ବାଂଲାଦେଶର ଦମଦାର ବ୍ୟାଟିଂ, ଦକ୍ଷିଣ ଆଫ୍ରିକାକୁ ୩୩୧ ରନର ଟାର୍ଗେଟ୍

ଲଣ୍ଡନ: ଚଳିତ ବିଶ୍ୱକପରେ ଯେଉଁଠି ପାକିସ୍ତାନ ଓ ଶ୍ରୀଲଙ୍କା ଭଳି ଏସୀୟ ଟିମର ବ୍ୟାଟିଂ ଫେଲ୍ ମାରୁଛି, ସେହିଠାରେ ବାଂଲାଦେଶ ଦମ୍ ଦେଖାଇଛି। ରବିବାର ଆଇସିସି ବିଶ୍ୱକପର ପଞ୍ଚମ ମ୍ୟାଚରେ ବାଂଲାଦେଶର ସାମ୍ନା ଦକ୍ଷିଣ ଆଫ୍ରିକା ସହ ହୋଇଛି। ଏହି ମୁକାବିଲାରେ ବାଂଲାଦେଶ ଜବରଦସ୍ତ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୩୦ ରନ୍ କରିଛି। ଦିନିକିଆ କ୍ରିକେଟରେ ବାଂଲାଦେଶର ଏହା ସର୍ବାଧିକ ସ୍କୋର। ଏହା ପୂର୍ବରୁ ୨୦୧୫ରେ ପାକିସ୍ତାନ ବିପକ୍ଷରେ ବାଂଲାଦେଶ […]

bangladesh

bangladesh

Hemant Lenka
  • Published: Sunday, 02 June 2019
  • Updated: 02 June 2019, 07:03 PM IST

ଲଣ୍ଡନ: ଚଳିତ ବିଶ୍ୱକପରେ ଯେଉଁଠି ପାକିସ୍ତାନ ଓ ଶ୍ରୀଲଙ୍କା ଭଳି ଏସୀୟ ଟିମର ବ୍ୟାଟିଂ ଫେଲ୍ ମାରୁଛି, ସେହିଠାରେ ବାଂଲାଦେଶ ଦମ୍ ଦେଖାଇଛି। ରବିବାର ଆଇସିସି ବିଶ୍ୱକପର ପଞ୍ଚମ ମ୍ୟାଚରେ ବାଂଲାଦେଶର ସାମ୍ନା ଦକ୍ଷିଣ ଆଫ୍ରିକା ସହ ହୋଇଛି। ଏହି ମୁକାବିଲାରେ ବାଂଲାଦେଶ ଜବରଦସ୍ତ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୩୦ ରନ୍ କରିଛି।

ଦିନିକିଆ କ୍ରିକେଟରେ ବାଂଲାଦେଶର ଏହା ସର୍ବାଧିକ ସ୍କୋର। ଏହା ପୂର୍ବରୁ ୨୦୧୫ରେ ପାକିସ୍ତାନ ବିପକ୍ଷରେ ବାଂଲାଦେଶ ୬  ୱିକେଟରେ ୩୨୯ ରନ୍ କରିଥିଲା। ବାଂଲାଦେଶ ପକ୍ଷରୁ ମଧ୍ୟକ୍ରମରେ ଦୁଇ ଅଭିଜ୍ଞ ସାକିବ୍ ଅଲ୍ ହାସନ୍ ଓ ମୁଶଫିକର ରହିମ୍ ଅର୍ଦ୍ଧଶତକ ମାରିଥିବା ବେଳେ ଶେଷଭାଗ ବ୍ୟାଟ୍ସମ୍ୟାନଙ୍କ ସଫଳ ଯୋଗଦାନ ଦ୍ୱାରା ଟିମ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଛି। ସାକିବ୍ ୮୪ ବଲରେ ୮ ଚୌକା ଓ ୧ ଛକା ସହ ୭୫ ଓ ରହିମ୍ ୮୦ ବଲରେ ୮ ଚୌକା ସହ ସର୍ବାଧିକ ୭୮ ରନ୍ କରିଛନ୍ତି। ପ୍ରଥମ ମ୍ୟାଚରେ ଆୟୋଜକ ଇଂଲଣ୍ଡଠାରୁ ହାରିଥିବା ଦକ୍ଷିଣ ଆଫ୍ରିକାକୁ ଏହି ମ୍ୟାଚ୍ ଜିତିବା ପାଇଁ ନିର୍ଦ୍ଧାରିତ ଓଭରରେ ୩୩୧ ରନ୍ କରିବାକୁ ପଡ଼ିବ।

