ଆଉ ଅଲିମ୍ପିକ୍ସରେ ଦିଶିବନି ମ୍ୟାରକମଙ୍କ ପଞ୍ଚ: ହାରିବା ପରେ କାନ୍ଦିଲେ, ବିଚାରପତିଙ୍କୁ ଦୋଷ ଦେଲେ

ଟୋକିଓ: ସରି ଯାଇଛି ମ୍ୟାରିକମଙ୍କ ଯୁଗ। ଭାରତୀୟ ବକ୍ସିଂରେ ନୂଆ ଇତିହାସ ସୃଷ୍ଟି କରି ୬ଥର ବିଶ୍ୱ ବିଜେତା ହୋଇଥିବା ମ୍ୟାରିକମଙ୍କ ଅଲିମ୍ପିକ୍ସ ଅଭିଯାନରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବକ୍ସିଂର ଏହି ମହାନ ଖେଳାଳିଙ୍କୁ ଆଉ ଅଲିମ୍ପିକ୍ସରେ ଲଢ଼େଇ କରୁଥିବା ଦେଖିବାକୁ ମିଳିବନି। କାରଣ ଟୋକିଓ ଥିଲା ଏହି ୩୮ ବର୍ଷୀୟ ବକ୍ସରଙ୍କ ଶେଷ ଅଲିମ୍ପିକ୍ସ। ଏହି ଅଲିମ୍ପିକ୍ସରେ ତାଙ୍କ ଠାରୁ ସମସ୍ତେ ପଦକ ଆଶା କରିଥିଲେ। ହେଲେ ଦୁର୍ଭାଗ୍ୟଜନକ ଭାବେ ପ୍ରି କ୍ୱାର୍ଟର ଫାଇନାଲରେ ସେ ବିଶ୍ୱର […]

Marykom1

Marykom1

Hemant Lenka
  • Published: Thursday, 29 July 2021
  • Updated: 29 July 2021, 08:09 PM IST

ଟୋକିଓ: ସରି ଯାଇଛି ମ୍ୟାରିକମଙ୍କ ଯୁଗ। ଭାରତୀୟ ବକ୍ସିଂରେ ନୂଆ ଇତିହାସ ସୃଷ୍ଟି କରି ୬ଥର ବିଶ୍ୱ ବିଜେତା ହୋଇଥିବା ମ୍ୟାରିକମଙ୍କ ଅଲିମ୍ପିକ୍ସ ଅଭିଯାନରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବକ୍ସିଂର ଏହି ମହାନ ଖେଳାଳିଙ୍କୁ ଆଉ ଅଲିମ୍ପିକ୍ସରେ ଲଢ଼େଇ କରୁଥିବା ଦେଖିବାକୁ ମିଳିବନି। କାରଣ ଟୋକିଓ ଥିଲା ଏହି ୩୮ ବର୍ଷୀୟ ବକ୍ସରଙ୍କ ଶେଷ ଅଲିମ୍ପିକ୍ସ।

ଏହି ଅଲିମ୍ପିକ୍ସରେ ତାଙ୍କ ଠାରୁ ସମସ୍ତେ ପଦକ ଆଶା କରିଥିଲେ। ହେଲେ ଦୁର୍ଭାଗ୍ୟଜନକ ଭାବେ ପ୍ରି କ୍ୱାର୍ଟର ଫାଇନାଲରେ ସେ ବିଶ୍ୱର ତୃତୀୟ ସିଡ୍‌ ଇଙ୍ଗରିତ ଭାଲେନସିଆଙ୍କ ଠାରୁ ହାରି ଯାଇଛନ୍ତି। ମ୍ୟାଚ୍‌ ହାରିବା ପରେ ସେ ରିଙ୍ଗ ଭିତରେ ଖେଳୁଆଡ଼ ମନୋଭାବ ଦେଖାଇ ଇଙ୍ଗରିତଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ।

ହେଲେ ଏହି ପରାଜୟ ତାଙ୍କୁ ବହୁତ କଷ୍ଟ ଦେଇଥିଲା। ଏପରି କି ସେ ରିଙ୍ଗ ବାହାରକୁ ଆସିବା ପରେ କାନ୍ଦି ବି ପକାଇଥିଲେ। ପରାଜୟ ପାଇଁ ସେ ଅମ୍ପାୟରଙ୍କ ଭୁଲ ନିଷ୍ପତ୍ତିକୁ ଦାୟୀ ବି କରିଛନ୍ତି। ମ୍ୟାରକମ ବିଚାରପତିଙ୍କ ସ୍ପ୍ଲିଟ ନିଷ୍ପତ୍ତିରେରେ ଇଙ୍ଗରିତଙ୍କ ଠାରୁ ପରାସ୍ତ ହୋଇଛନ୍ତି।

Mary said that she faced a similar situation in the last world championships.

