୩ ବର୍ଷ ହେଲା ଗଛ ମୂଳରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ

ଷଷ୍ଠ ଶ୍ରେଣୀର ପିଲାଙ୍କ ପାଇଁ ଶ୍ରେଣୀଗୃହ ନାହିଁ। ତେଣୁ ପିଲାମାନେ ସ୍କୁଲ କ୍ୟାମ୍ପସରେ ଥିବା ଆମ୍ୱ ଗଛ ମୂଳରେ ବସି ପାଠ ପଢ଼ୁଛନ୍ତି। ଦୀର୍ଘ ୩ ବର୍ଷ ହେଲା ଖରା ଓ ଶୀତକୁ ଖାତିର ନକରି ପିଲାମାନେ ମୁକ୍ତାକାଶ ତଳେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି।

Tree PhotoOR

ଗଛ ମୂଳରେ ପିଲାମାନେ ପାଠ ପଢ଼ୁଛନ୍ତି

Manoranjan Sial
  • Published: Tuesday, 17 October 2023
  • Updated: 17 October 2023, 06:33 PM IST

Sports

Latest News

‘ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ’। ସର୍ବଶିକ୍ଷା ଅଭିଯାନରେ ଏମିତି ନାରା ଦିଆଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ସଭିଏଁ କେମିତି ଓ କେମିତି ପଢ଼ିବେ? କ’ଣ ଗଛ ମୂଳରେ? ଏହାର ଉତ୍ତର ବୋଧହୁଏ ପ୍ରଶାସନ ପାଖରେ ନଥିବ। ହେଲେ ଘଟଣା ସମ୍ପୂର୍ଣ୍ଣ ସତ। ମାସେ କି ଦୁଇ ମାସ ନୁହେଁ, ଦୀର୍ଘ ୩ ବର୍ଷ ଧରି ପିଲାମାନେ ଆମ୍ୱ ଗଛ ମୂଳରେ ବସି ପାଠ ପଢ଼ୁଛନ୍ତି। ଇଏ ପୁଣି ଗୋଟିଏ ସରକାରୀ ସ୍କୁଲ। ହେଲେ ଏଥିପ୍ରତି ପଙ୍ଗୁ ପ୍ରଶାସନର ଆଖି ପଡ଼ୁନି। ଶିକ୍ଷା ବିଭାଗର ଏପରି ବିକଳ ଚିତ୍ର ଆସିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ ଅଞ୍ଚଳରୁ।

ଶିକ୍ଷାର ଦୀପ ଜାଳିବା ପାଇଁ ୧୯୫୪ ମସିହାରେ ଚାଉଳଧୂଆ ନଦୀ କୂଳରେ ଝିରିପାଣି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଆଖପାଖ ଅଞ୍ଚଳରେ ସ୍କୁଲ ନଥିବାରୁ ୨୦୦୮ ମସିହାରେ ଅପ୍‌ଗ୍ରେଡେସନ୍‌ କରାଯାଇଥିଲା। ଅର୍ଥାତ ନବମ ଓ ଦଶମ ଶ୍ରେଣୀ ଖୋଲିଥିଲା। ଅପ୍‌ଗ୍ରେଡେସନ୍‌ ପରେ ସ୍କୁଲରେ ଶ୍ରେଣୀଗୃହ ନିର୍ମାଣ ପାଇଁ ସ୍ଥାନ ଅଭାବ ପଡିଲା। ତେଣୁ ସ୍କୁଲଠାରୁ ୨୦୦ ମିଟର ଦୂରରେ ଆଉ ଗୋଟିଏ ବିଲ୍‌ଡିଂ ନିର୍ମାଣ କରାଗଲା। ସେହି ବିଲ୍‌ଡିଂରେ ଥିବା ଦୁଇଟି ଶ୍ରେଣୀରେ ନବମ ଓ ଦଶମ ଶ୍ରେଣୀ ଚାଲିଲା। ସେହି ସ୍କୁଲକୁ ପରବର୍ତ୍ତୀ ସମୟରେ 5-Tରେ ଅନ୍ତର୍ଭୁକ୍ତ କରାଗଲା। ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ ହେବା ପରେ ନୂଆ କିଛି ହୋଇନାହିଁ। କେବଳ ଦୁଇ ଶ୍ରେଣୀ ଗୃହରେ ରଙ୍ଗ ମାରି ଚୁପ୍‌ ବସିଛି ପ୍ରଶାସନ।

