ଟିମ୍ ଇଣ୍ଡିଆକୁ ୩୧୪ ରନ୍‌ରେ ରୋକିଲା ବାଂଲାଦେଶ

ବର୍ମିଂହାମ୍: ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଶତକ ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଟିମ୍ ଇଣ୍ଡିଆ ବାଂଲାଦେଶ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୪ ରନ୍ କରିଛି। ଫଳରେ ବାଂଲାଦେଶକୁ ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିବା ପାଇଁ ୩୧୫ ରନ୍ କରିବାକୁ ପଡ଼ିବ। ଏହି ମ୍ୟାଚରେ ଭାରତର ଦୁଇ ଓପ୍ନର ରୋହିତ୍ ଓ ରାହୁଲ ଦମଦାର ବ୍ୟାଟିଂ କରି ଭାରତକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ତେବେ ମଧ୍ୟକ୍ରମରେ […]

rohit

rohit

Hemant Lenka
  • Published: Tuesday, 02 July 2019
  • Updated: 02 July 2019, 06:53 PM IST

Sports

Latest News

ବର୍ମିଂହାମ୍: ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଶତକ ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଟିମ୍ ଇଣ୍ଡିଆ ବାଂଲାଦେଶ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୪ ରନ୍ କରିଛି। ଫଳରେ ବାଂଲାଦେଶକୁ ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିବା ପାଇଁ ୩୧୫ ରନ୍ କରିବାକୁ ପଡ଼ିବ।

ଏହି ମ୍ୟାଚରେ ଭାରତର ଦୁଇ ଓପ୍ନର ରୋହିତ୍ ଓ ରାହୁଲ ଦମଦାର ବ୍ୟାଟିଂ କରି ଭାରତକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ତେବେ ମଧ୍ୟକ୍ରମରେ ଲଗାତାର ୱିକେଟ୍ ପତନ ଯୋଗୁ ଭାରତ ୩୧୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ରୋହିତ୍ ୯୨ ବଲରେ୍ ୭ ଚୌକା ଓ ୫ ଛକା ସହ ୧୦୪ ଓ ରାହୁଲ୍ ୭୭ (୯୨ ବଲ୍, ୬ ଚୌକା, ୧ ଛକା) ରନ୍ କରିଛନ୍ତି।

ଏଜବାଷ୍ଟନରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚ୍ ଆରମ୍ଭରୁ ବାଂଲାଦେଶ ଏକ ବଡ଼ ସୁଯୋଗ ହାତଛଡ଼ା କରିଥିଲେ। ଭାରତ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ୯ ରନ୍ କରିଥିବା ବେଳେ ତାଙ୍କର ଏକ ସହଜ କ୍ୟାଚ୍ ତମିମ୍ ଇକବାଲ୍ ଛାଡ଼ିଥିଲେ। ଏହାର ଫାଇଦା ଉଠାଇ ରୋହିତ୍ ବାଂଲାଦେଶ ବୋଲରଙ୍କୁ ନିର୍ଧୁମ୍ ପ୍ରହାର କରିଥିଲେ।

ଅନ୍ୟତମ ଓପ୍ନର ରାହୁଲ ଆଜି ଧୈର୍ଯ୍ୟର ସହ ଖେଳିଥିଲେ। ଦୁହେଁ ଓଭରପିଛା ୬ ରନ୍ ଲେଖାଏ ରନ୍ କରି ଭାରତର ସ୍କୋରକୁ ୧୭.୨ ଓଭରରେ ୧୦୦ ରନରେ ପହଞ୍ଚାଇଥିଲେ। ରୋହିତ୍ ୪୫ ବଲରେ ଏବଂ ରାହୁଲ୍ ୫୭ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକକୁ ରୋହିତ୍ ଶତକରେ ପୂରଣ କରିଥିବା ବେଳେ ରାହୁଲ୍ ଏଥିରେ ବିଫଳ ହୋଇଥିଲେ।

ରୋହିତ୍ ୯୦ ବଲରେ ନିଜର ୨୬ତମ ଦିନିକିଆ ହାସଲ କରିଥିଲେ। କିନ୍ତୁ ସେ ପୁଣିଥରେ ଶତକ ମାରିବା ପରେ ନିଜ ୱିକେଟ୍ ଦେଇ ବସିଥିଲେ। ରୋହିତଙ୍କୁ ସୌମ୍ୟ ସରକାର ପ୍ୟାଭିଲିୟନ୍ ପଠାଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ରାହୁଲଙ୍କ ସହ ମିଶି ୧୮୦ ରନର ରେକର୍ଡ ପାର୍ଟନରଶିପ୍ କରିଥିଲେ। ରୋହିତଙ୍କ ପରେ ରାହୁଲ୍ ମଧ୍ୟ ନିଜ ୱିକେଟ୍ ହରାଇ ବସିଥିଲେ। ଭାରତର ସ୍କୋର ୧୯୫ ଥିବା ବେଳେ ରାହୁଲଙ୍କୁ ରୁବେଲ ହୁସେନ୍ ଆଉଟ୍ କରିଥିଲେ।

କ୍ୟାପଟେନ୍ ବିରାଟ୍ ଓ ରିଷଭ ପନ୍ତ ଦ୍ରୁତ ରନ୍ କରି ଟିମକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ବିରାଟ୍ ସେଟ୍ ହୋଇ ଭଲ ଖେଳିଆସୁଥିଲେ, କିନ୍ତୁ ମୁସ୍ତାଫିଜୁରଙ୍କ ଶଟ୍ ପିଚ୍ ବଲକୁ ପରଖି ନପାରି ସେ ବାଉଣ୍ଡ୍ରୀରେ ରୁବେଲଙ୍କୁ କ୍ୟାଚ୍ ଦେଇ ବସିଥିଲେ। ବିରାଟ୍ ୨୭ ବଲରେ ୩ ଚୌକା ସହ ୨୬ ରନ୍ କରିଥିଲେ। ଏହି ଓଭରରେ ମୁସ୍ତାଫିଜୁର ଭାରତର ବିସ୍ଫୋରକ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ପଠାଇଥିଲେ।

ପନ୍ତ ଦମଦାର ବ୍ୟାଟିଂ କରି ଭାରତର ରନ୍ ବଢ଼ାଇଥିଲେ। ସେ ୪୧ ବଲରେ ୬ ଚୌକା ଓ ୧ ଛକା ସହ ୪୮ ରନ୍ କରି ସାକିବ୍ ଅଲ୍ ହାସନଙ୍କ ବଲରେ ମୋସାଡେକ୍ ହୋସେନଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ନିଜର ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ଖେଳୁଥିବା ଦିନେଶ କାର୍ତ୍ତିକ ମାତ୍ର ୮ ରନ୍ କରି ଆଉଟ୍ ହୋଇଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ଟିମ୍ ବଡ଼ ସ୍କୋର ଆଶା କରୁଥିଲେ ହେଁ, ସେ ନିଜ ଦକ୍ଷତା ଅନୁଯାୟୀ ବ୍ୟାଟିଂ କରିପାରିନଥିଲେ। ସେ ୩୩ ବଲରେ ୪ ଚୌକା ସହ ୩୫ ରନ୍ କରି ମୁସ୍ତାଫିଜୁରଙ୍କ ଶିକାର ହୋଇଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର୍ ସର୍ବାଧିକ ୫ଟି, ସାକିବ୍, ରୁବେଲ୍ ଓ ସୌମ୍ୟ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story