ଏଆଇଏଫ୍‌ଏଫ୍‌ ଟେକ୍ନିକାଲ ଡାଇରେକ୍ଟର ପଦରୁ ଓହରିଲେ ଓ’ଡୋନେଲ

କୋଲକତା: ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେସନ୍‌ (ଏଆଇଏଫ୍‌ଏଫ୍‌)ର ଟେକ୍ନିକାଲ ଡାଇରେକ୍ଟର ପଦରୁ ସ୍କଟ୍‌ ଓ’ଡୋନେଲ ଓହରି ଯାଇଛନ୍ତି। ପାରିବାରିକ ସମସ୍ୟା ପାଇଁ ସେ ତାଙ୍କ ଚୁକ୍ତି ଆଉ ଆଗକୁ ବଢାଇବାକୁ ଚାହୁଁ ନ ଥିବା ଏଆଇଏଫ୍‌ଏଫ୍‌ ପକ୍ଷରୁ କୁହାଯାଇଛି।

ଓ’ଡୋନେଲ ୫ ବର୍ଷ ହେବ ଏଆଇଏଫ୍‌ଏଫ୍‌ ସହ କାମ କରୁଥିଲେ। ଏକ ବର୍ଷ ହେବ ସେ ଟେକ୍ନିକାଲ ଡାଇରେକ୍ଟର ହୋଇଥିଲେ।

ଆସନ୍ତା ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଏସିଆନ କପ୍‌ ଯୋଗ୍ୟତା ମ୍ୟାଚ୍‌ ପାଇଁ ଏଆଇଏଫ୍‌ଏଫ୍‌ ନୂଆ ଟେକ୍ନିକାଲ ଡାଇରେକ୍ଟର ଖୋଜିବା ଆରମ୍ଭ କରିଦେଇଛି।