ରିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ଦଳରେ ୪ ଓଡ଼ିଆ

ନୂଆଦିଲ୍ଲୀ: ଅଗଷ୍ଟ ୩ରୁ ବ୍ରାଜିଲ୍‌ର ରିଓ ଡି ଜେନେରିଓରେ ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହେବାକୁ ଥିବା ବେଳେ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ ମହିଳା ହକି ଦଳ ଘୋଷିତ ହୋଇଛି। ଏଥିରେ ସ୍ଥାନ ପାଇଛନ୍ତି ୪ ଓଡ଼ିଆ ଖେଳାଳି। ସେମାନେ ହେଲେ ଦୀପଗ୍ରେସ ଏକ୍କା, ଲିଳିମା ମିଞ୍ଜ, ନମିତା ଟପ୍ପୋ ଓ ସୁନୀତା ଲାକ୍ରା। ୩୬ ବର୍ଷ ପରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ବେଶ୍‌ ଉତ୍ସାହିତ ଅଛି ଭାରତୀୟ […]

4 odiya in-alimpics

4 odiya in-alimpics

Rakesh Mallick
  • Published: Tuesday, 12 July 2016
  • Updated: 12 July 2016, 09:11 PM IST

Sports

Latest News

4 odiya in-alimpicsନୂଆଦିଲ୍ଲୀ: ଅଗଷ୍ଟ ୩ରୁ ବ୍ରାଜିଲ୍‌ର ରିଓ ଡି ଜେନେରିଓରେ ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହେବାକୁ ଥିବା ବେଳେ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ ମହିଳା ହକି ଦଳ ଘୋଷିତ ହୋଇଛି। ଏଥିରେ ସ୍ଥାନ ପାଇଛନ୍ତି ୪ ଓଡ଼ିଆ ଖେଳାଳି। ସେମାନେ ହେଲେ ଦୀପଗ୍ରେସ ଏକ୍କା, ଲିଳିମା ମିଞ୍ଜ, ନମିତା ଟପ୍ପୋ ଓ ସୁନୀତା ଲାକ୍ରା।

୩୬ ବର୍ଷ ପରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ବେଶ୍‌ ଉତ୍ସାହିତ ଅଛି ଭାରତୀୟ ମହିଳା ଟିମ୍‌।

ଦୀପ୍‌ଗ୍ରେସ ଏକ୍କା ଦଳରେ ଡିଫେଣ୍ଡର ଭାବେ ସ୍ଥାନ ପାଇଛନ୍ତି। ସେ ୧୦୧ଟି ଆନ୍ତର୍ଜାତିକ ମ୍ୟାଚରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ବେଳେ ୩ଟି ଆନ୍ତର୍ଜାତିକ ଗୋଲ ଦେଇଛନ୍ତି।

ନମିତା ଟପ୍ପୋ ଦଳରେ ହାଫ୍‌ବ୍ୟାକ୍‌ ଭାବେ ସ୍ଥାନ ପାଇଛନ୍ତି। ସେ ଏପର୍ଯ୍ୟନ୍ତ ମୋଟ୍ ୯୨ଟି ମ୍ୟାଚ୍‌ ଖେଳି ୪ଟି  ଗୋଲ ଦେଇଛନ୍ତି। ଦଳରେ ସୁନୀତା ଲାକ୍ରା ଫରୱାର୍ଡ ଭାବେ ସ୍ଥାନ ପାଇଛନ୍ତି। ସେ ମୋଟ ୭୧ଟି ମ୍ୟାଚ୍‌ ଖେଳି ୨ଟି ଆନ୍ତର୍ଜାତିକ ଗୋଲ୍‌ ଦେବାର ସଫଳ ହୋଇଥିବା ବେଳେ ଲିଳିମା ମିଞ୍ଜ ଫରୱାର୍ଡ ଭାବେ ଦଳରେ ସ୍ଥାନ ପାଇଛନ୍ତି। ସେ ମୋଟ ୭୨ଟି ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ୫ଟି ଗୋଲ ଦେଇଛନ୍ତି।

