନେତାମାନେ ଥିବା ସତ୍ତ୍ୱେ ନିଜର ଦବ୍‌ଦବା ଦେଖାଉଥିଲେ ଦେବାଶିଷ। ସେ ଲଗାତାର ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ।

ଶ୍ରୀ ନାୟକ ଲାଗାତାର ଭାବେ ବରୀ ନିର୍ବାଚନମଣ୍ଡଳୀର ୨୦୦୦ରୁ ୨୦୦୪, ୨୦୦୪ରୁ ୨୦୦୯, ୨୦୦୯ରୁ ୨୦୧୪ ଓ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏପରିକି ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ରାଜ୍ୟ ରାଜନୀତିରେ ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ ସମୟରେ ଦେବାଶିଷ ସବୁଠାରୁ ବେଶୀ ସକ୍ରିୟ ଥିଲେ। ତେବେ ୨୦୧୯ ମସିହା ସାଧାରଣ ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିନଥିଲା ବିଜେଡି। ଯେଉଁଥିପାଇଁ ସେ ଦଳରେ ଥାଇ ନଥିଲା ପରି ଲାଗୁଥିଲେ। ଜିଲ୍ଲାର କୌଣସି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁନଥିଲେ। ତାଙ୍କ କାର୍ଯ୍ୟକଳାପରୁ ଲାଗୁଥିଲା ସେ ବିଜେଡି ଛାଡ଼ି ପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story