କେନିଙ୍ଗଟନ୍ ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପକ୍ଷରୁ ଦୁଇ ଓପ୍ନର ତମିମ୍ ଇକବାଲ୍ ଓ ସୌମ୍ୟ ସରକାର ଟିମକୁ ଭଲ ଷ୍ଟାର୍ଟ ଦେଇଥିଲେ। ଦୁହେଁ ଆରମ୍ଭରୁ ଦ୍ରୁତ ରନ୍ କରି ପ୍ରଥମ ୱିକେଟ୍ ପାଇଁ ୬୦ ରନ୍ ଯୋଡ଼ିଥିଲେ।

ତମିମ୍ ୧୬ ରନ୍ କରିଥିବା ବେଳେ ଆଣ୍ଡିଲେ ଫେଲୁକୱାୟୋଙ୍କ ବଲରେ ଆଉଟ୍ ହୋଇଥିଲେ। ସୌମ୍ୟ ୩୦ ବଲରେ ଦ୍ରୁତ ୪୨ (୯ ଚୌକା) ରନ୍ କରି କ୍ରିସ୍ ମୋରିସଙ୍କ ଶିକାର ହୋଇଥିଲେ। ଦୁଇ ୱିକେଟ୍ ହରାଇଥିବା ବାଂଲାଦେଶକୁ ସଙ୍କଟରୁ ରକ୍ଷା କରିଥିଲେ ସାକିବ୍ ଓ ରହିମ୍। ଦୁହେଁ ଦକ୍ଷିଣ ଆଫ୍ରିକାର ମଜଭୁତ୍ ବୋଲିଂ ଆକ୍ରମଣକୁ ଦୃଢ଼ତାର ସହ ମୁକାବିଲା କରିଥିଲେ। ସାକିବ୍ ୫୪ ବଲରେ ଏବଂ ରହିମ୍ ୫୨ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ।

ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୪୨ ରନର ଶତକୀୟ ଭାଗୀଦାର କରି ଟିମକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଥିଲେ। ଟିମ୍ ସ୍କୋର ୨୧୭ ଥିବା ବେଳେ ସାକିବଙ୍କୁ ଇମ୍ରାନ୍ ତାହିର୍ କ୍ଲିନ୍ ବୋଲ୍ଡ କରିଥିଲେ। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ମହମ୍ମଦ ମିଥୁନ୍ (୨୧) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ସେଟ୍ ବ୍ୟାଟ୍ସମ୍ୟାନ୍ ରହିମଙ୍କୁ ଫେଲୁକୱାୟୋ ପ୍ୟାଭିଲିୟନ୍ ପଠାଇ ବାଂଲାଦେଶ ରନରେ ଅଙ୍କୁଶ ଲଗାଇଥିଲେ।

କିନ୍ତୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ମହମ୍ମଦୁଲ୍ଲା ଓ ଯୁବ ତାରକା ମୋସାଡେକ୍ ହୁସେନ୍ ଚମତ୍କାର ବ୍ୟାଟିଂ କରି ନିଜ ଟିମର ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୬୬ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। ହୁସେନ୍ ୨୦ ବଲରେ ୨୬ ରନ୍ କରି ଆଉଟ୍ ହୋଇଥିବା ବେଳେ ମହମଦୁଲ୍ଲା ୪୬ (୩୩ ବଲ୍, ୩ ଚୌକା, ୧ ଛକା) ଓ ମେହିଦି ହାସନ୍ ମିରାଜ ୫ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଫେଲୁକୱାୟୋ, କ୍ରିସ୍ ମୋରିସ ଓ ଇମ୍ରାନ୍ ତାହିର୍ ୨ଟି ଲେଖାଏ ୱିକେଟ୍ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story