ଆତ୍ମହତ୍ୟା ଉଦ୍ୟମ କରିଥିବା ୩ ମହିଳା କ୍ରୀଡ଼ାବିତଙ୍କ ଅବସ୍ଥାରେ ଉନ୍ନତି; ତଦନ୍ତ କରିବ ମେଡିକାଲ ବୋର୍ଡ

ନୂଆଦିଲ୍ଲୀ: କେରଳର ଅଲପୁଝାସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଜଳ କ୍ରୀଡ଼ା କେନ୍ଦ୍ରରେ ଗୁରୁବାର ଚାରି ଜଣ ଝିଅ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ତିନି ଜଣଙ୍କୁ ସଂକଟାପ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଅନ୍ୟପକ୍ଷରେ ଘଟଣାର ତଦନ୍ତ କରିବାକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି ବୋଲି କ୍ରୀଡ଼ା ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି। ଅନ୍ୟପକ୍ଷରେ […]

sai

sai

Rakesh Mallick
  • Published: Friday, 08 May 2015
  • Updated: 08 May 2015, 02:10 PM IST

Sports

Latest News

ନୂଆଦିଲ୍ଲୀ: କେରଳର ଅଲପୁଝାସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଜଳ କ୍ରୀଡ଼ା କେନ୍ଦ୍ରରେ ଗୁରୁବାର ଚାରି ଜଣ ଝିଅ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ତିନି ଜଣଙ୍କୁ ସଂକଟାପ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଅନ୍ୟପକ୍ଷରେ ଘଟଣାର ତଦନ୍ତ କରିବାକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି ବୋଲି କ୍ରୀଡ଼ା ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି।

ଅନ୍ୟପକ୍ଷରେ ଆଜି ଏହି ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧୀ ଦଳଗୁଡ଼ିକ ସାଇର ଡାଇରେକ୍ଟର ଜେନେରାଲଙ୍କ ଇସ୍ତଫା ଦାବି କରିଥିଲେ।

 ଜଳ କ୍ରୀଡ଼୍ରା କେନ୍ଦ୍ରରେ ଏହି ଝିଅମାନେ ପ୍ରଶିକ୍ଷଣ ନେଉଥିବା ବେଳେ ପ୍ରଶିକ୍ଷକଙ୍କ ଦ୍ୱାରା ଉଭୟ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେଉଥିଲେ ବୋଲି ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମରି ଯାଇଥିବା ଝିଅଟିର ପରିବାର ଲୋକେ ଘଟଣାର ତଦନ୍ତ ଦାବି କରିଛନ୍ତି ଓ ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

 ରାତି ପ୍ରାୟ ୩ଟା ବେଳେ ଏହି ଝିଅମାନେ ହଷ୍ଟେଲରେ ଏକ ପ୍ରକାରର ବିଷ ଜାତୀୟ ଫଳ ଖାଇ ଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ ଏହ ଫଳକୁ କୁହାଯାଉଛି ’ଓଥାଲାଙ୍ଗା’ । ସକାଳେ ଯେତେବେଳେ ସେମାନେ ଅଚେତ ହୋଇଯିବା ପରେ ସେମାନଙ୍କୁ ଅଲପୁଝା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସଠାରେ ଜଣଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରମାନେ ହିଁ କହିଥିଲେ ଯେ ସମାନେ ବିଷ ଖାଇ ଦେଇଛନ୍ତି।  ଅନ୍ୟ ତିନି ଜଣଙ୍କର ଚିକିତ୍ସା ଚାଲିଛି।

 

ଅନ୍ୟପକ୍ଷରେ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହଷ୍ଟେଲ କର୍ତ୍ତୃପକ୍ଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos