ଭାରତୀୟ ବଂଶୋଦ୍ଭବ ଥର୍ମନ ଶଣମୁଗରତ୍ନମ୍ ହେଲେ ସିଙ୍ଗାପୁର ରାଷ୍ଟ୍ରପତି

ବିଦେଶର ସାମ୍ୱିଧାନିକ ପଦବୀରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ। ସିଙ୍ଗାପୁରର ନୂତନ ରାଷ୍ଟ୍ରପତି ହେଲେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶଣମୁଗରତ୍ନମ୍।

Tharman Shanmugaratnam

ଥର୍ମନ ଶଣମୁଗରତ୍ନମ୍

Debibandita Barick
  • Published: Saturday, 02 September 2023
  • Updated: 02 September 2023, 10:50 AM IST

Sports

Latest News

ବିଦେଶର ସାମ୍ୱିଧାନିକ ପଦବୀରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ। ସିଙ୍ଗାପୁରର ନୂତନ ରାଷ୍ଟ୍ରପତି ହେଲେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶଣମୁଗରତ୍ନମ୍। ସେଠାକାର ଦୁଇ ପୁରୂଖା ନେତାଙ୍କୁ ପଛରେ ପକାଇ ସେ ଏହି ବାଜି ମାରି ନେଇଛନ୍ତି। 70.4% ରୁ ଅଧିକ ଭୋଟ୍ ସହ ସିଙ୍ଗାପୁରର ନବମ ରାଷ୍ଟ୍ରପତି ହୋଇଛନ୍ତି ଶଣମୁଗରତ୍ନମ୍। 

ଏକ ଦଶନ୍ଧିରୁ ଅଧିକ ସମୟ ପରେ ଅନୁଷ୍ଠିତ ହୋଇଥିଲା ସିଙ୍ଗାପୁରର ରାଷ୍ଟ୍ରପତି ନିର୍ବାଚନ। ନବମ ରାଷ୍ଟ୍ରପତି ପାଇଁ ତ୍ରିକୋଣିଅ ଲଢେଇ ଦେଖିବାକୁ ମିଳିଥିଲା। ଥର୍ମନଙ୍କ ବ୍ୟତୀତ ଅନ୍ୟ ଦୁଇ ପ୍ରାର୍ଥୀ- ସିଙ୍ଗାପୁର ଗଭର୍ଣ୍ଣମେଣ୍ଟ ଇନଭେଷ୍ଟମେଣ୍ଟ କର୍ପ (ଜିଆଇସି) ର ପୂର୍ବତନ ମୁଖ୍ୟ ବିନିଯୋଗ ଅଧିକାରୀ ଏନଜି କୋକ୍ ସୋଙ୍ଗ୍ ଏବଂ ଦେଶର ରାଷ୍ଟ୍ରାୟତ୍ତ ବୀମା ଗୋଷ୍ଠୀ NTUC ଇନକମର ପୂର୍ବତନ ମୁଖ୍ୟ ଟେନ୍ କିନ୍ ଲିଆନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା।

Also Read

ରାଷ୍ଟ୍ରପତି ନିର୍ବାଚନରେ ​​27 ଲକ୍ଷରୁ ଅଧିକ ଲୋକ ଭୋଟ୍ ଦେଇଥିଲେ। 12 ବର୍ଷ ମଧ୍ୟରେ ଏହା ସିଙ୍ଗାପୁରର ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ଥିଲା, କାରଣ 2017 ରେ ଶେଷ ଥର ପାଇଁ ନିର୍ବାଚନ ହୋଇଥିଲେ। ଏହି ନିର୍ବାଚନ କେବଳ ମଳୟ ସମ୍ପ୍ରଦାୟ ପାଇଁ ସଂରକ୍ଷିତ ଥିଲା। 2011 ପରଠାରୁ ସିଙ୍ଗାପୁରରେ ଏହା ହେଉଛି ପ୍ରଥମ ରାଷ୍ଟ୍ରପତି ନିର୍ବାଚନ। ସିଙ୍ଗାପୁରରେ ପ୍ରଥମ ରାଷ୍ଟ୍ରପତି ନିର୍ବାଚନ 28 ଅଗଷ୍ଟ 1993 ରେ ଅନୁଷ୍ଠିତ ହୋଇଥିଲା।

ବିଦାୟୀ ରାଷ୍ଟ୍ରପତି ହଲିମା ୟାକୁବଙ୍କ ଛଅ ବର୍ଷର କାର୍ଯ୍ୟକାଳ 13 ସେପ୍ଟେମ୍ବରରେ ଶେଷ ହେବ। ସେ ଦେଶର ଅଷ୍ଟମ ତଥା ପ୍ରଥମ ମହିଳା ରାଷ୍ଟ୍ରପତି ଥିଲେ। ତାଙ୍କ ବିଦାୟ ପରେ ନବମ ରାଷ୍ଟ୍ରପତି ଆସନରେ ପଦାର୍ପଣ କରିବେ ଥର୍ମନ। 66 ବର୍ଷିୟ ଥର୍ମନ ଶଣମୁଗରତ୍ନମ୍ ଜଣେ ଭାରତୀୟ ବଂଶୋଦ୍ଭବ। କିନ୍ତୁ ତାଙ୍କ ଜନ୍ମ ସିଙ୍ଗାପୁରରେ। ସେ 2001 ରେ ରାଜନୀତିରେ ପ୍ରବେଶ କରିଥିଲେ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଶାସକ ପିପୁଲ୍ସ ଆକ୍ସନ୍ ପାର୍ଟି (PAP)ର ବିଭିନ୍ନ ସରକାରୀ ପଦବୀ ତଥା ମନ୍ତ୍ରୀ ପଦରେ ରହିଆସିଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story