Also Read

ସେପଟେ ସ୍କୁଲର ପୁରୁଣ କ୍ୟାମ୍ପସରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୫୬ ଜଣ ପିଲାମାନେ ପଢ଼ୁଛନ୍ତି। ଚାଉଳଧୂଆ ନଦୀ କୂଳରେ ତିଆରି ହୋଇଥିବା ଏହି ସ୍କୁଲରେ ରହିଛି ଗୋଟିଏ ମାତ୍ର ଶ୍ରେଣୀ ଗୃହ। ସେହି ଶ୍ରେଣୀ ଗୃହରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ପିଲାମାନେ ବସି ପାଠ ପଢ଼ୁଛନ୍ତି। ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲାମାନେ ସ୍କୁଲ କ୍ୟାମ୍ପସରେ ତିଆରି ହୋଇଥିବା ରୋଷେଇ ଘରେ ପଢ଼ୁଥିବା ବେଳେ ସିଆର୍‌ସି କୋଠାରେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ପିଲାମାନେ ଅଧ୍ୟୟନ କରୁଛନ୍ତି।

ଷଷ୍ଠ ଶ୍ରେଣୀର ପିଲାଙ୍କ ପାଇଁ ଶ୍ରେଣୀଗୃହ ନାହିଁ। ତେଣୁ ପିଲାମାନେ ସ୍କୁଲ କ୍ୟାମ୍ପସରେ ଥିବା ଆମ୍ୱ ଗଛ ମୂଳରେ ବସି ପାଠ ପଢ଼ୁଛନ୍ତି। ଦୀର୍ଘ ୩ ବର୍ଷ ହେଲା ଖରା ଓ ଶୀତକୁ ଖାତିର ନକରି ପିଲାମାନେ ମୁକ୍ତାକାଶ ତଳେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ବର୍ଷା ପବନ ହେଲେ କଥା ସରିଲା। ସେ ଦିନ ପାଇଁ ପାଠ ପଢା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଉଥିଲା। ଅଭିଭାବକମାନେ ଏନେଇ ବହୁବାର ପ୍ରଶାସନ ପାଖରେ ଗୁହାରୀ କରିଛନ୍ତି। ହେଲେ ବ୍ଲକ୍‌ ପ୍ରଶାସନ ତିଳେ ମାତ୍ର ନଜର ଦେଉନାହିଁ। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Treeପିଲାମାନେ ପାଠ ପଢ଼ୁଛନ୍ତି

ସ୍କୁଲ ପରିଚାଳନା କମିଟି ସଭାପତି ବଳିନ୍ଦ୍ର ପାତ୍ର କହିଛନ୍ତି, ଷଷ୍ଠ ଶ୍ରେଣୀ ପିଲାଙ୍କ ପାଇଁ ଶ୍ରେଣୀଗୃହ ନାହିଁ। ତେଣୁ ପିଲାମାନେ ଗଛ ମୂଳରେ ବସି ପାଠ ପଢ଼ୁଛନ୍ତି। କେତେବେଳେ କ’ଣ ଦୁର୍ଘଟଣା ଘଟିବ କେହି କହିପାରିବ ନାହିଁ। ଶ୍ରେଣୀଗୃହ ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କ ପାଖରେ ଅଭିଯୋଗ କରିଛୁ। ହେଲେ କେହି ଶୁଣୁନଥିବା ଶ୍ରୀ ପାତ୍ର କହିଛନ୍ତି।

ସବୁଠାରୁ ମଜାଦାର କଥା ହେଉଛି, ୮ଟି ଶ୍ରେଣୀ ପାଇଁ ସ୍କୁଲରେ ଆବଶ୍ୟକ ଶ୍ରେଣୀ ଗୃହ ନାହିଁ। ଏ ସମ୍ପର୍କରେ ଅବଗତ ଅଛନ୍ତି ବୋଲି ତୁମୁଡ଼ିବନ୍ଧ ବ୍ଲକ୍‌ ଶିକ୍ଷା ଅଧିକାରୀ କହିଛନ୍ତି। ହେଲେ ସେଠାରେ ଛାତ୍ରଛାତ୍ରୀମାନେ ଗଛ ମୂଳରେ ବସି ପାଠ ପଢୁଥିବା ସମ୍ପର୍କରେ ସେ ଜାଣିନାହାନ୍ତି ବୋଲି କହୁଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଶ୍ରେଣୀଗୃହ ଯଦି ଅଭାବ ରହିଛି, ତାହାହେଲେ ପିଲାମାନେ କେଉଁଠି ପଢ଼ୁଛନ୍ତି? ଏ ସମ୍ପର୍କରେ କେବେ ଶିକ୍ଷା ଅଧିକାରୀ ତର୍ଜମା କରିଛନ୍ତି କି? କେବେ ସ୍କୁଲ ପରିଦର୍ଶନ କରିଛନ୍ତି?

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ ନାୟକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story