ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଙ୍ଗାଲୋରରେ ଚାଲିଥିବା ୧୯ଶ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପରେ ପୁଣି କମାଲ୍ କରିଛନ୍ତି ଓଡ଼ିଆ ଝିଅ ଜୟନ୍ତୀ ବେହେରା। ଶୁକ୍ରବାର ଜୟନ୍ତୀ ଉଭୟ ୨୦୦ ମିଟର୍ ଓ ୧୦୦ ମିଟର ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ଚଳିତ ଚାମ୍ପିୟନଶିପରେ ଜୟନ୍ତୀ ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
ଶୁକ୍ରବାର ଜୟନ୍ତୀ ସକାଳେ ୨୦୦ ମିଟର୍ ଦୌଡ଼ର ଟି-୪୭ ବର୍ଗକୁ ୨୬.୪୯ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ସନ୍ଧ୍ୟାରେ ୧୦୦ ମିଟରକୁ ଜୟନ୍ତୀ ୧୩.୧୧ ସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି। ଗୁରୁବାର ଜୟନ୍ତୀ ୪୦୦ ମିଟର୍ ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାତେଇଥିଲେ।
ଆଜି ପର୍ଯ୍ୟନ୍ତ ଜୟନ୍ତୀ ୫ଟି ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପରେ ଅଂଶଗ୍ରହଣ କରିଛନ୍ତି। ସମସ୍ତ ୫ଟି ଯାକ ଚାମ୍ପିୟନଶିପର ୧୦୦, ୨୦୦, ୪୦୦ ମିଟରରେ ଜୟନ୍ତୀ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ପାରା ସ୍ପୋର୍ଟସ୍ ଆସୋସିଏସନ୍ ଅଭିନନ୍ଦନ ଜଣାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Sports
କେଉଁ ଅନଲାଇନ୍ ଗେମ୍ ବୈଧ?
ଭାରତରେ ଓ ଦେଶର ବିଭିନ୍ନ ରାଜ୍ୟ ଭିତରେ ଭିନ୍ନ ଭିନ୍ନ ଆଇନ ରହିଛି। ଗେମ୍ ଓ ଗାମ୍ବଲିଂ ବା ବେଟିଂ ଭିତରେ ଫରକ ରହିଛି।

Cricket
ହର୍ଷ ଭୋଗଲେ ଓ ସାଇମନ ଡୁଲଙ୍କୁ ବ୍ୟାନ କରିବ କି ବିସିସିଆଇ?
ଘରୋଇ ଟିମ ବଦଳରେ କ୍ୟୁରଟର୍ସ ପ୍ରତିପକ୍ଷ ଟିମକୁ ସୁହାଇଲା ଭଳି ପିଚ୍ ପ୍ରସ୍ତୁତ କରୁଥିବା ସେମାନେ କହିଥିଲେ।

Cricket
ବିସିସିଆଇର ବାର୍ଷିକ ଚୁକ୍ତି: କାହାର ହେଲା ପ୍ରମୋସନ, କିଏ ହରାଇଲେ କଣ୍ଟ୍ରାକ୍ଟ?
ରୋହିତ, ବିରାଟ ଓ ଜାଡେଜା ୨୦୨୪ ଟି-୨୦ ବିଶ୍ୱକପ ଜିତିବା ପରେ ଏହି ଫର୍ମାଟରୁ ଅବସର ନେଇ ସାରିଛନ୍ତି। ଏବେ ୩ ଖେଳାଳି କେବଳ ଦିନିକିଆ ଓ ଟେଷ୍ଟ କ୍ରିକେଟ ଭାରତ ପାଇଁ ଖେଳୁଛନ୍ତି। ତଥାପି ଏହି ୩ ଖେଳାଳତଙ୍କୁ ଏ+ କ୍ୟାଟାଗୋରୀରେ ରଖାଯାଇଛି।

Cricket
ବର୍ଷକ ଭିତରେ କେମିତି ନିଜ ବ୍ୟାଟିଂକୁ ପୂରା ବଦଳାଇ ଦେଲେ କେଏଲ ରାହୁଲ?
୨୦୨୪ ଏପ୍ରିଲର କେଏଲ ରାହୁଲ ଓ ୨୦୨୫ ଏପ୍ରିଲର କେଏଲ ଆଦୌ ସମାନ ନୁହନ୍ତି। ସେହିପରି ଏପରି ପରିବର୍ତ୍ତନର ଆବଶ୍ୟକତା ମଧ୍ୟ ରହିଥିଲା।

Cricket
ଇତିହାସରେ ପ୍ରଥମ: କେମିତି ସଚିନଙ୍କୁ ପଛରେ ପକାଇଲେ ରଜତ ପାଟିଦାର?
୯୬ ରନର ଟାର୍ଗେଟକୁ ପିଛା କରିବା ପଞ୍ଜାବ ପାଇଁ ମଧ୍ୟ ସହଜ ହୋଇ ନଥିଲା। ଦଳ ୫ ୱିକେଟ ହରାଇଥିଲା। କିନ୍ତୁ ଶେଷରେ ୧୧ ବଲର ପୂର୍ବରୁ ବିଜୟ ମୁଣ୍ଡି ମାରିଥିଲା।