ଏହି ନିଷ୍ପତ୍ତିକୁ ଦେଖି ୬ଥର ବିଶ୍ୱବିଜେତା ପୂରା ସ୍ତବ୍ଧ ହୋଇଯାଇଛନ୍ତି। ଫାଇନାଲ ବାଉଟରେ ଦୁଇ ଜଣ ବିଚାରପତି ଇଙ୍ଗରିତଙ୍କ ସପକ୍ଷରେ ରାୟ ଦେଇଥିବା ବେଳେ ୨ ଜଣ ମ୍ୟାରିକମ ବିଜୟୀ ବୋଲି କହିଥିଲେ। ଏପରି କି ମ୍ୟାରିକମ ବିଧିବଦ୍ଧ ଫଳାଫଳ ଘୋଷଣା ହେବା ପୂର୍ବରୁ ରିଙ୍ଗ ଭିତରେ ସେ ଜିତିଥିବା ମଧ୍ୟ ଅନୁଭବ କରି ହାତ ଉଠାଇଥିଲେ।

ହେଲେ ସ୍ପ୍ଲିଟ ନିଷ୍ପତ୍ତିରେ ମ୍ୟାରିକମ ୩-୨ରେ ଇଙ୍ଗରିତଙ୍କ ଠାରୁ ହାରି ଯାଇଥିବା ଘୋଷଣା କରାଯାଇଥିଲା। ଏଥିରେ ସେ ପୂରା ଭାଙ୍ଗି ପଡ଼ିଥିଲେ। ମ୍ୟାଚ୍‌ ପରେ ସେ ବିଚାରପତିଙ୍କ ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ସେ ହାରି ଯାଇଥିବା କଥାକୁ ବିଶ୍ୱାସ କରିପାରୁ ନଥିବା କହିଛନ୍ତି।

ସେ କହିଛନ୍ତି, “ମୋତେ ୪୦ ବର୍ଷ ହେବା ଯାଏ ମୁଁ ଖେଳିବି। ଏହି ମ୍ୟାଚ୍‌ର ନିଷ୍ପତ୍ତି ବେଶ ଦୁର୍ଭାଗ୍ୟଜନକ। ରେଜଲ୍ଟ ମୋତେ ଆଶ୍ଚର୍ଯ୍ୟ କରିଛି। ସେମାନେ ଆରମ୍ଭରୁ ଗୋଟିଏ ହେଲେ ବି ପ୍ରତିବାଦକୁ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ। ଲଢ଼େଇ ପୂର୍ବରୁ ଏହା ସ୍ପଷ୍ଟ ହୋଇଥିଲା। ମୁଁ ଭାବିଥିଲି ମୁଁ ପଦକ ଜିତି ଫେରିବି। ହେଲେ ମୁଁ ବୁଝି ପାରୁନି କ’ଣ ଭୁଲ ହେଲା? ଏଯାଏ ବି ମୁଁ ହାରିଛି ବୋଲି ବିଶ୍ୱାସ କରିପାରୁନି।”

ସୂଚନାଯୋଗ୍ୟ, ଆଜି ମ୍ୟାଚ୍‌ର ପ୍ରଥମ ସେଟ୍‌ରେ ଇଙ୍ଗରିତ ପଞ୍ଚ ପରେ ପଞ୍ଚ ମାରି ମ୍ୟାରିକମଙ୍କୁ ପଛରେ ପକାଇ ଦେଇଥିଲେ। ଏହି ସେଟ୍‌କୁ ସେ ୪-୧ରେ ଜିତି ନେଇଥିଲେ। ଦ୍ୱିତୀୟ ସେଟ୍‌ରେ ମ୍ୟାରିକମ୍‌ ଆଟାକିଂ ଖେଳ ଖେଳିଥିଲେ। ଏହାର ଫାଇଦା ମଧ୍ୟ ତାଙ୍କୁ ମିଳିଥିଲା। ଏହି ସେଟ୍‌ ୩:୨ରେ ମ୍ୟାରିକମଙ୍କ ସପକ୍ଷରେ ଯାଇଥିଲା।

ତୃତୀୟ ସେଟ୍‌ରେ ମଧ୍ୟ ରୋମାଞ୍ଚ ଭରି ରହିଥିଲା। କିନ୍ତୁ ଶେଷରେ ମ୍ୟାରି କମ ୩:୨ରେ ବାଉଟ ହାରି ଯାଇଥିବା ଘୋଷଣା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story