ନମିତା ଟପ୍ପୋ କହିଛନ୍ତି,“ମୁଁ ଭାରତୀୟ ମହିଳା ଦଳରେ ସ୍ଥାନ ପାଇ ରିଓ ଅଲିମ୍ପିକ୍ସ ପାଇଁ ଖେଳିବାର ସୁଯୋଗ ପାଇଥିବାରୁ ବହୁତ ଖୁସି ଅଛି। ଦଳରେ ସ୍ଥାନ ପାଇଥିବାରୁ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରି ମେଡାଲ ଆଣିବି।”

ଲିଳିମା ମିଞ୍ଜ କହିଛନ୍ତି,“ଦୀର୍ଘ ପରେ ଭାରତୀୟ ଦଳ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବାରୁ ବହୁତ ଖୁସି ଲାଗୁଛି। ଆଶା କରୁଛୁ ଆମେ ସମସ୍ତେ ସେଠାରେ ଭଲ ପ୍ରଦର୍ଶନ କରି ଭାରତର ନାଁ ରଖିବୁ।”

ଦୀପଗ୍ରେସ ଏକ୍କା କହିଛନ୍ତି,“ ୩୬ ବର୍ଷ ପରେ ଭାରତୀୟ ମହିଳା ଦଳ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ଆମେ ବହୁତ ଖୁସି। କେବଳ ମୁଁ ନୁହେଁ ଦଳର ସମସ୍ତ ସଦସ୍ୟ ବେଶ୍‌ ଖୁସି ଅଛନ୍ତି।”

କ୍ରୀଡାମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି,“ଭାରତୀୟ ମହିଳା ହକି ଦଳରେ ଓଡ଼ିଶାରୁ ୪ ଜଣ ଖେଳାଳି ସ୍ଥାନ ପାଇବା ଅତ୍ୟନ୍ତ ଗର୍ବର ବିଷୟ। ଏହି ୪ ଜଣ ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ନାଁ ରଖିବେ ବୋଲି ଆଶା କରୁଛି। ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏକ ନୂଆ ପରିଚୟ ସୃଷ୍ଟି କରିଛି। ପ୍ରଥମ ଦୂତି ଚାନ୍ଦ, ତା’ପରେ ଶ୍ରାବଣୀ ନନ୍ଦଙ୍କ ପରେ ଏହି ୪ ଓଡ଼ିଆ ଖେଳାଳି ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ରାଜ୍ୟ ପାଇଁ ଗୌରବର ବିଷୟ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟକଙ୍କୁ ୫୦,୦୦୦ଟଙ୍କା ଲେଖାଏଁ ପ୍ରୋତ୍ସାହନ ଅର୍ଥ ରାଶି ପ୍ରଦାନ କରାଯିବ।”

ପୂର୍ବତନ ଅଲିମ୍ପିଆନ ଦିଲ୍ଲୀପ ତିର୍କୀ କହିଛନ୍ତି,“ନିଶ୍ଚିତ ଭାବେ ମୁଁ କହିବି ଏହା ଖୁସି ଓ ଗର୍ବର କଥା। ଓଡ଼ିଶାରୁ ପୂର୍ବରୁ ୨ ଜଣ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଭାରତୀୟ ମହିଳା ହକି ଦଳରେ ଓଡ଼ିଶାରୁ ୪ ଜଣ ଖେଳାଳି ରହିବା ଆମ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ।”

ପୂର୍ବରୁ ଆଥ୍‌ଲେଟ୍‌ ଶ୍ରାବଣୀ ନନ୍ଦ ଓ ଦୂତି ଚାନ୍ଦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଭାରତୀୟ ମହିଳା ଦଳରେ ୪ ଓଡ଼ିଆ ସ୍ଥାନ ପାଇବା ପରେ ରାଜ୍ୟର କ୍ରୀଡ଼ା ମହଲରେ ଖୁସିର ଲହରୀ ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story