ଇସ୍ତଫା ନେଇ ମୁହଁ ଖୋଲିଲେ ନିରଞ୍ଜନ, ଯୁବନେତାଙ୍କୁ ଦାୟିତ୍ୱ ମିଳୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ନେଇ ପ୍ରଦେଶ କଂଗ୍ରେସରେ ଚାପ ବଢ଼ୁଥିବାବେଳେ ଖୁବଶୀଘ୍ର ନୂଆ ପିସିସି ମୁଖିଆଙ୍କୁ ନିଯୁକ୍ତି ମିଳିବ ବୋଲି ଜଣାପଡ଼ିଛି। ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିବା ନେଇ ନିରଞ୍ଜନ ଆଜି ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବା ସହ ଜଣେ ଯୁବନେତାଙ୍କୁ ପିସିସି ମୁଖ୍ୟ ପଦରେ ଆସୀନ କରାଇବାକୁ ସେ ଅନୁରୋଧ କରିଛନ୍ତି। ଏପଟେ ପରବର୍ତ୍ତୀ ପିସିସି ସଭାପତି କିଏ ହେବେ ସେ ସମ୍ପର୍କରେ ବିଚାରବିମର୍ଶ ପାଇଁ ଓଡ଼ିଶା ପିସିସି […]

niranjan-patnaik

niranjan-patnaik

Ordigital Desk
  • Published: Friday, 22 April 2022
  • Updated: 22 April 2022, 08:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ନେଇ ପ୍ରଦେଶ କଂଗ୍ରେସରେ ଚାପ ବଢ଼ୁଥିବାବେଳେ ଖୁବଶୀଘ୍ର ନୂଆ ପିସିସି ମୁଖିଆଙ୍କୁ ନିଯୁକ୍ତି ମିଳିବ ବୋଲି ଜଣାପଡ଼ିଛି। ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିବା ନେଇ ନିରଞ୍ଜନ ଆଜି ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବା ସହ ଜଣେ ଯୁବନେତାଙ୍କୁ ପିସିସି ମୁଖ୍ୟ ପଦରେ ଆସୀନ କରାଇବାକୁ ସେ ଅନୁରୋଧ କରିଛନ୍ତି। ଏପଟେ ପରବର୍ତ୍ତୀ ପିସିସି ସଭାପତି କିଏ ହେବେ ସେ ସମ୍ପର୍କରେ ବିଚାରବିମର୍ଶ ପାଇଁ ଓଡ଼ିଶା ପିସିସି ପ୍ରଭାରୀ ତଥା ସାଂସଦ ଏ ଚେଲାକୁମାର ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନ ପରେ ନୈତିକତା ଦୃଷ୍ଟିରୁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲି । ଏବେ ସ୍ୱାସ୍ଥ୍ୟଗତ କାରଣରୁ ପୁଣିଥରେ ଇସ୍ତଫା ଦେଇଛି । ସଭାପତି ଦାୟିତ୍ୱରେ ରହିବାର ଆଗ୍ରହ ନାହିଁ । ଦାୟିତ୍ୱରୁ ଅବ୍ୟୃାହତି ଦେବାକୁ କଂଗ୍ରେସ ହାଇକମାଣ୍ଡଙ୍କୁ ଅନୁରୋଧ କରିଛି । ନିଜର ଇସ୍ତଫା ଓ ଦଳର ସଂଗଠନ ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ସହ କଥା ହୋଇଛି । ରାଜ୍ୟରେ ଦଳର ସଂଗଠନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ପାଇଁ ଜଣେ ଯୁବ ନେତୃତ୍ୱଙ୍କର ଆବଶ୍ୟକତା ରହିଛି । ପିସିସି ମୁଖ୍ୟ ଭାବେ ଜଣେ ଯୁବନେତାଙ୍କୁ ଦାୟିତ୍ୱ ଦେବାକୁ ସେ ଅନୁରୋଧ କରିଛନ୍ତି । ଏହା ସହିତ ସେ ଦଳରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି । ବିଶେଷକରି ଯେଉଁମାନେ ତାଙ୍କୁ ପିସିସି ମୁଖ୍ୟ ପଦରୁ ହଟାଇବା ନେଇ ଦାବି କରି ଗଣମାଧ୍ୟମରେ ବୟାନ ଦେଉଛନ୍ତି ସେମାନଙ୍କ ନାଁ ନେଇ ଶ୍ରୀ ପଟ୍ଟନାୟକ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀ ପଟ୍ଟନାୟକ ପିସିସି ସଭାପତି ପଦବୀରୁ ଇସ୍ତଫା ଦେଇଥିବା ନେଇ ପିସିସି ପ୍ରଭାରୀ ଶ୍ରୀ ଚେଲାକୁମାର ୩-୪ଦିନ ତଳେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସେ ନିଜେ ଆସି ଦଳର ବିଧାୟକ ଓ ନେତାମାନଙ୍କ ସହ କଥା ହେବେ । ସମସ୍ତ ବିଧାୟକଙ୍କ ସହ ସିଧାସଳଖ ଆଲୋଚନା କରିବେ । ସମସ୍ତ ମେରିଟ୍ ଓ ଡିମେରିଟ୍ ଦେଖି ଯିଏ ଗ୍ରହଣୀୟ ହେବେ ସେ ଅନୁସାରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଥିଲେ । ଉଲ୍ଲେଖଯୋଗ୍ୟ, ପଂଚାୟତ ଓ ପୌର ନିର୍ବାଚନ ପରେ ପିସିସି ସଭାପତି ପରିବର୍ତ୍ତନକୁ ନେଇ କଂଗ୍ରେସରେ କନ୍ଦଳ ବଢ଼ିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story