ସୁନା ପୁଅ ନୀରଜଙ୍କୁ ୬ କୋଟି ଟଙ୍କା ଦେବେ ସରକାର

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ଜିତିଥିବା ଜାଭେଲିନ ଥ୍ରୋଏର ନୀରଜ ଚୋପ୍ରାଙ୍କୁ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏସବୁ ଭିତରେ ସୁନା ପୁଅ ନୀରଜଙ୍କ ପାଇଁ ୬ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ହରିଆଣା ସରକାର। ହରିଆଣା ମୁଖ୍ୟମନ୍ତ୍ରୀ ମନୋହାର ଖଟ୍ଟର ଟିଭିରେ ମ୍ୟାଚ୍‌ ଦେଖିବା ସହ ନୀରଜ ପଦକ ଜିତିବା ପରେ ଏପରି ଘୋଷଣା କରିଛନ୍ତି। ୨୩ ବର୍ଷୀୟ ନୀରଜ ଆଜି ନିଜର ଦ୍ୱିତୀୟ ପ୍ରୟାସରେ ହିଁ ୮୭.୫୮ ମିଟରର […]

Neeraj12

Neeraj12

Hemant Lenka
  • Published: Saturday, 07 August 2021
  • Updated: 07 August 2021, 08:06 PM IST

Sports

Latest News

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ଜିତିଥିବା ଜାଭେଲିନ ଥ୍ରୋଏର ନୀରଜ ଚୋପ୍ରାଙ୍କୁ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏସବୁ ଭିତରେ ସୁନା ପୁଅ ନୀରଜଙ୍କ ପାଇଁ ୬ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ହରିଆଣା ସରକାର। ହରିଆଣା ମୁଖ୍ୟମନ୍ତ୍ରୀ ମନୋହାର ଖଟ୍ଟର ଟିଭିରେ ମ୍ୟାଚ୍‌ ଦେଖିବା ସହ ନୀରଜ ପଦକ ଜିତିବା ପରେ ଏପରି ଘୋଷଣା କରିଛନ୍ତି।

୨୩ ବର୍ଷୀୟ ନୀରଜ ଆଜି ନିଜର ଦ୍ୱିତୀୟ ପ୍ରୟାସରେ ହିଁ ୮୭.୫୮ ମିଟରର ଥ୍ରୋ କରିଥିଲେ। ଏହି ଦୂରତାକୁ ବିଶ୍ୱର ଆଉ କୌଣସି ଖେଳାଳି ଶତ ଚେଷ୍ଟା କରି ମଧ୍ୟ ଅତିକ୍ରମ କରି ପାରି ନଥିଲେ। ନୀରଜ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଚେକ ଗଣରାଜ୍ୟର ଦୁଇ ଖେଳାଳି ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଅଲିମ୍ପିକ୍ସର ଆଥଲେଟିକ୍ସ ଇଭେଣ୍ଟରେ ନୀରଜ ଦେଶର ପାଇଁ ପ୍ରଥମ ପଦକ ଜିତିବାର ରେକର୍ଡ କରିଛନ୍ତି। ସେହିପରି ଅଲିମ୍ପିକ୍ସରେ ସେ ଦ୍ୱିତୀୟ ଭାରତୀୟ ଭାବେ ସୁନା ପଦକ ହାସଲ କରିଛନ୍ତି। ତାଙ୍କୁ ପୂର୍ବରୁ ୨୦୦୮ରେ ଶୁଟର ଅବିନଭ ବିନ୍ଦ୍ରା ସ୍ୱର୍ଣ୍ଣ ଜିତିଥିଲେ।

ନୀରଜଙ୍କ ସଫଳତା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଶୁଭେଚ୍ଛା ଜଣାଇବା ସହ ୬ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ସେ କହିଛନ୍ତି, ଐତିହାସିକ। ଦମଦାର ପ୍ରଦର୍ଶନ ସହ ବିଶ୍ୱର ସର୍ବଶ୍ରେଷ୍ଠ ପ୍ରତିଯୋଗିତାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜଙ୍କୁ ଶୁଭେଚ୍ଛା।

ଏହି ସମୟକୁ ଦେଶ ଦୀର୍ଘ ବର୍ଷ ହେଲା ଅପେକ୍ଷା କରି ରହିଥିଲା। ପୂରା ଦେଶ ଆଜି ଗର୍ବିତ ବୋଲି ସେ କହିଛନ୍ତି। ଏହାପୂର୍ବରୁ ଶ୍ରୀ ଖଟ୍ଟର ଜାଭେଲିନ ଥ୍ରୋର ଫାଇନାଲ ଦେଖୁଥିବା ବେଳର ଫଟୋ ଟ୍ୱିଟ କରିଥିଲେ।

ଗୁରୁବାର ଖଟ୍ଟର ରାଜ୍ୟରୁ ଯେଉଁ ଖେଳାଳିମାନେ ଅଲିମ୍ପିକ୍ସରେ ଭାଗ ନେଇଛନ୍ତି, ସେମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story